ବିଲଗେଟସ୍ ଜଣାଇଲେ ତାଙ୍କର ଆଗାମୀ ୨୦ ବର୍ଷର ଯୋଜନା, ୨୦୪୫ ବେଳକୁ ବନ୍ଦ ହୋଇଯିବ ‘ଗେଟସ୍ ଫାଉଣ୍ଡେସନ’
ନୂଆଦିଲ୍ଲୀ ୧୧।୫: ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟସ୍ କେବଳ ଜଣେ ସଫଳ ବ୍ୟବସାୟୀ ନୁହନ୍ତି ଜଣେ ଦାନବୀର ମଧ୍ୟ। ସେ ୨୦୦୦ ମସିହାରେ ତାଙ୍କର ପୂର୍ବତନ ପତ୍ନୀ ମିଲିଣ୍ଡାଙ୍କ ସହ ମିଶି ଗେଟସ୍ ଫାଉଣ୍ଡେସନ ଆରମ୍ଭ କରିଥିଲେ। ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱର ଲୋକଙ୍କୁ ଉନ୍ନତ ଓ ସୁସ୍ଥ ଜୀବନ ପ୍ରଦାନ କରିବା। ନିକଟରେ ବିଲ ଗେଟସ୍ ଏକ ବ୍ଲଗ ପୋଷ୍ଟରେ ତାଙ୍କର ୯୯% ସମ୍ପତ୍ତି ଅର୍ଥାତ ତାଙ୍କର ସମ୍ପୂର୍ଣ୍ଣ ଧନଦୌଲତ ଦାନ କରିଦେବେ ବୋଲି ସୂଚିତ କରିଛନ୍ତି। ସେ ଆଗାମୀ ୨୦ ବର୍ଷରେ ତାଙ୍କର ସମସ୍ତ ସଞ୍ଚୟ ଦାନ କରିଦେବେ। ସେ ଭାବନ୍ତି ଏତେ ଧନ ଦୌଲତକୁ ଯତ୍ନ କରିବାର କୌଣସି ଆବଶ୍ୟକତା ନାହିଁ, ଏଣୁ ଏ ସବୁର ଉପଯୋଗ ସମାଜର ଉପକାର ନିମନ୍ତେ କରାଯିବା ଦରକାର। ଗେଟସ୍ ଆମେରିକୀୟ ଉଦ୍ୟୋଗପତି ଏଣ୍ଡ୍ର୍ୟୁ କାର୍ଣ୍ଣେଗୀଙ୍କ କଥାକୁ ଦୋହରାଇ ଲେଖିଛନ୍ତି ଯେ ‘ଯେଉଁ ମଣିଷ ଧନୀ ମରେ ସେ ବଦନାମୀ ସହିତ ମରିଥାଏ। ଏଣୁ ଯେବେ ମୁଁ ମରିବି ଲୋକେ ଏହା ନ କୁହନ୍ତୁ ଇଏ ଜଣେ ଧନୀ ଥିଲା, ବରଂ ଏହା କହନ୍ତୁ ସେ ତାଙ୍କର ଧନ ଦୌଲତକୁ ଭଲ କାମରେ ଲଗାଇଛନ୍ତି’। ଗେଟସ୍ ଫାଉଣ୍ଡେସନ ଏ ପର୍ଯ୍ୟନ୍ତ ୧୦୦ ବିଲିୟନ ଡଲାରରୁ ଅଧିକ ଦାନ କରିସାରିଲାଣି। ଏବେ ସେମାନଙ୍କ ଯୋଜନା ୨୦୪୫ ବେଳକୁ ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ, ତେବେ ତା ପୂର୍ବରୁ ଏହି ୩ଟି କ୍ଷେତ୍ରରେ କାମ କରାଯିବ। ଗେଟସ୍ କହିଛନ୍ତି ଯେ ୧୯୯୦ରୁ ୨୦୧୯ ମଧ୍ୟରେ ୫ ବର୍ଷରୁ କମ
ନୂଆଦିଲ୍ଲୀ ୧୧।୫: ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟସ୍ କେବଳ ଜଣେ ସଫଳ ବ୍ୟବସାୟୀ ନୁହନ୍ତି ଜଣେ ଦାନବୀର ମଧ୍ୟ। ସେ ୨୦୦୦ ମସିହାରେ ତାଙ୍କର ପୂର୍ବତନ ପତ୍ନୀ ମିଲିଣ୍ଡାଙ୍କ ସହ ମିଶି ଗେଟସ୍ ଫାଉଣ୍ଡେସନ ଆରମ୍ଭ କରିଥିଲେ। ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱର ଲୋକଙ୍କୁ ଉନ୍ନତ ଓ ସୁସ୍ଥ ଜୀବନ ପ୍ରଦାନ କରିବା। ନିକଟରେ ବିଲ ଗେଟସ୍ ଏକ ବ୍ଲଗ ପୋଷ୍ଟରେ ତାଙ୍କର ୯୯% ସମ୍ପତ୍ତି ଅର୍ଥାତ ତାଙ୍କର ସମ୍ପୂର୍ଣ୍ଣ ଧନଦୌଲତ ଦାନ କରିଦେବେ ବୋଲି ସୂଚିତ କରିଛନ୍ତି।
ସେ ଆଗାମୀ ୨୦ ବର୍ଷରେ ତାଙ୍କର ସମସ୍ତ ସଞ୍ଚୟ ଦାନ କରିଦେବେ। ସେ ଭାବନ୍ତି ଏତେ ଧନ ଦୌଲତକୁ ଯତ୍ନ କରିବାର କୌଣସି ଆବଶ୍ୟକତା ନାହିଁ, ଏଣୁ ଏ ସବୁର ଉପଯୋଗ ସମାଜର ଉପକାର ନିମନ୍ତେ କରାଯିବା ଦରକାର। ଗେଟସ୍ ଆମେରିକୀୟ ଉଦ୍ୟୋଗପତି ଏଣ୍ଡ୍ର୍ୟୁ କାର୍ଣ୍ଣେଗୀଙ୍କ କଥାକୁ ଦୋହରାଇ ଲେଖିଛନ୍ତି ଯେ ‘ଯେଉଁ ମଣିଷ ଧନୀ ମରେ ସେ ବଦନାମୀ ସହିତ ମରିଥାଏ। ଏଣୁ ଯେବେ ମୁଁ ମରିବି ଲୋକେ ଏହା ନ କୁହନ୍ତୁ ଇଏ ଜଣେ ଧନୀ ଥିଲା, ବରଂ ଏହା କହନ୍ତୁ ସେ ତାଙ୍କର ଧନ ଦୌଲତକୁ ଭଲ କାମରେ ଲଗାଇଛନ୍ତି’।
ଗେଟସ୍ ଫାଉଣ୍ଡେସନ ଏ ପର୍ଯ୍ୟନ୍ତ ୧୦୦ ବିଲିୟନ ଡଲାରରୁ ଅଧିକ ଦାନ କରିସାରିଲାଣି। ଏବେ ସେମାନଙ୍କ ଯୋଜନା ୨୦୪୫ ବେଳକୁ ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ, ତେବେ ତା ପୂର୍ବରୁ ଏହି ୩ଟି କ୍ଷେତ୍ରରେ କାମ କରାଯିବ। ଗେଟସ୍ କହିଛନ୍ତି ଯେ ୧୯୯୦ରୁ ୨୦୧୯ ମଧ୍ୟରେ ୫ ବର୍ଷରୁ କମ ବୟଷ୍କ ପିଲାଙ୍କ ମୃତ୍ୟୁ ହାର ୧୨ ମିଲିୟନରୁ ହ୍ରାସ ହୋଇ ୫ ମିଲିୟନକୁ ପହଞ୍ଚିଛି। ଏବେ ଟାର୍ଗେଟ୍ ହେଉଛି ପୋଷଣ, ଟିକାକରଣ ଏବଂ ଔଷଧ ଦ୍ୱାରା ଏହି ହାରକୁ ଆହୁରି କମ୍ କରାଯିବା।

ସେହିପରି ଗେଟସ୍ ଚାହୁଁଛନ୍ତି ମେଲେରିୟା ଓ ମିଳମିଳା ଭଳି ରୋଗକୁ ବିଶ୍ୱରୁ ସମାପ୍ତ କରିବା, ଯେପରି ହାଡଫୁଟିର କରାଯାଇଥିଲା। ଟ୍ୟୁବର କଲୋସିସ (ଟିବି)କୁ ମଧ୍ୟ ଏହି ତାଲିକାରେ ରଖା ଯାଇଛି। ଗେଟସ୍ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଭଳି ଧନୀଦେଶଙ୍କୁ ସମାଲୋଚନା କରିଛନ୍ତି। କାରଣ ଏହି ଦେଶମାନେ ବିଦେଶୀ ସହାୟତା କାଟ୍ କରିଛନ୍ତି। ଗେଟସ୍ ସ୍ପଷ୍ଟ ଭାବେ କହିଛନ୍ତି ତାଙ୍କ ସଂସ୍ଥା ବିଶ୍ୱର ସବୁଠୁ ଗରିବ ଲୋକଙ୍କ ସହାୟତା ନିମନ୍ତେ ଆଗରେ ରହିବ।
ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଗେଟସ୍ ଫାଉଣ୍ଡେସନ ସ୍ଥାପନାର ୨୫ତମ ବାର୍ଷିକ ପାଳନ କରୁଛି। ଏହା ସହିତ ଏହି ବର୍ଷ ଗେଟସ ତାଙ୍କ ପିତାଙ୍କ ଜନ୍ମର ୧୦୦ ବର୍ଷ ମଧ୍ୟ ପାଳନ କରୁଛନ୍ତି। ସେହପରି ମାଇକ୍ରୋସଫ୍ଟ ସ୍ଥାପନାର ୫୦ତମ ଜୟନ୍ତୀ ମଧ୍ୟ ଚଳିତବର୍ଷ ଓ ନିଜେ ବିଲଗେଟସ୍ ଆସନ୍ତା ଅକ୍ଟୋବର ମାସରେ ୭୦ ବର୍ଷରେ ପଦାର୍ପଣ କରିବେ। ଗେଟସ୍ ଙ୍କ କହିବା କଥା ହେଉଛି ତାଙ୍କ ଧନସମ୍ପତ୍ତି ଯଦି କାହାର ଜୀବନକୁ ସୁଧାରୀ ଦେଇପାରେ ତେବେ ସେହି ଧନକୁ ସେହିଠାରେ ଉପଯୋଗ କରାଯିବା ଦରକାର। ତାଙ୍କ ଲାଗି ଅସଲୀ ଧନୀ ସିଏ ଯାହାଙ୍କ ଧନ ଅନ୍ୟମାନଙ୍କ କାମରେ ଆସେ।