ବିଲକିସଙ୍କ ଦୋଷୀଙ୍କୁ କ୍ଷମା ଘଟଣା: ଗୁଜରାଟର ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଗୁଜରାଟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ ବାନୋଙ୍କୁ ଅପରାଧିମାନେ ଗୁଣଦୁଷ୍କର୍ମ କରିବା ସହ ପରିବାର ୭ ଜଣଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଦୋଷୀମାନେ ଦୀର୍ଘ ବର୍ଷ ସଜା କାଟି ସାରିବା ପରେ ଗୁଜରାଟ ସରକାର କ୍ଷମା କରି ସେମାନଙ୍କୁ ମୁକ୍ତ କରିଦେଇଥିଲେ। ଯାହା ବିରୋଧରେ ବିଲକିସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ଚଳିତ ବର୍ଷ ଜାନୁଆରୀ ୮ରେ କୋର୍ଟ ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରିବା ସହ ରେମିସନ(ଦୋଷ କ୍ଷମା)କୁ ଖାରଜ କରିଦେଇଥିଲେ। ଏହାପରେ ରାୟର ପୁନର୍ବିଚାର କରିବାକୁ ଗୁଜରାଟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ବି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ଖାରଜ କରିଦେଇଛନ୍ତି। ରିଭିୟୁ ପିଟିସନକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ପୂର୍ବ ରାୟର ପୁନର୍ବିଚର କରିବାର କୌଣସି ଯଥାର୍ଥ ମିଳିଲା ନାହିଁ ବୋଲି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।
ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଗୁଜରାଟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ ବାନୋଙ୍କୁ ଅପରାଧିମାନେ ଗୁଣଦୁଷ୍କର୍ମ କରିବା ସହ ପରିବାର ୭ ଜଣଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ଦୋଷୀମାନେ ଦୀର୍ଘ ବର୍ଷ ସଜା କାଟି ସାରିବା ପରେ ଗୁଜରାଟ ସରକାର କ୍ଷମା କରି ସେମାନଙ୍କୁ ମୁକ୍ତ କରିଦେଇଥିଲେ। ଯାହା ବିରୋଧରେ ବିଲକିସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ଚଳିତ ବର୍ଷ ଜାନୁଆରୀ ୮ରେ କୋର୍ଟ ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରିବା ସହ ରେମିସନ(ଦୋଷ କ୍ଷମା)କୁ ଖାରଜ କରିଦେଇଥିଲେ।
ଏହାପରେ ରାୟର ପୁନର୍ବିଚାର କରିବାକୁ ଗୁଜରାଟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ବି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ଖାରଜ କରିଦେଇଛନ୍ତି। ରିଭିୟୁ ପିଟିସନକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ପୂର୍ବ ରାୟର ପୁନର୍ବିଚର କରିବାର କୌଣସି ଯଥାର୍ଥ ମିଳିଲା ନାହିଁ ବୋଲି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।