ବିଶ୍ବକପ୍ରେ ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍ ଜୋର୍ଡାନଙ୍କ ହ୍ୟାଟ୍ରିକ୍
ବ୍ରିଜ୍ଟାଉନ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆଉ ଏକ ହ୍ୟାଟ୍ରିକ୍ ଦେଖିବାକୁ ମିଳିଛି। ଆମେରିକା ବିପକ୍ଷ ଗ୍ରୁପ୍-୨ର ନିଜର ଶେଷ ଲିଗ୍ ମ୍ୟାଚ୍ରେ ଇଂଲଣ୍ଡର କ୍ରିସ୍ ଜୋର୍ଡାନ୍ ଏହି ସଫଳତା ପାଇଛନ୍ତି। ୧୯ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍ରେ ଯଥାକ୍ରମେ ଅଲୀ ଖାନ, ନସ୍ଥୁଶ କେଞ୍ଜିଗ ଓ ସୌରଭ ନେତ୍ରାଭଲକରଙ୍କୁ ଆଉଟ୍ କରି ଏହି ସଫଳତା ପାଇଥିଲେ ଜୋର୍ଡାନ୍। ହ୍ୟାଟ୍ରିକ୍ ପୂର୍ବରୁ ଏହି ଓଭରର ପ୍ରଥମ ବଲ୍ରେ କୋରି ଆଣ୍ଡରସନ୍ଙ୍କୁ ଆଉଟ୍ କରି ମୋଟ ଉପରେ […]

ବ୍ରିଜ୍ଟାଉନ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆଉ ଏକ ହ୍ୟାଟ୍ରିକ୍ ଦେଖିବାକୁ ମିଳିଛି। ଆମେରିକା ବିପକ୍ଷ ଗ୍ରୁପ୍-୨ର ନିଜର ଶେଷ ଲିଗ୍ ମ୍ୟାଚ୍ରେ ଇଂଲଣ୍ଡର କ୍ରିସ୍ ଜୋର୍ଡାନ୍ ଏହି ସଫଳତା ପାଇଛନ୍ତି। ୧୯ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍ରେ ଯଥାକ୍ରମେ ଅଲୀ ଖାନ, ନସ୍ଥୁଶ କେଞ୍ଜିଗ ଓ ସୌରଭ ନେତ୍ରାଭଲକରଙ୍କୁ ଆଉଟ୍ କରି ଏହି ସଫଳତା ପାଇଥିଲେ ଜୋର୍ଡାନ୍। ହ୍ୟାଟ୍ରିକ୍ ପୂର୍ବରୁ ଏହି ଓଭରର ପ୍ରଥମ ବଲ୍ରେ କୋରି ଆଣ୍ଡରସନ୍ଙ୍କୁ ଆଉଟ୍ କରି ମୋଟ ଉପରେ ୪ ୱିକେଟ୍ ସଫଳତା ପାଇଥିଲେ ସେ। ଏଥିସହ ଜୋର୍ଡାନ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ନେବାରେ ଇଂଲଣ୍ଡର ପ୍ରଥମ ଏବଂ ମୋଟ ଉପରେ ନବମ ଖେଳାଳି ହୋଇଛନ୍ତି। ଚଳିତ ସଂସ୍କରଣରେ ଏହା ତୃତୀୟ। ଜୋର୍ଡାନ୍ଙ୍କ ୪ ୱିକେଟ୍ ସଫଳତାର ପୂର୍ବ ଓଭରର ଶେଷ ବଲ୍ରେ ହର୍ମିତ ସିଂହଙ୍କୁ ସାମ୍ କରନ ଆଉଟ୍ କରି ଦେଇଥିଲେ।