ବିଳାଶପୂର୍ଣ୍ଣ କାର କିଣିଲେ ତାପସୀ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୧୪।୦୮: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଚଳିତ ବର୍ଷ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବହୁତ ଭଲ ରହିଛି। ପ୍ରଥମେ ଅଭିନେତ୍ରୀ ତାଙ୍କର ଦୀର୍ଘ ସମୟର ପ୍ରେମିକଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଆସୁଛି । ନିକଟରେ ତାପସୀଙ୍କ ଫିଲ୍ମ 'ଫିର ଆଇ ହସିନ୍ ଦିଲରୁବା' OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ଥ୍ରୀଲର ରୋମାନ୍ସକୁ ବହୁତ ପସନ୍ଦ କରାଯାଉଛି। ଅନ୍ୟପକ୍ଷରେ ତାଙ୍କର ଆଉ ଏକ ଚଳଚ୍ଚିତ୍ର ରିଲିଜ ପାଇଁ ପ୍ରସ୍ତୁତ ଅଛି।ତାପସୀଙ୍କ ଫିଲ୍ମ 'ଖେଲ ଖେଲ ମେଁ' ୧୫ ଅଗଷ୍ଟରେ ମୁକ୍ତିଲାଭ କରୁଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ବାଣୀ କପୁର  ଏବଂ ଫରଦ୍ଦିନ ଖାନଙ୍କ ଭଳି ତାରକା ନଜର ଆସିବେ । ଏହି କମେଡି ଫିଲ୍ମ ହିଟ୍ ହେବାର ସମ୍ଭାବନା ବହୁତ ଅଛି। ଏପରି ପରିସ୍ଥିତିରେ, ବର୍ତ୍ତମାନ ଲାଗୁଛି ଯେ ସଫଳତାକୁ ଉପଭୋଗ କରିବା ପାଇଁ ତାପସୀ ପନ୍ନୁ ନିଜକୁ ଏକ ମୂଲ୍ୟବାନ ସହ ବିଳାଶପୂର୍ଣ୍ଣ ଉପହାର ଦେଇଛନ୍ତି। ଏହାର ମୂଲ୍ୟ କୋଟି କୋଟି ରହିଛିଅଭିନେତ୍ରୀ ବର୍ତ୍ତମାନ ଏକ ନୂତନ ମର୍ସିଡିଜ୍-ବେଞ୍ଜ୍ ମାୟାବାକ୍ କିଣିଛନ୍ତି । ଏହି ବିଳାସପୂର୍ଣ୍ଣ ୫ ସିଟ୍ ବିଶିଷ୍ଟ ଏସୟୁଭିର ମୂଲ୍ୟ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ତାପସୀ ଜଣେ ସେଲିବ୍ରିଟି, ତେଣୁ ତାଙ୍କ କାର କେଉଁଠି ସାଧାରଣ ହେବ? ନୂଆ କାର କିଣିବା ପାଇଁ ଅଭିନେତ୍ରୀ କୋଟି କୋଟି ଟଙ୍କା ଖର୍ଚ୍ଚ

ବିଳାଶପୂର୍ଣ୍ଣ କାର କିଣିଲେ ତାପସୀ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୧୪।୦୮: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଚଳିତ ବର୍ଷ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବହୁତ ଭଲ ରହିଛି। ପ୍ରଥମେ ଅଭିନେତ୍ରୀ ତାଙ୍କର ଦୀର୍ଘ ସମୟର ପ୍ରେମିକଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଆସୁଛି । ନିକଟରେ ତାପସୀଙ୍କ ଫିଲ୍ମ 'ଫିର ଆଇ ହସିନ୍ ଦିଲରୁବା' OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ଥ୍ରୀଲର ରୋମାନ୍ସକୁ ବହୁତ ପସନ୍ଦ କରାଯାଉଛି। ଅନ୍ୟପକ୍ଷରେ ତାଙ୍କର ଆଉ ଏକ ଚଳଚ୍ଚିତ୍ର ରିଲିଜ ପାଇଁ ପ୍ରସ୍ତୁତ ଅଛି।

ତାପସୀଙ୍କ ଫିଲ୍ମ 'ଖେଲ ଖେଲ ମେଁ' ୧୫ ଅଗଷ୍ଟରେ ମୁକ୍ତିଲାଭ କରୁଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ବାଣୀ କପୁର  ଏବଂ ଫରଦ୍ଦିନ ଖାନଙ୍କ ଭଳି ତାରକା ନଜର ଆସିବେ । ଏହି କମେଡି ଫିଲ୍ମ ହିଟ୍ ହେବାର ସମ୍ଭାବନା ବହୁତ ଅଛି। ଏପରି ପରିସ୍ଥିତିରେ, ବର୍ତ୍ତମାନ ଲାଗୁଛି ଯେ ସଫଳତାକୁ ଉପଭୋଗ କରିବା ପାଇଁ ତାପସୀ ପନ୍ନୁ ନିଜକୁ ଏକ ମୂଲ୍ୟବାନ ସହ ବିଳାଶପୂର୍ଣ୍ଣ ଉପହାର ଦେଇଛନ୍ତି। 

ଏହାର ମୂଲ୍ୟ କୋଟି କୋଟି ରହିଛି

ଅଭିନେତ୍ରୀ ବର୍ତ୍ତମାନ ଏକ ନୂତନ ମର୍ସିଡିଜ୍-ବେଞ୍ଜ୍ ମାୟାବାକ୍ କିଣିଛନ୍ତି । ଏହି ବିଳାସପୂର୍ଣ୍ଣ ୫ ସିଟ୍ ବିଶିଷ୍ଟ ଏସୟୁଭିର ମୂଲ୍ୟ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ତାପସୀ ଜଣେ ସେଲିବ୍ରିଟି, ତେଣୁ ତାଙ୍କ କାର କେଉଁଠି ସାଧାରଣ ହେବ? ନୂଆ କାର କିଣିବା ପାଇଁ ଅଭିନେତ୍ରୀ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର ନୂତନ ବିଳାସପୂର୍ଣ୍ଣ କାରର ମୂଲ୍ୟ ପ୍ରାୟ ୩.୨୫ କୋଟି ଅର୍ଥାତ୍ ୩ କୋଟି ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

 

Taapsee Pannu is richhhh. Buys Mercedes Maybach
byu/ajaydeepaj inBollyBlindsNGossip

ତାପସୀ ଏହି କାର ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ରେଡ୍ଡିଟ୍‌ରେ ଆସିଥିବା ଫଟୋରେ ଅଭିନେତ୍ରୀ ଏକ ନୂଆ କାର କିଣିବା ପରେ ପୋଜ୍ ଦେଉଛନ୍ତି। ତାଙ୍କର ଗୋଟିଏ ହାତରେ ଫୁଲର ଏବଂ ଅନ୍ୟ ହାତରେ କାର୍ର ଡମ୍ମି ଚାବି ଅଛି । ବର୍ତ୍ତମାନ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।  ଯାହା ପରେ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।