ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ ଯାତ୍ରୀ ଥିଲେ। ଏହି ବିମାନଟି ରୁଷିଆର ଚେଞ୍ଚିଆର ଗ୍ରୋଜନି ଯିବାକୁ ଥିଲା, କିନ୍ତୁ ଗ୍ରୋଜନିରେ କୁହୁଡ଼ି ହେତୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। କାଜାକସ୍ତାନର ଆକଟା ସହର ନିକଟରେ ୭୨ରୁ ଅଧିକ ଲୋକଙ୍କୁ ନେଇ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ୬ଜଣ ଯାତ୍ରୀ ବଞ୍ଚିଥିବା ବେଳେ ଅନେକଙ୍କର ମୃତ୍ୟୁ ହେବାର […] The post ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ appeared first on Dharitri Odia News.

ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିମାନଟି ବାକୁ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଯେଉଁଥିରେ ୭୨ରୁ ଅଧିକ ଯାତ୍ରୀ ଥିଲେ। ଏହି ବିମାନଟି ରୁଷିଆର ଚେଞ୍ଚିଆର ଗ୍ରୋଜନି ଯିବାକୁ ଥିଲା, କିନ୍ତୁ ଗ୍ରୋଜନିରେ କୁହୁଡ଼ି ହେତୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା। କାଜାକସ୍ତାନର ଆକଟା ସହର ନିକଟରେ ୭୨ରୁ ଅଧିକ ଲୋକଙ୍କୁ ନେଇ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ୬ଜଣ ଯାତ୍ରୀ ବଞ୍ଚିଥିବା ବେଳେ ଅନେକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି କାଜାକସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି। ଖବର ମୁତାବକ ବିମାନଟି ଅକଟା ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପରେ ଏହା ସ୍ପଷ୍ଟ ହେଲା ଯେ ଏହି ବିମାନ ଦୁର୍ଘଟଣାରେ ୬୬ଜଣଙ୍କର ମୃତ୍ୟୁ ହୋଇଛି।

The post ରୁଷିଆ ଯାଉଥିବା ବିମାନ କ୍ରାସ୍‌, ୬୬ ମୃତ appeared first on Dharitri Odia News.