ବିଳାଶପୁର-ବିକାନେର ଏକ୍ସପ୍ରେସ୍ ରେ ନିଆଁ

ଉଜ୍ଜୈନ  ୬।୪: ଛତିଶଗଡ଼ ବିଳାଶପୁରରୁ ରାଜସ୍ଥାନର ବିକାନେର ଯାଉଥିବା ଟ୍ରେନ ନମ୍ବର ୧୮୨୪୫ରେ ରବିବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ବଗିରୁ ଧୂଆଁ ବାହାରିବା ଦେଖି ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ଟ୍ରେନକୁ ଉଜ୍ଜୈନର ତରାନା ନିକଟ ଏକ ଷ୍ଟେସନରେ ଅଟକା ଯିବା ପରେ ନିଆଁ ଲିଭା ଯାଇଛି। କୁହାଯାଉଛି ଏହି ନିଆଁ ଟ୍ରେନର ଜେନେରେଟର କୋଚରୁ ଲାଗିଛି। ତେବେ ଜେନେରେଟର ରୁମରେ ଯାତ୍ରୀଙ୍କୁ ବସା ଯାଉ ନଥିବାରୁ ସେପରି କୌଣସି ବଡ଼ ଧରଣର ଦୁର୍ଘଟଣା ଘଟି ନାହିଁ। ସୂଚନା ଅନୁସାରେ ଯେଉଁ ସମୟରେ ଟ୍ରେନର ଜେନେରେଟର ରୁମରେ ନିଆଁ ଲାଗିଥିଲା ସେତେବେଳେ ଟ୍ରେନ କାଲିସିନ୍ଧି ବ୍ରିଜ ପାର କରୁଥିଲା। ଟ୍ରେନ ବଗିରେ ନିଆଁ ଲାଗିଥିବା ଗାର୍ଡ ଦେଖିସାରିଥିଲେ ଏଣୁ ସଠିକ ସମୟରେ ଟ୍ରେନକୁ ଅଟକାଯିବା ସହ ନିଆଁକୁ ଆୟତ୍ତ କରାଯାଇଛି। ଘଟଣା ପରେ ରେଳବାଇ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିଆଁ ଲାଗିଥିବା ବଗିକୁ ଟ୍ରେନରୁ ପୃଥକ କରାଯିବା ପରେ ଟ୍ରେନକୁ ଗନ୍ତବ୍ୟ ଉଦ୍ଦେଶ୍ୟରେ ଛାଡି ଦିଆଯାଇଛି। उज्जैन के पास तराना में रविवार शाम बिलासपुर-बीकानेर एक्सप्रेस (20846) ट्रेन में आग लग गई। आग ट्रेन के एसएलआर (जनरेटर डिब्बे) में लगी। धुआं उठने से अफरा-तफरी मच गई। हालांकि कुछ देर बाद आग वाले कोच को अलग कर गाड़ी को रवाना कर दिया गया। pic.twitter.com/akA0rLFfya— Swaraj Srivastava

ବିଳାଶପୁର-ବିକାନେର ଏକ୍ସପ୍ରେସ୍ ରେ ନିଆଁ

ଉଜ୍ଜୈନ  ୬।୪: ଛତିଶଗଡ଼ ବିଳାଶପୁରରୁ ରାଜସ୍ଥାନର ବିକାନେର ଯାଉଥିବା ଟ୍ରେନ ନମ୍ବର ୧୮୨୪୫ରେ ରବିବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ବଗିରୁ ଧୂଆଁ ବାହାରିବା ଦେଖି ଯାତ୍ରୀ ଆତଙ୍କିତ ହୋଇପଡିଥିଲେ। ଟ୍ରେନକୁ ଉଜ୍ଜୈନର ତରାନା ନିକଟ ଏକ ଷ୍ଟେସନରେ ଅଟକା ଯିବା ପରେ ନିଆଁ ଲିଭା ଯାଇଛି। କୁହାଯାଉଛି ଏହି ନିଆଁ ଟ୍ରେନର ଜେନେରେଟର କୋଚରୁ ଲାଗିଛି। ତେବେ ଜେନେରେଟର ରୁମରେ ଯାତ୍ରୀଙ୍କୁ ବସା ଯାଉ ନଥିବାରୁ ସେପରି କୌଣସି ବଡ଼ ଧରଣର ଦୁର୍ଘଟଣା ଘଟି ନାହିଁ। 

ସୂଚନା ଅନୁସାରେ ଯେଉଁ ସମୟରେ ଟ୍ରେନର ଜେନେରେଟର ରୁମରେ ନିଆଁ ଲାଗିଥିଲା ସେତେବେଳେ ଟ୍ରେନ କାଲିସିନ୍ଧି ବ୍ରିଜ ପାର କରୁଥିଲା। ଟ୍ରେନ ବଗିରେ ନିଆଁ ଲାଗିଥିବା ଗାର୍ଡ ଦେଖିସାରିଥିଲେ ଏଣୁ ସଠିକ ସମୟରେ ଟ୍ରେନକୁ ଅଟକାଯିବା ସହ ନିଆଁକୁ ଆୟତ୍ତ କରାଯାଇଛି। ଘଟଣା ପରେ ରେଳବାଇ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିଆଁ ଲାଗିଥିବା ବଗିକୁ ଟ୍ରେନରୁ ପୃଥକ କରାଯିବା ପରେ ଟ୍ରେନକୁ ଗନ୍ତବ୍ୟ ଉଦ୍ଦେଶ୍ୟରେ ଛାଡି ଦିଆଯାଇଛି। 


ନିଆଁ ଲାଗିବାର କାରଣ ଜଣାପଡି ନାହିଁ, ତେବେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବାର ଆକଳନ କରାଯାଉଛି। ତେବେ ତଦନ୍ତ ପରେ ଟ୍ରେନରେ ନିଆଁ ଲାଗିବାର ବାସ୍ତବ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି। ଟ୍ରେନରେ ନିଆଁ ଲାଗିବା ଦେଶରେ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଟ୍ରେନରେ ଏହାଠୁ ବଡ଼ବଡ଼ ଅଗ୍ନିକାଣ୍ଡ ହୋଇଛି। ଏପରିକି ଟ୍ରେନରେ ନିଆଁ ଲାଗିବା ଗୁଜରେ ମଧ୍ୟ ବଡ଼ ଧରଣର ଦୁର୍ଘଟଣା ଘଟିଛି।