ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା, କାହିଁକି ଏମିତି କହିଲେ ଜୟନାରାୟଣ

ଭୁବନେଶ୍ୱର,୧୯ା୧:  ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ଏବେବି ରହସ୍ୟ ଘେରରେ ରହିଛି । ଝାରସୁଗୁଡା କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ  କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି । ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ୍ ସବ୍‌ଇନ୍ସପେକ୍ଟର ଗୋପାଳ ଦାସ ଏବେ ଜେଲ୍‌ରେ। ଗୋପାଳ ନିଜର ସର୍ଭିସ୍ ରିଭଲଭରରୁ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏପରିକି […] The post ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା, କାହିଁକି ଏମିତି କହିଲେ ଜୟନାରାୟଣ appeared first on Dharitri Odia News.

ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା, କାହିଁକି ଏମିତି କହିଲେ ଜୟନାରାୟଣ

ଭୁବନେଶ୍ୱର,୧୯ା୧:  ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ଏବେବି ରହସ୍ୟ ଘେରରେ ରହିଛି । ଝାରସୁଗୁଡା କୋର୍ଟରେ ଏହି ମାମଲାର ବିଚାର ଚାଲିଥିବାବେଳେ  କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି । ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ୍ ସବ୍‌ଇନ୍ସପେକ୍ଟର ଗୋପାଳ ଦାସ ଏବେ ଜେଲ୍‌ରେ। ଗୋପାଳ ନିଜର ସର୍ଭିସ୍ ରିଭଲଭରରୁ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏପରିକି ଗୋପାଳ ଏକମାତ୍ର ଅଭିଯୁକ୍ତ ଓ ପୁରୁଣା ରାଗ ଶୁଝାଇବା ପାଇଁ ଗୋପାଳ ଏହି ହତ୍ୟାକାଣ୍ଡ ଭିଆଇଥିବାର ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ତେବେ ଫରେନସିକ ରିପୋର୍ଟ ଓ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତାଳମେଳ ନାହିଁ ।

ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଲିଖିତରେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଛନ୍ତି।

ତେବେ ଦୀପାଳିଙ୍କ ଏପରି ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ବିଳମ୍ବରେ ହେଲେ ବି ସ୍ବର୍ଗତଃ ନବଦାସଙ୍କ ଝିଅ ଦୀପାଳିଙ୍କ ବୁଦ୍ଧି ଉଦୟ ହୋଇଛି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ। ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି ଜୟନାରାୟଣ କହିଛନ୍ତି।

The post ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା, କାହିଁକି ଏମିତି କହିଲେ ଜୟନାରାୟଣ appeared first on Dharitri Odia News.