ବିଶିଷ୍ଟ ଅଧିବକ୍ତା ସ୍ବର୍ଗତ ନବୀନ କୃଷ୍ଣ ଚାନ୍ଦଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ

ଭଦ୍ରକ: ରବିବାର ଅପରାହ୍ଣ ୪ ଘଟିକା ସମୟରେ ମହେନ୍ଦ୍ର ଭବନ ପରିସରରେ ‘ନବୀନକୃଷ୍ଣଙ୍କ ଗ୍ରନ୍ଥାବଳୀ’ ଲୋକାର୍ପଣ ଭବ୍ୟ ସମାରୋହରେ ସମାପନ... The post ବିଶିଷ୍ଟ ଅଧିବକ୍ତା ସ୍ବର୍ଗତ ନବୀନ କୃଷ୍ଣ ଚାନ୍ଦଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ appeared first on .

ବିଶିଷ୍ଟ ଅଧିବକ୍ତା ସ୍ବର୍ଗତ ନବୀନ କୃଷ୍ଣ ଚାନ୍ଦଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ

ଭଦ୍ରକ: ରବିବାର ଅପରାହ୍ଣ ୪ ଘଟିକା ସମୟରେ ମହେନ୍ଦ୍ର ଭବନ ପରିସରରେ ‘ନବୀନକୃଷ୍ଣଙ୍କ ଗ୍ରନ୍ଥାବଳୀ’ ଲୋକାର୍ପଣ ଭବ୍ୟ ସମାରୋହରେ ସମାପନ ହୋଇଯାଇଛି । ଏହି ସଭାରେ ପୌରହିତ୍ୟ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ଡକ୍ଟର ରବିନାରାୟଣ ସେନାପତି । ଅଧ୍ୟାପିକା ଉଷାରାଣୀ ଜେନା ଏହାକୁ ସଞ୍ଚାଳନ କରିଥିଲେ । ଗ୍ରନ୍ଥାବଳୀର ଅନ୍ୟତମ ସମ୍ପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଶୈଳବାଳା ମହିଳା କଲେଜର ଓ ଡ଼ିଆ ବିଭାଗର ମୁଖ୍ୟା ଡକ୍ଟର ସଞ୍ଜିତା ଥିଲେ ମୁଖ୍ୟବକ୍ତା । ବିଗତ ଦିନର ଭଦ୍ରକର ଅନ୍ୟତମ ବଳିଷ୍ଠ ସାରସ୍ୱତ ସାଧକ, ସଫଳ ଆଇନଜୀବୀ, ଭଦ୍ରକ ଏନ.ଏ.ସି ର ପ୍ରଥମ ଚେୟାରମ୍ୟାନ (୧୯୬୪-୯୮) ନିଷ୍ଠାପର ସମାଜସେବୀ, ଭାରତ – ସୋଭିଏତ୍ ମୈତ୍ରୀ ସଂଗଠନ ବଳିଷ୍ଠ ପ୍ରବକ୍ତା ସ୍ବର୍ଗତ ନବୀନକୃଷ୍ଣ ଚାନ୍ଦଙ୍କ ସାମଗ୍ରିକ ସାହିତ୍ୟକୃତିର ଏକ ପୂର୍ଣ୍ଣାଙ୍ଗ ପରିପ୍ରକାଶ ଲୋକାର୍ପଣ ହୋଇଥିଲା । ‘ନବୀନକୃଷ୍ଣ ଗ୍ରନ୍ଥାବଳୀ’ କଟକର ସ୍ୱନାମ ଧନ୍ୟ ଫ୍ରେଣ୍ଡସ ପବ୍ଲିଶରଙ୍କ ଦ୍ୱାରା ପ୍ରକାଶିତ ଏହି ଗ୍ରନ୍ଥାବଳୀର ସମ୍ପାଦନା କରିଛନ୍ତି ଡକ୍ଟର ସୋମା ଚାନ୍ଦ ଓ ଡକ୍ଟର ସଞ୍ଜିତା ମିଶ୍ର । ଉପନ୍ୟାସ, ପ୍ରବନ୍ଧ, ଗଳ୍ପ, ସନ୍ଦର୍ଭ, ସୁବର ସମାବେଶରେ ସ୍ୱାଧୀନୋତ୍ତର ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ଚିତ୍ରରେ ସମୃଦ୍ଧ ଗ୍ରନ୍ଥାବଳୀର କଳେବର ।

