ବିଶ୍ବର ସବୁଠାରୁ ମହଙ୍ଗା ଡିନର୍‌,ଜଣଙ୍କ ପାଇଁ ଦେବାକୁ ପଡିବ ୪ କୋଟି

ନୂଆଦିଲ୍ଲୀ ୨୪।୦୩: ଆଜିକାଲି ଲୋକମାନେ ରେଷ୍ଟୁରାଣ୍ଟ ଯିବାକୁ ବେଶ୍ ପସନ୍ଦ କରୁଛନ୍ତି । ତେଣୁ ବର୍ତ୍ତମାନ ଭିନ୍ନ ଭିନ୍ନ ଥିମରେ ରେଷ୍ଟୁରାଣ୍ଟ ଖୋଲୁଥିବାର ଆମେ ଦେଖୁଛେ । ତେବେ ପାଣିରେ ବସି ଖାଇବା ହେଉ କିମ୍ୱା ଜେଲ୍ରେ ବସି ଡିନର୍ କରିବା ବିଷୟରେ ଆମେ ପୂର୍ବରୁ କହିଛୁ । କିନ୍ତୁ କେବେ ଚିନ୍ତା କରିଛନ୍ତି ମହାକାଶରେ ଡିନର୍ କରିବା ବିଷୟରେ ? ବୋଧହୁଏ କେହି ବିଶ୍ବାସ କରିପାରିବେନି ।  କିନ୍ତୁ ଏପରି ସମ୍ଭବ କରିବ ଆମେରିକାର ଏକ ଘରୋଇ କମ୍ପାନୀ । ନ୍ୟୁୟର୍କ ସ୍ଥିତ ସ୍ପେସ୍ ଟେକ୍ କମ୍ପାନୀ ସ୍ପେସ୍ ଭିଭିଆଇପି ଏକ ସ୍ୱତନ୍ତ୍ର ଡିନର୍‌ କରିବାକୁ ଯାଉଛି । ଏହା ବିଶ୍ବର ସବୁଠାରୁ ମହଙ୍ଗା ଡିନର୍‌ ହେବ ବୋଲି କୁହାଯାଉଛି ।  ଖବର  ଅନୁଯାୟୀ, ସ୍ପେସ୍ ଭିଆଇପି ଏକ ସ୍ପେସ୍ ବେଲୁନ୍‌ରେ ଏହି ଡିନର୍‌ ପ୍ଲାନ୍‌ କରୁଛି । ଏହି ଡିନର୍‌ ପୃଥିବୀର ଶେଷ ଏବଂ ଅନ୍ତରୀକ୍ଷର ଆରମ୍ଭ ସ୍ଥାନରେ ହେବ । ଏହି ଡିନରକୁ କେବଳ ୬ଜଣ ହିଁ ଏନଜଏ କରିପାରିବେ । ସବୁଠାରୁ ବଡ କଥା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଡିନର କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଏଥିପାଇଁ ୪ କୋଟି ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ମହାକାଶରେ ଡିନର୍‌ କରିବାକୁ ହେଲେ ମୋଟ୍‌ ୬ ଜଣଙ୍କୁ ପାଇଁ ଦେବାକୁ ପଡିବ ୨୪ କୋଟି ଟଙ୍କା । ରିପୋର୍ଟ ଅନୁଯାୟୀ, ଏହି ଡିନର ସୈଫ୍‌ ରେମଲ୍‌ ମଙ୍କ ତିଆରି କରିବେ । ସେ କୋପେନହେଗେନ୍‌କ ଏକ୍ଲେମିଷ୍ଟ ରେଷ୍ଟୁରାଣ୍ଟର ସୈଫ୍‌ । ଏହାବ୍ୟତୀତ

ବିଶ୍ବର ସବୁଠାରୁ ମହଙ୍ଗା ଡିନର୍‌,ଜଣଙ୍କ ପାଇଁ ଦେବାକୁ ପଡିବ ୪ କୋଟି

ନୂଆଦିଲ୍ଲୀ ୨୪।୦୩: ଆଜିକାଲି ଲୋକମାନେ ରେଷ୍ଟୁରାଣ୍ଟ ଯିବାକୁ ବେଶ୍ ପସନ୍ଦ କରୁଛନ୍ତି । ତେଣୁ ବର୍ତ୍ତମାନ ଭିନ୍ନ ଭିନ୍ନ ଥିମରେ ରେଷ୍ଟୁରାଣ୍ଟ ଖୋଲୁଥିବାର ଆମେ ଦେଖୁଛେ । ତେବେ ପାଣିରେ ବସି ଖାଇବା ହେଉ କିମ୍ୱା ଜେଲ୍ରେ ବସି ଡିନର୍ କରିବା ବିଷୟରେ ଆମେ ପୂର୍ବରୁ କହିଛୁ । କିନ୍ତୁ କେବେ ଚିନ୍ତା କରିଛନ୍ତି ମହାକାଶରେ ଡିନର୍ କରିବା ବିଷୟରେ ? ବୋଧହୁଏ କେହି ବିଶ୍ବାସ କରିପାରିବେନି ।  

କିନ୍ତୁ ଏପରି ସମ୍ଭବ କରିବ ଆମେରିକାର ଏକ ଘରୋଇ କମ୍ପାନୀ । ନ୍ୟୁୟର୍କ ସ୍ଥିତ ସ୍ପେସ୍ ଟେକ୍ କମ୍ପାନୀ ସ୍ପେସ୍ ଭିଭିଆଇପି ଏକ ସ୍ୱତନ୍ତ୍ର ଡିନର୍‌ କରିବାକୁ ଯାଉଛି । ଏହା ବିଶ୍ବର ସବୁଠାରୁ ମହଙ୍ଗା ଡିନର୍‌ ହେବ ବୋଲି କୁହାଯାଉଛି ।  ଖବର  ଅନୁଯାୟୀ, ସ୍ପେସ୍ ଭିଆଇପି ଏକ ସ୍ପେସ୍ ବେଲୁନ୍‌ରେ ଏହି ଡିନର୍‌ ପ୍ଲାନ୍‌ କରୁଛି । ଏହି ଡିନର୍‌ ପୃଥିବୀର ଶେଷ ଏବଂ ଅନ୍ତରୀକ୍ଷର ଆରମ୍ଭ ସ୍ଥାନରେ ହେବ । ଏହି ଡିନରକୁ କେବଳ ୬ଜଣ ହିଁ ଏନଜଏ କରିପାରିବେ । 

ସବୁଠାରୁ ବଡ କଥା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଡିନର କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଏଥିପାଇଁ ୪ କୋଟି ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ମହାକାଶରେ ଡିନର୍‌ କରିବାକୁ ହେଲେ ମୋଟ୍‌ ୬ ଜଣଙ୍କୁ ପାଇଁ ଦେବାକୁ ପଡିବ ୨୪ କୋଟି ଟଙ୍କା । ରିପୋର୍ଟ ଅନୁଯାୟୀ, ଏହି ଡିନର ସୈଫ୍‌ ରେମଲ୍‌ ମଙ୍କ ତିଆରି କରିବେ । ସେ କୋପେନହେଗେନ୍‌କ ଏକ୍ଲେମିଷ୍ଟ ରେଷ୍ଟୁରାଣ୍ଟର ସୈଫ୍‌ । 

ଏହାବ୍ୟତୀତ ସ୍ପେଶ୍‌ର ଏହି ଯାତ୍ରା ପାଇଁ ୬ ଘଣ୍ଟା ସମୟ ଲାଗିବ । ଏହାକୁ ଫ୍ଲୋରିଡାରୁ ୨୦୨୫ରେ ଲଞ୍ଚ କରାଯିବ । ସୂଚନାନୁସାରେ, ଏହି ଡିନର୍‌ ସ୍ପେସ୍ ପର୍ସପେକ୍ଟିଭ୍ ସ୍ପେସ୍‌ଶିପ୍ ନେପଟୁନ୍‌ରେ ଅନୁଷ୍ଠିତ ହେବ । ଏହା ବିଶ୍ୱର ପ୍ରଥମ କାର୍ବନ ନ୍ୟୁଟ୍ରଲ୍‌ ସ୍ପେସ୍‌ଶିପ୍‌ ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ପାଇଁ ଏକ ସ୍ପେଶ୍‌ ବେଲୁନ୍‌ର ଆବଶ୍ୟକତା ରହିଥି । ଯାହା ସାହାଯ୍ୟରେ ବେଲୁନ୍‌ ୧ ଲକ୍ଷ ଫୁଟ ଉଚ୍ଚତାକୁ ଯାଇପାରିବ । କମ୍ପାନୀ କେବଳ ଯାତ୍ରୀ ଠାରୁ ଖାଦ୍ୟ ପାଇଁ ଟଙ୍କା ନେଉନି, ବରଂ ଅନ୍ୟାନ୍ୟ ସୁବିଧା ପାଇଁ ମଧ୍ୟ ଚାର୍ଜ କରୁଛି । 

 ଏହି ସ୍ପେଶ୍‌ ବିମାନରେ ୬ ଲୋକଙ୍କ ପାଇଁ ଖାସ୍‌ ରେଷ୍ଟରୁମ୍‌ ତିଆରି କରାଯିବ ।  ଯାହାର ନାମ ସ୍ପେସ୍-ସ୍ପା ରହିବ । ଏହାବ୍ୟତୀତ ଫ୍ରେଞ୍ଚ ଫ୍ୟାଶନ୍ ହାଉସ୍ ଓଗିଅର୍ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ ଡିଜାଇନ୍ କରିବ । ଯାହା ଅଭିନବ କପଡ଼ାରୁ ତିଆରି ହେବ । ତେବେ ଏହି ଯାତ୍ରାରୁ ଯାହା ବି ଲାଭ ହେବ ତାକୁ ସ୍ପେସ୍ ପ୍ରାଇଜ୍ ଫାଉଣ୍ଡେସନ୍କୁ ଦିଆଯିବ।