ବିଶ୍ବ ମିତବ୍ୟୟିତା ଦିବସ

ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ବିଶ୍ୱ ମିତବ୍ୟୟିତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ଏହା ପ୍ରତିବର୍ଷ ଅକ୍ଟୋବର ୩୦ରେ ପାଳନ କରାଯାଇଥାଏ। କାରଣ ୩୧ ଅକ୍ଟୋବର, ୧୯୮୪ରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା।  ସେବେଠାରୁ ଏହା ଭାରତରେ ଅକ୍ଟୋବର ୩୦ ତାରିଖରେ ପାଳନ କରାଯାଉଛି। ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ମିତବ୍ୟୟୀ ହୋଇ ସଞ୍ଚୟ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ। ପିଲାଦିନରୁ […]

ବିଶ୍ବ ମିତବ୍ୟୟିତା ଦିବସ
dsfs

ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ବିଶ୍ୱ ମିତବ୍ୟୟିତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ଏହା ପ୍ରତିବର୍ଷ ଅକ୍ଟୋବର ୩୦ରେ ପାଳନ କରାଯାଇଥାଏ। କାରଣ ୩୧ ଅକ୍ଟୋବର, ୧୯୮୪ରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା।  ସେବେଠାରୁ ଏହା ଭାରତରେ ଅକ୍ଟୋବର ୩୦ ତାରିଖରେ ପାଳନ କରାଯାଉଛି। ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ମିତବ୍ୟୟୀ ହୋଇ ସଞ୍ଚୟ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ। ପିଲାଦିନରୁ କୁନି କୁନି ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ସଞ୍ଚୟ ବିଷୟରେ ଜାଣିଥାନ୍ତି। ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟଙ୍କା ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅର୍ଥ ସଞ୍ଚୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ଅର୍ଥ ସଞ୍ଚୟ କରି ନିଜ ପାଇଁ ରୋଜଗାରର ବ୍ୟବସ୍ଥା କରିପାରିବେ। କେବଳ ସେତିକି ନୁହେଁ, ସଞ୍ଚିତ ଅର୍ଥରେ ଜଣେ ଭଲ ଶିକ୍ଷା ପ୍ରାପ୍ତ କରିପାରିବେ। ଜଣେ ବ୍ୟକ୍ତି ରୋଗଗ୍ରସ୍ତ ହେଲେ ଚିକିତ୍ସା ପାଇଁ ମଧ୍ୟ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ତେଣୁ ସୁସ୍ଥ ଜୀବନ ଜିଇଁବା ପାଇଁ ଓ ଦେଶର ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଟଙ୍କା ସଞ୍ଚୟର ଆବଶ୍ୟକତା ରହିଛି। ଏ କଥାକୁ ହୃଦୟଙ୍ଗମ କରି ୧୯୨୪ ଅକ୍ଟୋବର ୩୦ରେ ଇଟାଲୀର ମିଲାନରେ ପ୍ରଥମ ଥର ପାଇଁ ଆୟୋଜିତ ‘ଇଣ୍ଟରନ୍ୟାସନାଲ ଥ୍ରିଫ୍ଟ କଂଗ୍ରେସ’ରେ ୩୧ ଅକ୍ଟୋବରକୁ ବିଶ୍ବ ମିତବ୍ୟୟିତା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସାରା ବିଶ୍ୱରେ ସଞ୍ଚୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି।