ରିଟାୟାର୍ଡ ଯେବେ ହେଲେବି ୬୦ ବର୍ଷରେ ମିଳିବ ପେନସନ,ଜାଣନ୍ତୁ UPS ଯୋଜନାର ଅସୁବିଧା ସବୁ କ’ଣ?
ନୂଆଦିଲ୍ଲୀ: ପୁରୁଣା ପେନସନ ସ୍କିମ ଦାବି ନେଇ ଗତ ୨୦ ବର୍ଷ ହେଲା ଚାଲି ଆସୁଥିବା ବିରୋଧ ଓ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) ଲଞ୍ଚ କରିଛନ୍ତି। ହେଲେ ଏହାକୁ ନେଇ ମଧ୍ୟ କର୍ମଚାରୀ ସଙ୍ଗଠନ ସନ୍ତୁଷ୍ଟ ନୁହନ୍ତି। ଏଣୁ ନୂଆ ପେନସନ୍ ସ୍କିମକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। କର୍ମଚାରୀ ସଙ୍ଗଠନଙ୍କ କହିବା କଥା ହେଉଛି ଏହି ସ୍କିମକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ରହିଛି, ଯାହାର ଜବାବ ସରକାରଙ୍କୁ ଦେବାକୁ ପଡିବ। ଏଥିରେ ସବୁଠୁ ବଡ଼ ପ୍ରଶ୍ନ ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ)କୁ ନେଇ ରହିଛି। ଯଦି କୌଣସି କର୍ମଚାରୀ ୬୦ ବର୍ଷ ବୟସ ପୂର୍ବରୁ ସ୍ୱେଚ୍ଛାକୃତ ସେବା ନିବୃତ୍ତି ଲାଗି ଇଛା ବ୍ୟକ୍ତ କରନ୍ତି ତେବେ ତାଙ୍କୁ ପେନସନ କେବେ ମିଳି ସେ ନେଇ କର୍ମଚାରୀ ସଙ୍ଗଠନ ପ୍ରଶ୍ନ ଉଠାଇଛନ୍ତି। ଯେବେ ଏହାକୁ ନେଇ ଅର୍ଥ ସଚିବ ଟି.ଭି. ସୋମନାଥନଙ୍କୁ ପଚରା ଗଲା ସେ ସ୍ପଷ୍ଟ ରୂପେ କହିଥିଲେ ଯେ ଆପଣ ରିଟାୟାର ଯେବେବି ହୁଅନ୍ତୁ ପେନସନ ସେବା ନିବୃତ୍ତି ଆୟୁ ପରେ ହିଁ ମିଳିବ। ଏହାକୁ କର୍ମଚାରୀ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। କର୍ମଚାରୀ ସଙ୍ଗଠନଙ୍କ କହିବା କଥା ହେଉଛି ଭିଆରଏସ ନେଉଥିବା କର୍ମଚାରୀଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ପେନସନ ଲାଗି ଅପେକ୍ଷା କରିବାକୁ ପଡିପାରେ। ଏଥିରେ ଭିଆରଏସ ନେଇଥିବା ବ୍ୟକ୍ତି ପେନସନ ବୟସ ପର୍ଯ୍ୟନ୍ତ ଜୀବିତ ରହିବେ କି ନା ତାର ମଧ୍ୟ କଣ ଗ୍ୟାରେଣ୍ଟି ଅଛ
ନୂଆଦିଲ୍ଲୀ: ପୁରୁଣା ପେନସନ ସ୍କିମ ଦାବି ନେଇ ଗତ ୨୦ ବର୍ଷ ହେଲା ଚାଲି ଆସୁଥିବା ବିରୋଧ ଓ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) ଲଞ୍ଚ କରିଛନ୍ତି। ହେଲେ ଏହାକୁ ନେଇ ମଧ୍ୟ କର୍ମଚାରୀ ସଙ୍ଗଠନ ସନ୍ତୁଷ୍ଟ ନୁହନ୍ତି। ଏଣୁ ନୂଆ ପେନସନ୍ ସ୍କିମକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି। କର୍ମଚାରୀ ସଙ୍ଗଠନଙ୍କ କହିବା କଥା ହେଉଛି ଏହି ସ୍କିମକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ରହିଛି, ଯାହାର ଜବାବ ସରକାରଙ୍କୁ ଦେବାକୁ ପଡିବ।
