ସାଙ୍ଗଙ୍କ ଜନ୍ମଦିନ ପାଇଁ ତାଙ୍କ ଘରକୁ ଯାଇଥିଲେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ, ହେଲେ ଉଠାଇନେଲେ…
ଦିଗପହଣ୍ଡି,୯ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳର ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି କେଉଁଆଡ଼େ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ମା’ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୧/୨୫ରେ ମାମଲା ରୁଜୁ କରିବା ସହ ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ତଦନ୍ତ ଚଳାଇଛି। ନାବାଳିକା […] The post ସାଙ୍ଗଙ୍କ ଜନ୍ମଦିନ ପାଇଁ ତାଙ୍କ ଘରକୁ ଯାଇଥିଲେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ, ହେଲେ ଉଠାଇନେଲେ… appeared first on Dharitri Odia News.
ଦିଗପହଣ୍ଡି,୯ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅଞ୍ଚଳର ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି କେଉଁଆଡ଼େ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ମା’ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୧/୨୫ରେ ମାମଲା ରୁଜୁ କରିବା ସହ ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ପୋଲିସ ତଦନ୍ତ ଚଳାଇଛି। ନାବାଳିକା ଜଣକ ଶନିବାର ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ଜନ୍ମଦିନ ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଅପହରଣ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି।
The post ସାଙ୍ଗଙ୍କ ଜନ୍ମଦିନ ପାଇଁ ତାଙ୍କ ଘରକୁ ଯାଇଥିଲେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଝିଅ, ହେଲେ ଉଠାଇନେଲେ… appeared first on Dharitri Odia News.