ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ ୨୭।୦୬ : ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜୁଲାଇ ୭ରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏହାପୂର୍ବରୁ ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣ କାରୀ। ତିନିରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ସେବକ ମାନେ ରଥ ବେଦୀ ଚାରି ପାର୍ଶ୍ବରେ ତାଗ ବା ବଟନ ବାଡିଆ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ପଛ ପାର୍ଶ୍ଵରେ ପାରୁସ ପଟା ପଡିବା ମଧ୍ୟ ଶେଷ ହୋଇଛି। ଦୁଆର ବେଢ଼ା ପାଇଁ ଚାରୋଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ କରାଯାଇ ରଥ ମାନଙ୍କରେ ସାଇତା ଯାଇଛି। ସେହିପରି ତିନି ରଥର‌ ପାରା ଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା କହିଛନ୍ତି ବିଶ୍ଵକର୍ମା। ରଥ ଖଳାରେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଚିତ୍ରକର ସେବକ ମାନେ ରଙ୍ଗ କାର୍ଯ୍ୟ ଚଳାଇଛନ୍ତି।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ ୨୭।୦୬ : ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜୁଲାଇ ୭ରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏହାପୂର୍ବରୁ ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ସମସ୍ତ ନିର୍ମାଣ କାରୀ। 

ତିନିରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ସେବକ ମାନେ ରଥ ବେଦୀ ଚାରି ପାର୍ଶ୍ବରେ ତାଗ ବା ବଟନ ବାଡିଆ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ପଛ ପାର୍ଶ୍ଵରେ ପାରୁସ ପଟା ପଡିବା ମଧ୍ୟ ଶେଷ ହୋଇଛି। ଦୁଆର ବେଢ଼ା ପାଇଁ ଚାରୋଟି ଲେଖାଏଁ ଚନ୍ଦ୍ରଶାଳୀ ନିର୍ମାଣ କରାଯାଇ ରଥ ମାନଙ୍କରେ ସାଇତା ଯାଇଛି। 

ସେହିପରି ତିନି ରଥର‌ ପାରା ଭାଡ଼ି ସହ ପୋଟଳ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା କହିଛନ୍ତି ବିଶ୍ଵକର୍ମା। ରଥ ଖଳାରେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଚିତ୍ରକର ସେବକ ମାନେ ରଙ୍ଗ କାର୍ଯ୍ୟ ଚଳାଇଛନ୍ତି।