ଲୋକସଭା ସ୍ପିକର ପଦ ପାଇଁ ବିଜେପିର ନୂଆ ଫର୍ମୂଲା, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ ୨୨।୬: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେସନରେ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ମୁକାବିଲା ଏବେ ଠୁ ସ୍ପଷ୍ଟ ଦେଖାଗଲାଣି। ଭର୍ତ୍ତୃହରୀ ମହତାବଙ୍କୁ ପ୍ରୋଟେମ ସ୍ପିକର କରି ବିଜେପି ଲୋକସଭା ବାଚସ୍ପତି ପଦ ନିଜ ପାଖରେ ରଖିବାକୁ ସ୍ପଷ୍ଟ କରିଛି। ଏଣୁ ଉପବାଚସ୍ପତି ପଦ ସହଯୋଗୀ ଦଳ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଦେଇପାରେ ବୋଲି ଅନୁମାନ କରାଯାଉଛି। ବିଜେପି ଯଦି ଏହି ଫର୍ମୂଲା ସହିତ ଆଗକୁ ବଢେ ତେବେ ସଂସଦର ଆରମ୍ଭ ଦିନଗୁଡିକ ନିଶ୍ଚିତ ବାଦବିବାଦପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ ତାରିଖରେ ଆରମ୍ଭ ହେବ। ପ୍ରଥମ ଦିନ ସାଂସଦ ମାନେ ଶପଥ ପାଠ କରିବେ ଓ ଜୁନ ୨୬ରେ ବାଚସ୍ପତି ନିର୍ବାଚନ ହେବ। ବିରୋଧୀ ଦଳ ଚାହୁଁଥିଲେ ୮ ଥରର ସାଂସଦ ସୁରେଶ ପ୍ରୋଟେମ ସ୍ପିକର ହୁଅନ୍ତୁ। ତେବେ ଶାସକ ଦଳ ତର୍କ ଦେଇଛନ୍ତି ଯେ ମହତାବ ଲଗାତାର ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ୮ ଥରର ସାଂସଦ ସୁରେଶ ମଝିରେ ୨ ଥର ହାରିଥିଲେ। ଏହା ସହିତ ଶାସକ ଦଳ ଇଣ୍ଡି ମେଣ୍ଟ ସହ ବିବାଦର ସୂତ୍ରପାତ କରିଛି। ଏଣୁ ବିପକ୍ଷ ସଂସଦରେ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରେ। ବାଚସ୍ପତି ପଦକୁ ନେଇ ଏନଡିଏରେ ମଧ୍ୟ ଟଣାଓଟରା ଚାଲିଛି। ସହଯୋଗୀ ଟିଡିପି ଚାହୁଁଛି ବଚାସ୍ପତି ପଦ ତାକୁ ମିଳୁ, ହେଲେ ଏଥି ପାଇଁ ବିଜେପି ପ୍ରସ୍ତୁତ ନୁହେଁ। ଏନଡିଏରେ ବିଜେପି ନିଜକୁ ସବ
ନୂଆଦିଲ୍ଲୀ ୨୨।୬: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେସନରେ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ମୁକାବିଲା ଏବେ ଠୁ ସ୍ପଷ୍ଟ ଦେଖାଗଲାଣି। ଭର୍ତ୍ତୃହରୀ ମହତାବଙ୍କୁ ପ୍ରୋଟେମ ସ୍ପିକର କରି ବିଜେପି ଲୋକସଭା ବାଚସ୍ପତି ପଦ ନିଜ ପାଖରେ ରଖିବାକୁ ସ୍ପଷ୍ଟ କରିଛି। ଏଣୁ ଉପବାଚସ୍ପତି ପଦ ସହଯୋଗୀ ଦଳ ତେଲଗୁ ଦେଶମ ପାର୍ଟି (ଟିଡିପି)କୁ ଦେଇପାରେ ବୋଲି ଅନୁମାନ କରାଯାଉଛି। ବିଜେପି ଯଦି ଏହି ଫର୍ମୂଲା ସହିତ ଆଗକୁ ବଢେ ତେବେ ସଂସଦର ଆରମ୍ଭ ଦିନଗୁଡିକ ନିଶ୍ଚିତ ବାଦବିବାଦପୂର୍ଣ୍ଣ ହେବ ବୋଲି କୁହାଯାଉଛି।
ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ ତାରିଖରେ ଆରମ୍ଭ ହେବ। ପ୍ରଥମ ଦିନ ସାଂସଦ ମାନେ ଶପଥ ପାଠ କରିବେ ଓ ଜୁନ ୨୬ରେ ବାଚସ୍ପତି ନିର୍ବାଚନ ହେବ। ବିରୋଧୀ ଦଳ ଚାହୁଁଥିଲେ ୮ ଥରର ସାଂସଦ ସୁରେଶ ପ୍ରୋଟେମ ସ୍ପିକର ହୁଅନ୍ତୁ। ତେବେ ଶାସକ ଦଳ ତର୍କ ଦେଇଛନ୍ତି ଯେ ମହତାବ ଲଗାତାର ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ୮ ଥରର ସାଂସଦ ସୁରେଶ ମଝିରେ ୨ ଥର ହାରିଥିଲେ। ଏହା ସହିତ ଶାସକ ଦଳ ଇଣ୍ଡି ମେଣ୍ଟ ସହ ବିବାଦର ସୂତ୍ରପାତ କରିଛି। ଏଣୁ ବିପକ୍ଷ ସଂସଦରେ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରେ।
ବାଚସ୍ପତି ପଦକୁ ନେଇ ଏନଡିଏରେ ମଧ୍ୟ ଟଣାଓଟରା ଚାଲିଛି। ସହଯୋଗୀ ଟିଡିପି ଚାହୁଁଛି ବଚାସ୍ପତି ପଦ ତାକୁ ମିଳୁ, ହେଲେ ଏଥି ପାଇଁ ବିଜେପି ପ୍ରସ୍ତୁତ ନୁହେଁ। ଏନଡିଏରେ ବିଜେପି ନିଜକୁ ସବୁଠୁ ବଡ଼ ଦଳ ଭାବୁଛି। ଏଣୁ ଏହି ହିସାବରେ ବାଚସ୍ପତି ପଦକୁ ବିଜେପି ନିଜ ପାଖରେ ରଖିବାକୁ ଚାହୁଁଛି। ବିଜେପିରେ ବାଚସ୍ପତି ପଦ ପାଇଁ ଓମ ବିରଳା, ରାଧାମୋହନ ସିଂହ ଓ ବିଜେପି ନେତ୍ରୀ ଡି.ପୁରନ୍ଦେଶ୍ୱରୀ ଆଶାୟୀ ଅଛନ୍ତି। ଏଥିରେ ପୁରନ୍ଦେଶ୍ୱରୀଙ୍କୁ ବାଚସ୍ପତି କରି ବିଜେପି ଟିଡିପିକୁ ସାଧିବାକୁ ଚାହୁଁଛି।
ତେବେ ବିଜେପି ଉପବାଚସ୍ପତି ପଦଟିକୁ ଟିଡିପିକୁ ଦେବାକୁ ପ୍ରସ୍ତୁତ ଅଛି। ଏଥିରୁ ଯାହା ବୁଝାପଡୁଛି ସଂସଦରେ ଦୁର୍ବଳ ହୋଇ ମଧ୍ୟ ବିଜେପି ବୁଝାମଣା ପାଇଁ ଆଦୌ ପ୍ରସ୍ତୁତ ନୁହେଁ। ଏଣୁ ସାଂସଦ ଅଧିବେଶନ ଆରମ୍ଭରୁ ହିଁ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ବିରୋଧୀଙ୍କ କହିବା କଥା ହେଉଛି ସପ୍ତଦଶ ଲୋକସଭାରେ ବିଜେପି ଉପବାଚସ୍ପତି ପଦ ପୂରଣ କରି ନଥିଲା। ତେବେ ଅଷ୍ଟାଦଶ ଲୋକସଭାରେ ପରମ୍ପରାକୁ ପାଳନ କରିବାକୁ ବାଧ୍ୟ। ପରମ୍ପରା ଅନୁସାରେ ଉପବାଚସ୍ପତି ପଦ ବିରୋଧୀଙ୍କୁ ଦିଆଯାଉ ନଚେତ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେଉ ବୋଲି ବିରୋଧୀ କହୁଛନ୍ତି।