‘ବିରୋଧୀ ଦଳ ରାଜନୈତିକ ରୁଟି ସେକୁଛନ୍ତି, ଆଇନ ଅନୁସାରେ ସବୁ ସହଯୋଗ କରିବି’

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣା ଆହୁରି  ଜଟିଳ ହେବାରେ ଲାଗିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏଁ କଲମଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଓଏଏସ ସଂଘ। ଏହା ମଧ୍ୟରେ  ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ନିଜର ପକ୍ଷ ରଖିଛନ୍ତି। ଆଇନକୁ ସହଯୋଗ କରିବି ବୋଲି ସେ କହିଛନ୍ତି।ଜଗନ୍ନାଥ ପ୍ରଧାନ ଲେଖିଛନ୍ତି, ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି।  ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି।pic.twitter.com/XErkzs5kcm— Jagannath pradhan (@JPradhanBJP) July 2, 2025ଅନ୍ୟପଟେ ଓଏଏସ ସଂଘ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ପ୍ରଦାନ କରିଛନ୍ତି। ସଂଘ ଦାବି କରିଛି ଯେ ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍

‘ବିରୋଧୀ ଦଳ ରାଜନୈତିକ ରୁଟି ସେକୁଛନ୍ତି, ଆଇନ ଅନୁସାରେ ସବୁ ସହଯୋଗ କରିବି’

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣା ଆହୁରି  ଜଟିଳ ହେବାରେ ଲାଗିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନ କରିବା ଯାଏଁ କଲମଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଓଏଏସ ସଂଘ। ଏହା ମଧ୍ୟରେ  ଜଗନ୍ନାଥ ପ୍ରଧାନ ଏକ୍ସରେ ପୋଷ୍ଟ କରି ନିଜର ପକ୍ଷ ରଖିଛନ୍ତି। ଆଇନକୁ ସହଯୋଗ କରିବି ବୋଲି ସେ କହିଛନ୍ତି।

ଜଗନ୍ନାଥ ପ୍ରଧାନ ଲେଖିଛନ୍ତି, ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି। ମୁଁ ଆଗରୁ କହିଛି, ଏବେ ବି କହୁଛି ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି।  ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି।




ଅନ୍ୟପଟେ ଓଏଏସ ସଂଘ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ପ୍ରଦାନ କରିଛନ୍ତି। ସଂଘ ଦାବି କରିଛି ଯେ ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉ।ଫିଲଡରେ କାର୍ଯ୍ୟରତ ଅଫିସରଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ ସାଧାରଣ ବ୍ୟବସ୍ଥା ଉପରେ ହୋଇଛି। ସେପଟେ ରାଜ୍ୟସ୍ବ ମନ୍ତ୍ରୀ ଓଆରଏସ ସଂଘ ସହ ଆଲୋଚନା କରିଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ସହ ଓଆରଏସ ସଂଘର ଆଲୋଚନା ପରେ ଜୁରୁରୀ ସେବାରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି। ମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର ମାନେ କାର୍ଯ୍ୟରେ ଯୋଗ ଦେବେ। କିନ୍ତୁ ଓଏଏସ ସଂଘର ଆନ୍ଦୋଳନକୁ ସମର୍ଥନ କରିଛି ଓଆରଏସ ସଂଘ।

ସୂଚନାଯୋଗ୍ୟ, ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ବିଏମସି କାର୍ଯ୍ୟାଳୟ ଭିତରେ ୫ରୁ ୬ ଦୁର୍ବୃତ୍ତ ମାଡ଼ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଉଥିବାର ବିଚଳିତ କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ୫ ଜଣଙ୍କୁ ଗିରଫ କରି ସାରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ପୁଲିସ ସୋମବାର ଦିନ ତିନିଜଣ ଅଭିଯୁକ୍ତ ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତ ବିଜେପିର ହୋଇଥିବା ବେଳେ ଦଳ ସମସ୍ତଙ୍କୁ ପ୍ରାଥମିକ ସଦସ୍ୟରୁ ନିଲମ୍ବନ କରିଛି। ତେବେ ବିରୋଧୀ ଦଳ ବିଜେଡି ଓ ଓଏଏସ ସଂଘ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କରିଛନ୍ତି।