ଏହି ଅବସରରେ ଶ୍ରୀ ଚାନ୍ଦଙ୍କ ସେରସ୍ତା ସହିତ ସଂପୃକ୍ତ ଥିବା କନିଷ୍ଠ ସହଯୋଗୀ ଆଡଭୋକେଟ୍ ଶେଖ୍ ଅବବୁ ସୁଫିୟାନ, ଆଡଭୋକେଟ ପ୍ରଫୁଲ୍ଲ କୁମାର ରାଉତ , ଆଡଭୋକେଟ୍ ନାରାୟଣ ଚନ୍ଦ୍ର ନାୟକ ଓ ଆଡଭୋକେଟ୍ ଅରୁନ କୁମାର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଃଶାସନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଡକ୍ଟର ସୋମାଚାନ୍ଦ । ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ସୂଚାଇ ଦିଅନ୍ତି ଯେ ଆଧୁନିକ ଓଡ଼ିଆ ସାହିତ୍ୟକୁ ଶ୍ରୀ ଚାନ୍ଦଙ୍କ ଅବଦାନ ଅତ୍ୟନ୍ତ ଉଚ୍ଚକୋଟୀର, ଯାହା ଗ୍ରନ୍ଥାବଳୀ ମାଧ୍ୟମରେ ପ୍ରକାଶିତ ହୋଇନଥିଲେ ହୁଏତ ଲୋକଲୋଚନକୁ ଆସିପାରିନଥାନ୍ତା । ସେହି ଦୃଷ୍ଟିରୁ ଏହା ସାରସ୍ୱତ ଭଣ୍ଡାର ଅନ୍ୟତମ ମାଇଲଖୁଣ୍ଟ ସଦୃଶ । ସଭାପତି କହନ୍ତି ଯେ ଏ ପ୍ରକାର ଗ୍ରନ୍ଥ ପ୍ରକାଶନ ନିଶ୍ଚିତ ଭାବରେ ଏକ ସ୍ମରଣୀୟ ପଦକ୍ଷେପ ଯାହା ଆଧୁନିକ ସାହିତ୍ୟର ବିବର୍ତ୍ତନର ଆଦ୍ୟ ପର୍ଯ୍ୟାୟରେ ଯଥେଷ୍ଟ ଗୁରୁତ୍ୱ ରଖେ । ଏହି ସମାରୋହରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଝରଣା ପଟ୍ଟନାୟକ, ଡ଼ ନିତ୍ୟାନନ୍ଦ ପ୍ରଧାନ, ଡ. ରାଧାରାଣୀ ମହାପାତ୍ର, ସେକ ଫାରୁକ, ସୃଜନ ଦାସ, ନିତ୍ୟାନନ୍ଦ ଦାସ, ବିଜୟ କୁମାର ସାହୁ, ଦିବ୍ୟସିଂହ ନାୟକ, ସରୋଜ କୁମାର ଦାସ, ସ୍ବରାଜ କୁମାର ଦେ, ଡ଼ ଗୋଲକ ବିହାରୀ ସାହୁ, ବିଜୟ କୁମାର ବହଳୀ, ମନୋରଞ୍ଜନ ଦାସ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଶେଷରେ ଅମରେଶ ଚାନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

The post ବିଶିଷ୍ଟ ଅଧିବକ୍ତା ସ୍ବର୍ଗତ ନବୀନ କୃଷ୍ଣ ଚାନ୍ଦଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ appeared first on .