ବିରୋଧୀ ଇଣ୍ଡିଆ ମେଣ୍ଟରେ ମିଶିବେ କି ମୋଦୀଙ୍କ ପୂର୍ବତନ ମନ୍ତ୍ରୀ ପଶୁପତି ପାରଶ?

ପାଟନା: ପୁତୁରା ଚିରାଗ ପାଶୱାନ୍‌କୁ ବିଜେପି ଅଧିକ ଗୁରୁତ୍ୱ ଦେଇ ଲୋକସଭା ଆସନ ଦେବାରୁ ଅଶନ୍ତୋଷ ପ୍ରକାଶ କରି ଦାଦା ପଶୁପତି ପାରଶ ମୋଦୀ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଏନ୍‌ଡିଏରୁ ବାହାରି ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ୍ ହୋଇପାରନ୍ତି। ପଶୁପତି ପାରଶ ବର୍ତ୍ତମାନ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଇସ୍ତଫା ନେଇ ମଙ୍ଗଳବାର ପଶୁପତି ପାରଶ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ପାରଶ କହିଥିଲେ ଯେ ସେ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର ଇସ୍ତଫା ଦେଇଛନ୍ତି। ଆଶନ ବୁଝାମଣାରେ ତାଙ୍କ ଦଳ ପ୍ରତି ଅନ୍ୟାୟ ହୋଇଛି ବୋଲି ଶ୍ରୀ ପାରଶ କହିଥିଲେ। ଦିମ୍ବଗତ କେନ୍ଦ୍ରମନ୍ତ୍ରୀ ପଶୁପତି ପାରଶଙ୍କ ଭାଇ ଓ ତାଙ୍କ ପୁଅ ଚିରାଗ ପାଶୱାନଙ୍କ କାକା ହେଉଛନ୍ତି ପଶୁପତି ପାରଶ। ବିହାରରେ ଲୋକସଭା ଆସନ ବୁଝାମଣାରେ ବିଜେପି ପଶୁପତିଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ବି ଆସନ ଦେଇ ନାହିଁ। ଅନ୍ୟପଟେ ତାଙ୍କ ପୁତୁରା ଚିରାଗ ପାଶନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ)କୁ ୫ଟି ଆସନ ଦିଆଯାଇଛି। ପଶୁପତି ପାରଶ ହାଜିପୁର ସମେତ ବିହାରର ଏକାଧିକ ଆସନରେ ଟିକେଟ୍‌ ପାଇଁ ବିଜେପି ପାଖରେ ଲବି କରିଥିଲେ। ହେଲେ ତାଙ୍କୁ ଗୋଟିଏ ବି ଆସନ ଦିଆଯାଇ ନାହିଁ। ତେଣୁ ସେ ଇସ୍ତଫା ଦେବା ପରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜ ପ୍ରତାପ ତାଙ୍କୁ

ବିରୋଧୀ ଇଣ୍ଡିଆ ମେଣ୍ଟରେ ମିଶିବେ କି ମୋଦୀଙ୍କ ପୂର୍ବତନ ମନ୍ତ୍ରୀ ପଶୁପତି ପାରଶ?

ପାଟନା: ପୁତୁରା ଚିରାଗ ପାଶୱାନ୍‌କୁ ବିଜେପି ଅଧିକ ଗୁରୁତ୍ୱ ଦେଇ ଲୋକସଭା ଆସନ ଦେବାରୁ ଅଶନ୍ତୋଷ ପ୍ରକାଶ କରି ଦାଦା ପଶୁପତି ପାରଶ ମୋଦୀ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଏନ୍‌ଡିଏରୁ ବାହାରି ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ୍ ହୋଇପାରନ୍ତି। ପଶୁପତି ପାରଶ ବର୍ତ୍ତମାନ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। 

ଇସ୍ତଫା ନେଇ ମଙ୍ଗଳବାର ପଶୁପତି ପାରଶ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ପାରଶ କହିଥିଲେ ଯେ ସେ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର ଇସ୍ତଫା ଦେଇଛନ୍ତି। ଆଶନ ବୁଝାମଣାରେ ତାଙ୍କ ଦଳ ପ୍ରତି ଅନ୍ୟାୟ ହୋଇଛି ବୋଲି ଶ୍ରୀ ପାରଶ କହିଥିଲେ। 

ଦିମ୍ବଗତ କେନ୍ଦ୍ରମନ୍ତ୍ରୀ ପଶୁପତି ପାରଶଙ୍କ ଭାଇ ଓ ତାଙ୍କ ପୁଅ ଚିରାଗ ପାଶୱାନଙ୍କ କାକା ହେଉଛନ୍ତି ପଶୁପତି ପାରଶ। ବିହାରରେ ଲୋକସଭା ଆସନ ବୁଝାମଣାରେ ବିଜେପି ପଶୁପତିଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ବି ଆସନ ଦେଇ ନାହିଁ। ଅନ୍ୟପଟେ ତାଙ୍କ ପୁତୁରା ଚିରାଗ ପାଶନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ)କୁ ୫ଟି ଆସନ ଦିଆଯାଇଛି। 

ପଶୁପତି ପାରଶ ହାଜିପୁର ସମେତ ବିହାରର ଏକାଧିକ ଆସନରେ ଟିକେଟ୍‌ ପାଇଁ ବିଜେପି ପାଖରେ ଲବି କରିଥିଲେ। ହେଲେ ତାଙ୍କୁ ଗୋଟିଏ ବି ଆସନ ଦିଆଯାଇ ନାହିଁ। ତେଣୁ ସେ ଇସ୍ତଫା ଦେବା ପରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜ ପ୍ରତାପ ତାଙ୍କୁ ସ୍ୱାଗତ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।