ପୁଣେରେ ହେଲିକପ୍ଟର ଦୁର୍ଘଟଣା : ୨ ପାଇଲଟ୍‌ଙ୍କ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ବାଭଡାନ ନିକଟରେ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଆଜି ସକାଳେ ହେଲିକପ୍ଟରଟି ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଓ ଜଣେ ଇଞ୍ଜିନିୟର ରହିଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି। ପୁଣେର […]

ପୁଣେରେ ହେଲିକପ୍ଟର ଦୁର୍ଘଟଣା : ୨ ପାଇଲଟ୍‌ଙ୍କ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ
3 Killed After Helicopter Crashes In Hilly Area Near Pune

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ବାଭଡାନ ନିକଟରେ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଆଜି ସକାଳେ ହେଲିକପ୍ଟରଟି ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ପୂରା ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଓ ଜଣେ ଇଞ୍ଜିନିୟର ରହିଛନ୍ତି।

ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ବୋଲି କୁହାଯାଉଛି। ପୁଣେର ପିମ୍ପ୍ରି ଚିଞ୍ଚୱାଡ ପୁଲିସ କହିଛି ଯେ ଆଜି ସକାଳ ପ୍ରାୟ ୬.୪୫ ସମୟରେ ଏକ ପାହାଡ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳେ ଏହି ଘଟଣା ନେଇ ଗାଁ ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ହେଲିକପ୍ଟରରେ ଥିବା ୩ ଜଣ ଗୁରୁତର ଥିବା ମଧ୍ୟ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦିଆଯାଇଥିଲା।ସୂଚନା ପାଇ ପୁଲିସ ଓ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ୨ ପାଇଲଟ୍‌ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏନେଇ ପୁଣେର ପିମ୍ପ୍ରି ଚିଞ୍ଚୱାଡ ପୁଲିସ ଥାନାର ସିନିୟର ଇନ୍ସପେକ୍ଟର କାହ୍ନେୟା ଥୋରାଟ କହିଛନ୍ତି, ପୁଣେ ଜିଲ୍ଲାର ବାଭଧାନ ଅଞ୍ଚଳରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ତିନି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସେପଟେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ ରିସର୍ଟରୁ ମୁମ୍ବାଇ ଅଭିମୁଖେ ଯାଉଥିଲା। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ।

ଅଗଷ୍ଟରେ ପୁଣେରେ ଆଉ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା

ଏହାପୂର୍ବରୁ ଅଗଷ୍ଟ ୨୪ରେ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିବା ଏକ ଘରୋଇ ହେଲିକପ୍ଟର ପୁଣେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ କମ୍ପାନୀ ମାଲିକାନା ଥିଲା। ହେଲିକପ୍ଟରଟି ମୁମ୍ବାଇର ଜୁହୁରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ସମୟରେ ପୁଣେର ପୌଡ ଅଞ୍ଚଳରେ ଖରାପ ପାଗ ଏବଂ ବୈଷୟିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା।ଯେଉଁଥିରେ ୪ ଜଣ ଆହତ ହୋଇଥିଲେ।