ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଗଣେଶ ପୂଜାରେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନ। ଦୀର୍ଘ ୨୫ ବର୍ଷ ଧରି ଦେଶରେ ଖ୍ଯାତି ଅର୍ଜନ... The post ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ appeared first on .

ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଗଣେଶ ପୂଜାରେ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନ। ଦୀର୍ଘ ୨୫ ବର୍ଷ ଧରି ଦେଶରେ ଖ୍ଯାତି ଅର୍ଜନ କରିଥିବା ଭାରତ ମସଲା ପକ୍ଷରୁ ସମ୍ମାନିତ ହୋଇଛନ୍ତି କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସମେତ ବହୁ ବ୍ଯକ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା।

ମାତ୍ର ୪୦୦ ଟଙ୍କାରେ ଆରମ୍ଭ ହୋଇଥିଲା ହଳଦୀ ଗୁଣ୍ଡ ବ୍ଯବସାୟ। ଏବେ ୬ଶହ କୋଟି ଟଙ୍କାର କମ୍ପାନି। ୧୯୯୬ରୁ ୨୦୨୪ ସଫଳତାର ଦୀର୍ଘ ଯାତ୍ରାରେ ସୁନାମ ସାଉଁଣ୍ଟିଛି ଭାରତ ମସଲା। ଶିଳ୍ପୋଦ୍ଯୋଗୀ ତଥା ଅଧ୍ଯକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା ଯୋଗୁ ବିଶେଷ ଖ୍ଯାତି ହାସଲ କରିଛି ଭାରତ ମସଲା। କଟକ ରାମଦାସପୁରଠାରେ ପ୍ରତିଷ୍ଠିତ କମ୍ପାନୀ ପାଳନ କରିଛି ୨୫ତମ ପ୍ରତିଷ୍ଠା ଦିବସ। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସଫଳ ବ୍ୟବସାୟିକ କ୍ୟାରିୟର ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ଶିଳ୍ପମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍ସବରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ବିଜେତା, ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନରେ ସମ୍ମାନିତ କରିଥିଲେ ମୁଖ୍ଯମନ୍ତ୍ରୀ। ଡକ୍ଟର ପଣ୍ଡା କହିଛନ୍ତି- ବର୍ତ୍ତମାନ ଭାଷା ବଡ଼ ସଙ୍କଟରେ ଉପନୀତ ହୋଇଛି। ଯୁବବର୍ଗ ମାତୃଭାଷାକୁ ଗୁରୁତ୍ବ ଦିଅନ୍ତୁ। ପିଲାଙ୍କ ଭିତରେ ଭାଷା ପ୍ରତି ଆଗ୍ରହ ସୃଷ୍ଟି ପିତାମାତାଙ୍କ କର୍ତ୍ତବ୍ଯ। ପଢ଼ିବା ହିଁ ଲେଖିବାର ପ୍ରେରଣା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ। ଉତ୍ସବରେ ଅନ୍ଯମାନଙ୍କ ମଧ୍ଯରେ ସେବା ଭାରତ ସମ୍ମାନରେ ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତି, ଭାରତ ଗୌରବ ସମ୍ମାନରେ ସରୋଜ କୁମାର ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସଂସ୍କୃତି ଭାରତ ସମ୍ମାନ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କୁ ଏବଂ  କ୍ରୀଡା ଭାରତ ସମ୍ମାନ ବିଭାରାଣୀ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହ ବିଜ୍ଞାନ, କଳା ଓ ବାଣିଜ୍ୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ଧରି କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ପୂଜ୍ୟପୂଜା ଓ  ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ କରାଯାଉଛି।

The post ବିଶିଷ୍ଟ କବୟିତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ appeared first on .