ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….
ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ ସହିତ ଏଭଳି ଚୁକ୍ତି ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି।କି, ଏହା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀ ୧୦୦ କୋଟିରୁ ଅଧିକ ମୂଲ୍ୟର ଏଣ୍ଡୋର୍ସମେଣ୍ଟ ଚୁକ୍ତି ସ୍ବାକ୍ଷର କରିଥିଲେ, […] The post ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି…. appeared first on Dharitri Odia News.
ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ ସହିତ ଏଭଳି ଚୁକ୍ତି ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି।କି, ଏହା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀ ୧୦୦ କୋଟିରୁ ଅଧିକ ମୂଲ୍ୟର ଏଣ୍ଡୋର୍ସମେଣ୍ଟ ଚୁକ୍ତି ସ୍ବାକ୍ଷର କରିଥିଲେ, କିନ୍ତୁ ସେମାନେ ଏକରୁ ଅଧିକ କମ୍ପାନୀ ପାଇଁ ଥିଲେ।
ପ୍ରସିଦ୍ଧ ପୁମା କମ୍ପାନୀ ଜାମାଇକା ସ୍ପ୍ରିଣ୍ଟର ଉସେନ ବୋଲ୍ଟ-ଆସଫା ପାୱେଲ, ଫ୍ରାନ୍ସର ଫୁଟବଲର୍ ଥିଏରି ହେନେରୀ-ଅଲିଭିଆର ଜିରାଡଙ୍କୁ ସ୍ବାକ୍ଷର କରିଥିଲେ। ପୁମା କମ୍ପାନୀ ଏହି ଆଥଲେଟ୍ମାଙ୍କ ସହିତ ଏକ ବଡ ଚୁକ୍ତି କରିଥିଲା। ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ଯୋଡି ହୋଇଛି।
ଏହା ପରେ ବିରାଟ କୋହଲି କହିଛନ୍ତି ଯେ, ମୁଁ ଗର୍ବିତ ଅନୁଭବ କରୁଛି କାରଣ ଅନେକ ମହାନ ଆଥଲେଟ ପୁମାଙ୍କୁ ସମର୍ଥନ କରନ୍ତି। ଉସେନ ବୋଲ୍ଟଙ୍କ ବ୍ୟତୀତ ଏହି କମ୍ପାନୀରେ ପେଲେ, ମାରାଡୋନା, ଥିଏରି ହେନେରୀ ଏବଂ ଅନ୍ୟାନ୍ୟ ମହାନ ବ୍ୟକ୍ତି ଅଛନ୍ତ। ପୁମା ପାଇଁ ବିଜ୍ଞାପନ କରିବା ଏକ ଗର୍ବର ବିଷୟ।ମୁଁ ଏବଂ ପୁମା ଏକ ଦୀର୍ଘ ଭାଗିଦାରୀ ପାଇଁ ପ୍ରତିବଦ୍ଧ। କମ୍ପାନୀ ହାସଲ କରିଥିବା ଲୋକପ୍ରିୟତାକୁ ନେଇ ମୁଁ ବହୁତ ପ୍ରଭାବିତ। ସୂଚନାଯୋଗ୍ୟ ଯେ ବିରାଟ କୋହଲି ୨୦୨୩ରେ ତିନି ବର୍ଷ ପାଇଁ ଆଡିଡାସ ସହିତ ୩୦ କୋଟି ଟଙ୍କା ଚୁକ୍ତି କରିଥିଲେ।
The post ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି…. appeared first on Dharitri Odia News.