ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା

ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା ନୂଆଦିଲ୍ଳୀ,୧୪।୧୦: ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଫ୍ଲବ୍‌ ସାବ୍ୟସ୍ତ ହୋଇଥିଲେ। ସେ ୪ ପାଳିରେ ମାତ୍ର ୯୯ ରନ୍‌ ସ୍କୋର କରିଥିଲେ। ଚଳିତବର୍ଷ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଏବେ ଟିମ୍‌ଇଣ୍ଡିଆ ସାମ୍ନାରେ କଠିନ ଚ୍ୟାଲେଞ୍ଜ୍‌ ରହିଛି। କାରଣ ଦଳକୁ ନ୍ୟୁଜିଲାଣ୍ଡ ବିପ୪ରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ […] The post ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.

ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା

ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା
ନୂଆଦିଲ୍ଳୀ,୧୪।୧୦: ଭାରତୀୟ ଷ୍ଟାର ଖେଳାଳି ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଫ୍ଲବ୍‌ ସାବ୍ୟସ୍ତ ହୋଇଥିଲେ। ସେ ୪ ପାଳିରେ ମାତ୍ର ୯୯ ରନ୍‌ ସ୍କୋର କରିଥିଲେ। ଚଳିତବର୍ଷ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଏବେ ଟିମ୍‌ଇଣ୍ଡିଆ ସାମ୍ନାରେ କଠିନ ଚ୍ୟାଲେଞ୍ଜ୍‌ ରହିଛି। କାରଣ ଦଳକୁ ନ୍ୟୁଜିଲାଣ୍ଡ ବିପ୪ରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପଡିବ। ଏସବୁ ଭିତରେ ଭାରତର କୋଚ ଗୌତମ ଗମ୍ଭୀରଙ୍କ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି।

ଗମ୍ଭୀର କହିଛନ୍ତି, ବିରାଟ କୋହଲିଙ୍କ ଭିତରେ ଏବେ ବି ରନ୍‌ କରିବାର ଆଗ୍ରହ ଶତପ୍ରତିଶତ ରହିଛି। ଆଶା ରହିଛି ଯେ, ସେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ରନ୍‌ ସ୍କୋର କରିବେ। ସମସ୍ତେ ଜାଣନ୍ତି, ସେ ଥରେ ଲୟକୁ ଫେରିଲେ ତାଙ୍କୁ ରୋକିବା ଅସମ୍ଭବ।

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ଭାରତର ୧୦୦ ଅଲଆଉଟ୍‌ ହୋଇଗଲେ ମଧ୍ୟ ଆକ୍ରମଣ କ୍ରିକେଟ୍‌ ଖେଳିବା ଛାଡିବ ନାହିଁ। ଆମେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ।

ବିରାଟ କୋହଲି ଯଦିଓ ଚଳିତବର୍ଷ ଅଧିକ ରନ ସ୍କୋର କରିପାରି ନାହାନ୍ତି। ଏହାସତ୍ତ୍ୱେ ସେ ସବୁଠୁ ଦ୍ରୁତ ୨୭,୦୦୦ ଟେଷ୍ଟ ରନ୍‌ ପୂରଣ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

The post ବିରାଟ କୋହଲିଙ୍କ ଫର୍ମକୁ ନେଇ ଏମିତି କହିଦେଲେ ଗୌତମ ଗମ୍ଭୀର: ସବୁଠି ହେଉଛି ଚର୍ଚ୍ଚା appeared first on Dharitri Odia News.