ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସାମଲଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ଅଣାଯାଇଥିଲା। ଏଠାରେ […] The post ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ appeared first on Dharitri Odia News.

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ ସାମଲଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସାମଲଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ଏସସିବିକୁ ଅଣାଯାଇଥିଲା। ଏଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଏସସିବି ଅଧୀକ୍ଷକ ଡ. ସୁଦାଶୂଖ ମିଶ୍ର କହିଛନ୍ତି ଯେ ତାଙ୍କୁ ୨୪ ଘଣ୍ଟା ନଜରରେ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସାମଲଙ୍କ ଚିକିତ୍ସା ଉପରେ ଦୃଷ୍ଟି ରଖିଥିଲା।

ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଏହାର ତଦାରଖ କରୁଥିଲେ। ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତଙ୍କ ନିର୍ଦ୍ଦେଶରେ ସାମଲଙ୍କ ଚିକିତ୍ସା ପାଇଁ ଏସଟିବି, କଟକରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।

ଫେବୃଆରୀ ୨୩, ୧୯୩୨ ରେ ଯାଜପୁର ଜିଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଗ୍ରାମରେ ଜନ୍ମ ହୋଇଥିବା ନୀଳମଣି ସାମଲ ୧୫ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୦୧ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି। ତାଙ୍କୁ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି।

 

The post ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ appeared first on Dharitri Odia News.