ଏଥିରେ ସବୁଠୁ ବଡ଼ ପ୍ରଶ୍ନ ସ୍ୱେଚ୍ଛାକୃତ ଅବସର ଯୋଜନା (ଭିଆରଏସ)କୁ ନେଇ ରହିଛି। ଯଦି କୌଣସି କର୍ମଚାରୀ ୬୦ ବର୍ଷ ବୟସ ପୂର୍ବରୁ ସ୍ୱେଚ୍ଛାକୃତ ସେବା ନିବୃତ୍ତି ଲାଗି ଇଛା ବ୍ୟକ୍ତ କରନ୍ତି ତେବେ ତାଙ୍କୁ ପେନସନ କେବେ ମିଳି ସେ ନେଇ କର୍ମଚାରୀ ସଙ୍ଗଠନ ପ୍ରଶ୍ନ ଉଠାଇଛନ୍ତି। ଯେବେ ଏହାକୁ ନେଇ ଅର୍ଥ ସଚିବ ଟି.ଭି. ସୋମନାଥନଙ୍କୁ ପଚରା ଗଲା ସେ ସ୍ପଷ୍ଟ ରୂପେ କହିଥିଲେ ଯେ ଆପଣ ରିଟାୟାର ଯେବେବି ହୁଅନ୍ତୁ ପେନସନ ସେବା ନିବୃତ୍ତି ଆୟୁ ପରେ ହିଁ ମିଳିବ। ଏହାକୁ କର୍ମଚାରୀ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି।
କର୍ମଚାରୀ ସଙ୍ଗଠନଙ୍କ କହିବା କଥା ହେଉଛି ଭିଆରଏସ ନେଉଥିବା କର୍ମଚାରୀଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ପେନସନ ଲାଗି ଅପେକ୍ଷା କରିବାକୁ ପଡିପାରେ। ଏଥିରେ ଭିଆରଏସ ନେଇଥିବା ବ୍ୟକ୍ତି ପେନସନ ବୟସ ପର୍ଯ୍ୟନ୍ତ ଜୀବିତ ରହିବେ କି ନା ତାର ମଧ୍ୟ କଣ ଗ୍ୟାରେଣ୍ଟି ଅଛି ବୋଲି କର୍ମଚାରୀ ସଙ୍ଗଠନ ପ୍ରଶ୍ନ କରିଛନ୍ତି। ଏଥିରେ ଭିଆରଏସ ନେଇଥିବା କର୍ମଚାରୀ ରିଟାୟାର ଆୟୁ ପର୍ଯ୍ୟନ୍ତ ଜୀବିତ ରହିବ ବୋଲି ସରକାର ଗ୍ୟାରେଣ୍ଟି ଦେବେ କି ବୋଲି କର୍ମଚାରୀ ସଙ୍ଗଠନ ପ୍ରଶ୍ନ କରିଛନ୍ତି।
କାହିଁକି ଅସନ୍ତୁଷ୍ଟ କର୍ମଚାରୀ ସଙ୍ଗଠନ
ପୁରୁଣା ପେନସନ ଲାଗି ସଂଘର୍ଷ କରୁଥିବା ସଙ୍ଗଠନ ‘ନ୍ୟାସନାଲ ମିସନ ଫର ଓଲ୍ଡ ପେନସନ ସ୍କିମ ଭାରତ’ର ଜାତୀୟ ସଭାପତି ମନଜିତ ସିଂହ ପଟେଲଙ୍କ କହିବା କଥା ହେଉଛି ଏ ସମ୍ପର୍କରେ ଅର୍ଥ ସଚିବ ନିଜେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ‘ରିଟାୟାରମେଣ୍ଟ ଆପଣ ଯେବେ ବି ନିଅନ୍ତୁ ପେନସନ ଆରମ୍ଭ ରିଟାୟାରମେଣ୍ଟ ଆୟୁ ପୁରଣ ପରେ ହେବ’। ଏଥିରୁ ଯାହା ବୁଝାପଡୁଛି ଶୀଘ୍ର ଅବସର ନେଉଥିବା କର୍ମଚାରୀ ସମସ୍ୟାରେ ପଡିବେ।
ରିଟାୟାରମେଣ୍ଟ ପାଇଁ ସବୁ ବିଭାଗର ଆୟୁ ସୀମା ଅଲଗା ଅଲଗା
ତେବେ ସବୁଠୁ ଯାହା ବଡ଼ ଅସୁବିଧା ତାହା ହେଉଛି ଦେଶର ସବୁ ବିଭାଗରେ ରିଟାୟାରମେଣ୍ଟ ଆୟୁ ଅଲଗା ଅଲଗା। ବିଶ୍ୱବିଦ୍ୟାଳୟମାନଙ୍କରେ ଅବସର ସମୟ ସୀମା ୬୫ ବର୍ଷ ହୋଇଥିବା ବେଳେ ଡାକ୍ତରଙ୍କ ଅବସର ବୟସ ସୀମା ମଧ୍ୟ ଅଧିକ। କେନ୍ଦ୍ର କର୍ମଚାରୀ ୬୦ ବର୍ଷ ବୟସରେ ଅବସର ନେଉଥିବା ବେଳେ କେତେକ ସ୍ଥାନରେ ଏହା ୫୮ ବର୍ଷ। ଏଣୁ ଏହି ଦୃଷ୍ଟିରୁ ୟୁପିଏସ୍ରେ ଭିଆରଏସ ପରେ ପେନସନ ସମସ୍ୟା ଗୁରୁତର ହେବ।
ଜୋରଦାର ବିରୋଧ କରୁଛନ୍ତି କର୍ମଚାରୀ ସଙ୍ଗଠନ
କର୍ମଚାରୀ ସଙ୍ଗଠନଙ୍କ କହିବା କଥା ହେଉଛି ମନେ କରାଯାଉ କୌଣସି ଯୁବକ ୨୫ ବର୍ଷ ବୟସରେ କର୍ମରେ ନିଯୁକ୍ତ ହୁଅନ୍ତି ଓ ୫୦ ବର୍ଷ ବୟସରେ ୟୁପିଏସର ଅନିବାର୍ଯ୍ୟ ସର୍ଭିସ ଅବଧି ୨୫ ବର୍ଷ ପୂରଣ କରି ନେଉଛନ୍ତି ଓ ୫୦ ପ୍ରତିଶତ ପେନସନର ହକଦାର ହେଉଛନ୍ତି। ଏଥିରେ ଯଦି ସମ୍ପୃକ୍ତ ବ୍ୟକ୍ତି ୫୦ ବର୍ଷ ବୟସରେ ଅବସର ନେବାକୁ ଚାହାଁନ୍ତି ତାଙ୍କୁ ପେନସନ ପାଇଁ ଅଧିକ ୧୦ ବର୍ଷ ଅପେକ୍ଷା କରିବାକୁ ପଡିବ। କାରଣ ୟୁପିଏସର ନିୟମ ହେଉଛି ପେନସନ୍ ୬୦ ବର୍ଷ ବୟସରେ ଆରମ୍ଭ ହେବ।