ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ
ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ନୈସେନା ଚାଇନାର ଯୁଦ୍ଧାଗ୍ୟାସର ଏକ ଚିତ୍ର ଶେୟାର କରିଛି। ନିକଟରେ ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ସେ ୩୦ମିନିଟର ଭାଷଣରେ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ସମୟରେ […] The post ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ appeared first on Dharitri Odia News.
ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ନୈସେନା ଚାଇନାର ଯୁଦ୍ଧାଗ୍ୟାସର ଏକ ଚିତ୍ର ଶେୟାର କରିଛି।
ନିକଟରେ ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ସେ ୩୦ମିନିଟର ଭାଷଣରେ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଏହି ସମୟରେ ସେ କହିଥିଲେ ଯେ ତାଇୱାନକୁ ଧମକ ଦେବା ବନ୍ଦ କରିବା ଉଚିତ୍। ଏଥିସହ ତାଇୱାନ ଷ୍ଟ୍ରାଇଟରେ ଶାନ୍ତି ବଜାୟ ରଖିବା ବିଷୟରେ କହିଥିଲେ ଏବଂ ତାଇୱାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ, ଯାହା ପରେ ଚାଇନା ରାଗିଯାଇଥିଲା।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନାବିନ ତାଇୱାନ ଦ୍ୱୀପପୁଞ୍ଜରେ ଚାଇନା ସାମରିକ ଅଭ୍ୟାସକୁ ଏକ ଗୁରୁତର ଚେତାବନୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଚାଇନା ତାଇୱାନକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିବ, ତାଇୱାନର ସ୍ବତନ୍ତ୍ରତା ଦାବି କରୁଥିବା ଲୋକଙ୍କ ମୁଣ୍ଡ କାଟିଦିଆଯିବ। କେବଳ ରକ୍ତ ସବୁଆଡେ ପ୍ରବାହିତ ହେବ । ବାସ୍ତବରେ ଚାଇନା ସର୍ବଦା ତାଇୱାନକୁ ଚାଇନାର ଏକ ଅଂଶ ବୋଲି କହିଛି। ଚାଇନା ତାଇୱାନକୁ ଏକ ପୃଥକ ରାଷ୍ଟ୍ର ଭାବରେ ସ୍ବୀକୃତି ଦେବାକୁ ଚାହେଁ ନାହିଁ।
The post ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ appeared first on Dharitri Odia News.