ଲଣ୍ଡନରେ ଭାରତୀୟ ଉଚ୍ଚାୟୋଗ ଉପରେ ଖାଲିସ୍ତାନୀ ସମର୍ଥକଙ୍କ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ ୨୫।୪: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୋଗ ଉପରେ ଖାଲିସ୍ତାନୀ ସମର୍ଥକଙ୍କ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରପାଲ ସିଂହ ଗାବାକୁ ଏନଆଇଏ ଗିରଫ କରିଛି। ଏ ନେଇ ଏନଆଇଏ ଏକ ପ୍ରେସ ରିଲିଜ ଜାରି କରିଥିବା ବେଳେ ଏଥିରେ ଜାତୀୟ ଯାଞ୍ଚ ଏଜେନ୍ସୀ ଗୁରୁବାର ୨୦୨୩ ଲଣ୍ଡନ ଭାରତୀୟ ଉଚ୍ଚାୟୋଗ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଥିବା କହିଛି। ଉଚ୍ଚାୟୋଗ ଉପରେ ହିଂସକ ଆକ୍ରମଣ ପରେ ବିରୋଧ ପ୍ରଦର୍ଶନ ସହ ବେଆଇନ କାର୍ଯ୍ୟ କରାଯାଇଥିଲା। ବ୍ରିଟେନ ହାଉଁସ୍ଲୋ ନିବାସୀ ଇନ୍ଦ୍ରପାଲ ସିଂହ ଗାବାକୁ ୨୨ ମାର୍ଚ୍ଚ ୨୦୨୩ ଘଟଣାରେ ଗିରଫ କରାଯାଇଛି। ଏହିମାମଲାରେ ଏନଆଇଏର ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଜଣାପଡୁଛି ଗତବର୍ଷ ୧୯ ମାର୍ଚ୍ଚ ଓ ୨୨ ମାର୍ଚ୍ଚରେ ଲଣ୍ଡନରେ ହୋଇଥିବା ଘଟଣାରେ ଭାରତୀୟ ମିସନ ଓ ଏହାର ଅଧିକାରୀଙ୍କ ଉପରେ ଆକ୍ରମଣର ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା। ପଞ୍ଜାବ ପୋଲିସ ଦ୍ୱାରା ଅମୃତପାଲ ସିଂହର ଗିରଫକୁ ନେଇ ଉଚ୍ଚାୟୋଗ ଉପରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିଲେ।
ନୂଆଦିଲ୍ଲୀ ୨୫।୪: ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୋଗ ଉପରେ ଖାଲିସ୍ତାନୀ ସମର୍ଥକଙ୍କ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରପାଲ ସିଂହ ଗାବାକୁ ଏନଆଇଏ ଗିରଫ କରିଛି। ଏ ନେଇ ଏନଆଇଏ ଏକ ପ୍ରେସ ରିଲିଜ ଜାରି କରିଥିବା ବେଳେ ଏଥିରେ ଜାତୀୟ ଯାଞ୍ଚ ଏଜେନ୍ସୀ ଗୁରୁବାର ୨୦୨୩ ଲଣ୍ଡନ ଭାରତୀୟ ଉଚ୍ଚାୟୋଗ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଥିବା କହିଛି। ଉଚ୍ଚାୟୋଗ ଉପରେ ହିଂସକ ଆକ୍ରମଣ ପରେ ବିରୋଧ ପ୍ରଦର୍ଶନ ସହ ବେଆଇନ କାର୍ଯ୍ୟ କରାଯାଇଥିଲା।
ବ୍ରିଟେନ ହାଉଁସ୍ଲୋ ନିବାସୀ ଇନ୍ଦ୍ରପାଲ ସିଂହ ଗାବାକୁ ୨୨ ମାର୍ଚ୍ଚ ୨୦୨୩ ଘଟଣାରେ ଗିରଫ କରାଯାଇଛି। ଏହିମାମଲାରେ ଏନଆଇଏର ଏପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରୁ ଜଣାପଡୁଛି ଗତବର୍ଷ ୧୯ ମାର୍ଚ୍ଚ ଓ ୨୨ ମାର୍ଚ୍ଚରେ ଲଣ୍ଡନରେ ହୋଇଥିବା ଘଟଣାରେ ଭାରତୀୟ ମିସନ ଓ ଏହାର ଅଧିକାରୀଙ୍କ ଉପରେ ଆକ୍ରମଣର ଏହା ଏକ ବଡ଼ ଷଡ଼ଯନ୍ତ୍ର ଥିଲା। ପଞ୍ଜାବ ପୋଲିସ ଦ୍ୱାରା ଅମୃତପାଲ ସିଂହର ଗିରଫକୁ ନେଇ ଉଚ୍ଚାୟୋଗ ଉପରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିଲେ।