ବିଲରେ କାମ କରୁଥିବାବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ: ବାପା ମୃତ, ପୁଅ ଗୁରୁତର
ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ। ବିଲରେ ଆଳୁ ଲଗାଉଥିବାବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା କୃଷ୍ଣପ୍ରସାଦ ଗ୍ରାମର ଘଟିଛି ଏହି ହତ୍ୟାକାଣ୍ଡ। ମୃତ ବାପଙ୍କ ନାମ ଚତୁର୍ଭୂଜ ଜେନା ହୋଇଥିବାବେଳେ ଗୁରୁତର ପୁଅଙ୍କ ନାଁ ଓମ୍ ପ୍ରକାଶ ଜେନା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଲରେ ବାପା ଚତୁର୍ଭୂଜ ଓ ପୁଅ ଓମ୍ ପ୍ରକାଶ ଆଳୁ ଲଗାଉଥିଲେ। ଏହି ସମୟରେ ୮ରୁ ୯ […]

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ। ବିଲରେ ଆଳୁ ଲଗାଉଥିବାବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା କୃଷ୍ଣପ୍ରସାଦ ଗ୍ରାମର ଘଟିଛି ଏହି ହତ୍ୟାକାଣ୍ଡ। ମୃତ ବାପଙ୍କ ନାମ ଚତୁର୍ଭୂଜ ଜେନା ହୋଇଥିବାବେଳେ ଗୁରୁତର ପୁଅଙ୍କ ନାଁ ଓମ୍ ପ୍ରକାଶ ଜେନା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଲରେ ବାପା ଚତୁର୍ଭୂଜ ଓ ପୁଅ ଓମ୍ ପ୍ରକାଶ ଆଳୁ ଲଗାଉଥିଲେ। ଏହି ସମୟରେ ୮ରୁ ୯ ଜଣ ଦୁର୍ବୃତ୍ତ ଉଭୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚତୁର୍ଭୂଜଙ୍କ ମୃତ୍ୟୁ ଘଟିଥିବାବେଳେ ପୁଅ ଓମ୍ ପ୍ରକାଶ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ଓମ୍ ପ୍ରକାଶଙ୍କୁ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି।