ବିଲରେ କାମ କରୁଥିବା ବେଳେ ବଜ୍ରପାତ, ଜଣେ ମହିଳାଙ୍କ ମୃତ୍ୟୁ
ବଡ଼ସାହି: ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ଗ୍ରାମର ଜଣେ ମହିଳା ବଜ୍ରପାତରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ବାରିପଦା ତୁଳସୀ ଚଉରା ଅଞ୍ଚଳର ସମ୍ବାରୀ ସିଂ(୫୭)। ତାଙ୍କର ଚାଷ ଘର ଗୁଡିଆଲବନ୍ଧରେ ହୋଇ ଥିବାରୁ ସେ ଚାଷ କାମ କରିବା ପାଇଁ ଗ୍ରାମକୁ ଆସିଥିଲେ । ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ନେଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି […]

ବଡ଼ସାହି: ବଡ଼ସାହି ଥାନା ଅଧୀନ ଗୁଡିଆଲବନ୍ଧ ଗ୍ରାମର ଜଣେ ମହିଳା ବଜ୍ରପାତରେ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ବାରିପଦା ତୁଳସୀ ଚଉରା ଅଞ୍ଚଳର ସମ୍ବାରୀ ସିଂ(୫୭)। ତାଙ୍କର ଚାଷ ଘର ଗୁଡିଆଲବନ୍ଧରେ ହୋଇ ଥିବାରୁ ସେ ଚାଷ କାମ କରିବା ପାଇଁ ଗ୍ରାମକୁ ଆସିଥିଲେ । ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ନେଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବରପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇ ଥିବାର ଜଣାଯାଇଛି।