ସଦସ୍ୟମାନେ ଦଳିତ ଓ କୋଟା ସମ୍ପର୍କରେ ଅନାବଶ୍ୟକ ମନ୍ତବ୍ୟ ନଦେବାକୁ ବିଜେପିର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦଳିତ ଓ କୋଟା ସମ୍ପର୍କରେ ଅନାବଶ୍ୟକ ମନ୍ତବ୍ୟ, ଟିପ୍ପଣୀ ଆଦି ନଦେବାକୁ ଦଳର ସଦସ୍ୟଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଲୋକଙ୍କୁ ଭେଟିବା ବେଳେ କିମ୍ବା କୌଣସି ସାଧାରଣ ସଭାରେ ଭାଷଣ ଆଦି ରଖିବା ବେଳେ ଡା ଭୀମରାଓ ଅମ୍ବେଦକରଙ୍କୁ ଦଳର ଆଦର୍ଶ ବୋଲି ପ୍ରଦର୍ଶିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ଏକାଧିକ ପ୍ରାର୍ଥୀ, ନେତା ସମ୍ବିଧାନ ବଦଳାଇବାକୁ ଆହ୍ବାନ ଦେଇଥିଲେ। […]

ନୂଆଦିଲ୍ଲୀ : ଦଳିତ ଓ କୋଟା ସମ୍ପର୍କରେ ଅନାବଶ୍ୟକ ମନ୍ତବ୍ୟ, ଟିପ୍ପଣୀ ଆଦି ନଦେବାକୁ ଦଳର ସଦସ୍ୟଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଲୋକଙ୍କୁ ଭେଟିବା ବେଳେ କିମ୍ବା କୌଣସି ସାଧାରଣ ସଭାରେ ଭାଷଣ ଆଦି ରଖିବା ବେଳେ ଡା ଭୀମରାଓ ଅମ୍ବେଦକରଙ୍କୁ ଦଳର ଆଦର୍ଶ ବୋଲି ପ୍ରଦର୍ଶିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ଏକାଧିକ ପ୍ରାର୍ଥୀ, ନେତା ସମ୍ବିଧାନ ବଦଳାଇବାକୁ ଆହ୍ବାନ ଦେଇଥିଲେ। ଏହି ଆହ୍ବାନ ଯୋଗୁଁ ଦଳକୁ ଆବଶ୍ୟକ ସଫଳତା ମିଳିନଥିଲା ବୋଲି ଦଳର ତୁଙ୍ଗନେତାମାନେ ଅନୁଭବ କରିଥିଲେ। ଏହାପରଠାରୁ ଦଳ ନିଜର ଆଭିମୁଖ୍ୟକୁ ବଦଳାଇଛି। ବିଜେପି ପକ୍ଷରୁ ବାବାସାହେବ ଅମ୍ବେଦକରଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରିବାକୁ ଯୋଜନା କରାଯାଇଛି। ଏହି ପ୍ରସଙ୍ଗରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସାଧାରଣ ସଚିବ (ସାଂଗଠନିକ) ବିଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଓଅନ୍ୟ ନେତାମାନଙ୍କୁ ନେଇ ଏକ ବୈଠକ ଦଳର ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ, ନିଜ ନିଜ ରାଜ୍ୟ, ନିର୍ବାଚନମଣ୍ଡଳୀ ଆଦିରେ ଅନୁସୂଚିତ ଜାତିଙ୍କ ମଧ୍ୟରେ ପ୍ରସାରିତ ଚିନ୍ତାଧାରା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ସାମାଜିକ ନ୍ୟାୟ, ଅମ୍ବେଦକରଙ୍କ ପ୍ରତି ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଜଣାଇବାକୁ କୁହାଯାଇଛି।