ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର

ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ ଏହି ନିୟମ କାର୍ଯ୍ୟକାରୀ ହେଲେ ଡ୍ରାଇଭରମାନଙ୍କୁ ଜେଲ ଓ ଅର୍ଥଦଣ୍ଡ ଭୋଗିବାକୁ ପଡିବ। ଏହି ମାମଲାରେ ସିଧାସଳଖ ଡ୍ରାଇଭରମାନେ ଭୁକ୍ତଭୋଗୀ ହେଉଥିବା ବେଳେ ଏପର୍ଯ୍ୟନ୍ତ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିନାହାନ୍ତି ବୋଲି […] The post ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର appeared first on Dharitri Odia News.

ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର

ସମ୍ବଲପୁର,୪ା୧(ଭବାନୀ ଶଙ୍କର ଭୋଇ): ହିଟ ଆଣ୍ଡ ରନ ମାମଲାରେ କେନ୍ଦ୍ର ସରକାର କଠୋର ନିୟମ ଆଣି ୧୦ବର୍ଷ ଜେଲ ଓ ୭ ଲକ୍ଷ ଅର୍ଥଦଣ୍ଡ ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଦୁର୍ଘଟଣା ଘଟାଉଥିବା ଡ୍ରାଇଭରଙ୍କୁ ଶୀଘ୍ର ଜାମିନ ମିଳିଯାଉଥିବା ବେଳେ ଏହି ନିୟମ କାର୍ଯ୍ୟକାରୀ ହେଲେ ଡ୍ରାଇଭରମାନଙ୍କୁ ଜେଲ ଓ ଅର୍ଥଦଣ୍ଡ ଭୋଗିବାକୁ ପଡିବ। ଏହି ମାମଲାରେ ସିଧାସଳଖ ଡ୍ରାଇଭରମାନେ ଭୁକ୍ତଭୋଗୀ ହେଉଥିବା ବେଳେ ଏପର୍ଯ୍ୟନ୍ତ ସରକାର ଡ୍ରାଇଭର ମହାସଂଘ ସହ ଆଲୋଚନା କରିନାହାନ୍ତି ବୋଲି ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡଲି ଅଭିଯୋଗ କରିଛନ୍ତି।

ଏଥିପାଇଁ ମହାସଂଘ ତରଫରୁ ଶୁକ୍ରବାରଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ମହାସଂଘର ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ଡ୍ରାଇଭର ଷ୍ଟିଅରିଂ ଛାଡି ଘରେ ରହିବାକୁ କୁହାଯାଇଛି। ତେବେ କୌଣସି ସ୍ଥାନରେ ରାସ୍ତା ଉପରେ ଆନ୍ଦୋଳନ ନ କରି ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହେବାକୁ କୁହାଯାଇଛି।

ସଭାପତି ମେଣ୍ଡଲୀ ନୂଆଦିଲ୍ଲୀରୁ ଫେରିବା ପରେ ଝାରସୁଗୁଡାଠାରେ ଏ ନେଇ ସୂଚନା ଦେଇଛନ୍ତି। ଡ୍ରାଇଭର ଭୁଲ କଲେ ଜେଲ ଓ ଅର୍ଥଦଣ୍ଡ କରାଯାଉଥିବା ବେଳେ କୌଣସି ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲେ ତାଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିବାକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ସମ୍ବଲପୁର ଜିଲା ଡ୍ରାଇଭର ମହାସଂଘ ପକ୍ଷରୁ ଶୁକ୍ରବାରଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଅନୁରୋଧ କରାଯାଇଥିବା ଜିଲା ସଭାପତି ଜୟନାରାୟଣ ମହାରଣାଙ୍କ ପକ୍ଷରୁ କୁହାଯାଇଛି।

The post ମହାସଂଘର ନିଷ୍ପତ୍ତି: ଷ୍ଟିଅରିଂ ଛାଡ଼ି ଘରେ ବସିବେ ଡ୍ରାଇଭର appeared first on Dharitri Odia News.