ବିଲ୍ଗେଟ୍ସଙ୍କ ଭବିଷ୍ୟବାଣୀ; ୩ଟି କ୍ଷେତ୍ରକୁ ଛାଡିଦେଲେ ସବୁ କ୍ଷେତ୍ରରେ ମଣିଷଙ୍କ ସ୍ଥାନ ନେବ AI
ନୂଆଦିଲ୍ଲୀ ୨୭।୦୩: ଆରମ୍ଭ ହୋଇଛି AI ରାଜ୍ । ସାରା ବିଶ୍ବରେ ଆତଙ୍କ । ମଣିଷଙ୍କ ଚାକିରୀ ଖାଇବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି । ଦିନକୁ ଦିନ ସବୁ କ୍ଷେତ୍ରରେ ବିସ୍ତାର କରୁଛି ଆଧିପତ୍ୟ । ଏବେ ଏଆଇକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବିଲଗେଟ୍ସ । ତାଙ୍କ ମତରେ ୩ଟି କ୍ଷେତ୍ରରେ ଏଣ୍ଟ୍ରି କରିପାରିବନି ଏଆଇ । ଆଉ ସବୁ କ୍ଷେତ୍ରରେ ମଣିଷଙ୍କ ସ୍ଥାନ ନେବ । ଆଉ କରିବ ରାଜ୍ । ୨୦୨୨ରେ ChatGPT ଲଞ୍ଚ କରିଥିଲା OpenAI ।ଏହାପରଠୁ କୃତ୍ରିମ ବୁଦ୍ଧିମତ୍ତା ଆମର ଚିନ୍ତା କରିବା ଏବଂ କାମ କରିବାର ଶୈଳୀକୁ କରିଛି ପରିବର୍ତ୍ତନ । ଯାହା ଚାକିରୀଆଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । କେତେବେଳେ ବି କାହାର ଚାଲିଯାଇପାରେ ଚାକିରୀ । ନିକଟ ଅତୀତରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ କି ଅଧିକାଂଶ ଜିନିଷରେ AI ମଣିଷକୁ ବଦଳାଇବ । ବର୍ତ୍ତମାନ ବିଶ୍ୱର ବିଭିନ୍ନ ସଂଗଠନ ଦ୍ୱାରା ଏହି ଟେକନିକକୁ ଗ୍ରହଣ କରାଯାଉଛି । ଯେଉଁଥିଲେ ଅନେକ କୋଟିପତି ଆଗାମୀ ବର୍ଷର ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେହିପରି ଅନେକ ରିପୋର୍ଟ ଏବଂ NVIDIAର ଜେନସେନ୍ ହୁଆଙ୍ଗ୍, ଓପନଏଆଇର ସାମ୍ ଅଲ୍ଟମ୍ୟାନ୍ ଏବଂ ସେଲ୍ସଫୋର୍ସ ସିଇଓ ମାର୍କ ବେନିଅଫ୍ଙ୍କ ଅନୁୟାୟୀ, ନିକଟ ଭବିଷ୍ୟତରେ ପୋଗ୍ରାମରମାନେ ପ୍ରଥମେ ହରାଇବେ ସେମାନଙ୍କର ଚାକିରି । ତେବେ ଗେଟ୍ସ ବିଶ୍ୱାସ କରନ୍ତି ଯେ ଏହି ପ୍ରକ୍ର
ନୂଆଦିଲ୍ଲୀ ୨୭।୦୩: ଆରମ୍ଭ ହୋଇଛି AI ରାଜ୍ । ସାରା ବିଶ୍ବରେ ଆତଙ୍କ । ମଣିଷଙ୍କ ଚାକିରୀ ଖାଇବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି । ଦିନକୁ ଦିନ ସବୁ କ୍ଷେତ୍ରରେ ବିସ୍ତାର କରୁଛି ଆଧିପତ୍ୟ । ଏବେ ଏଆଇକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବିଲଗେଟ୍ସ । ତାଙ୍କ ମତରେ ୩ଟି କ୍ଷେତ୍ରରେ ଏଣ୍ଟ୍ରି କରିପାରିବନି ଏଆଇ । ଆଉ ସବୁ କ୍ଷେତ୍ରରେ ମଣିଷଙ୍କ ସ୍ଥାନ ନେବ । ଆଉ କରିବ ରାଜ୍ । ୨୦୨୨ରେ ChatGPT ଲଞ୍ଚ କରିଥିଲା OpenAI ।
ଏହାପରଠୁ କୃତ୍ରିମ ବୁଦ୍ଧିମତ୍ତା ଆମର ଚିନ୍ତା କରିବା ଏବଂ କାମ କରିବାର ଶୈଳୀକୁ କରିଛି ପରିବର୍ତ୍ତନ । ଯାହା ଚାକିରୀଆଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ । କେତେବେଳେ ବି କାହାର ଚାଲିଯାଇପାରେ ଚାକିରୀ । ନିକଟ ଅତୀତରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ କି ଅଧିକାଂଶ ଜିନିଷରେ AI ମଣିଷକୁ ବଦଳାଇବ । ବର୍ତ୍ତମାନ ବିଶ୍ୱର ବିଭିନ୍ନ ସଂଗଠନ ଦ୍ୱାରା ଏହି ଟେକନିକକୁ ଗ୍ରହଣ କରାଯାଉଛି । ଯେଉଁଥିଲେ ଅନେକ କୋଟିପତି ଆଗାମୀ ବର୍ଷର ଭବିଷ୍ୟତକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
ସେହିପରି ଅନେକ ରିପୋର୍ଟ ଏବଂ NVIDIAର ଜେନସେନ୍ ହୁଆଙ୍ଗ୍, ଓପନଏଆଇର ସାମ୍ ଅଲ୍ଟମ୍ୟାନ୍ ଏବଂ ସେଲ୍ସଫୋର୍ସ ସିଇଓ ମାର୍କ ବେନିଅଫ୍ଙ୍କ ଅନୁୟାୟୀ, ନିକଟ ଭବିଷ୍ୟତରେ ପୋଗ୍ରାମରମାନେ ପ୍ରଥମେ ହରାଇବେ ସେମାନଙ୍କର ଚାକିରି । ତେବେ ଗେଟ୍ସ ବିଶ୍ୱାସ କରନ୍ତି ଯେ ଏହି ପ୍ରକ୍ରିୟାରେ ମଣିଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।
୬୯ ବର୍ଷୀୟ ଗେଟ୍ସ ଏହା ମଧ୍ୟ କହିଛନ୍ତି ଯେ AI ଜୀବବିଜ୍ଞାନୀମାନଙ୍କର ସ୍ଥାନ ନେଇପାରିବନି । କିନ୍ତୁ ରୋଗ ଚିହ୍ନିବା, DNA ବିଶ୍ଳେଷଣ ଭଳି କାମ ପାଇଁ ଏକ ଉପଯୋଗୀ ଉପକରଣ ଭାବରେ କାମ କରିବ । କାରଣ ଏଥିରେ ଆବିଷ୍କାର ପାଇଁ ଆବଶ୍ୟକ ସୃଜନଶୀଳତାର ଅଭାବ ଅଛି । ଗେଟ୍ସ ଏହା ମଧ୍ୟ କହିଛନ୍ତି ଯେ ଏଆଇ ଶକ୍ତି ବିଶେଷଜ୍ଞଙ୍କ ସ୍ଥାନ ନେଇପାରିବନି । କାରଣ ଏହି କ୍ଷେତ୍ର ଏତେ ଜଟିଳ ଯେ ଏହାକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରିହେବନି ।
ପ୍ରତିଦିନ ଜେନେରେଟିଭ୍ AI ଅଧିକ ଶକ୍ତିଶାଳୀ ହେବାକୁ ଲାଗୁଛି । ଅନେକ ନେତା ଏହି ତଥ୍ୟକୁ ବାରମ୍ବାର କହିଛନ୍ତି । ସେ କହିଛନ୍ତି ଏହି ପ୍ରଯୁକ୍ତିବିଦ୍ୟା ଆମର କାର୍ଯ୍ୟ ପଦ୍ଧତି ଉପରେ ଏକ ବିରାଟ ପ୍ରଭାବ ପକାଇବ, ଏବଂ କିଛି କ୍ଷେତ୍ରରେ AI ମାନବ ବୁଦ୍ଧିମତାକୁ ମଧ୍ୟ ପଛରେ ପକାଇଦେବ।