ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ସମୟସୀମା ବଢ଼ାଇବା ପାଇଁ ସେମାନଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କେତେଜଣ ଦୋଷୀ ପରିବାର ସଦସ୍ୟଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ଏବଂ ଅନ୍ୟମାନେ ଅମଳ ଋତୁରେ ମାଆବାପାଙ୍କୁ ସାହାଯ୍ୟ କରିବା ପାଇଁ ଆତ୍ମସମର୍ପଣ ନିମନ୍ତେ […] The post ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ appeared first on Dharitri Odia News.

ବିଲ୍‌କିସ୍‌ ମାମଲା:  ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ସମୟସୀମା ବଢ଼ାଇବା ପାଇଁ ସେମାନଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। କେତେଜଣ ଦୋଷୀ ପରିବାର ସଦସ୍ୟଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ଏବଂ ଅନ୍ୟମାନେ ଅମଳ ଋତୁରେ ମାଆବାପାଙ୍କୁ ସାହାଯ୍ୟ କରିବା ପାଇଁ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ମାଗିଥିଲେ। ସେମାନଙ୍କର ନିବେଦନ ଗ୍ରହଣଯୋଗ୍ୟ, ନୁହେଁ ବୋଲି ଜଷ୍ଟିସ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିବା ସହ ରବିବାର ସୁଦ୍ଧା ଜେଲ ଅଧିକାରୀଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର କ୍ଷମତାର ଦୁରୁପଯୋଗ କରି ୧୧ ଅପରାଧୀଙ୍କୁ କ୍ଷମା ଦେଇ ୨୦୨୨ ଅଗଷ୍ଟ ୧୫ରେ ଜେଲରୁ ମୁକ୍ତ କରିଦେଇଥିଲେ। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଲ୍‌କିସ୍‌ ଏବଂ ସିଭିଲ ସୋସାଇଟି କର୍ମୀମାନଙ୍କ ଆବେଦନକୁ ବିଚାରକରି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେବା ସହ ଅପରାଧୀମାନଙ୍କୁ ଦୁଇସପ୍ତାହ ମଧ୍ୟରେ ଜେଲକୁ ଫେରିବା ପାଇଁ ଗତ ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

The post ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ appeared first on Dharitri Odia News.