ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ... The post ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ଉଦବେଗ appeared first on .

ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ଉଦବେଗ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହନଦୀ ଓ କୁସୁମୀ ନଦୀକୂଳରେ ଅବସ୍ଥିତ ବିଶ୍ବାବସୁ ପୀଠ ଅତ୍ୟନ୍ତ ଆଧ୍ୟାତ୍ମିକ । ବିଶ୍ବାବସୁ ଥିଲେ ନୀଳମାଧମଙ୍କ ପ୍ରଥମ ପୂଜକ । ଏହାକୁ ମହାପ୍ରଭୁଙ୍କ ଆଦିପୀଠ ବୋଲି କୁହାଯାଏ । କିମ୍ବଦନ୍ତି କହେ କାଳିଆପଲ୍ଲୀ ବିଶ୍ବାବସୁଙ୍କ ବାସସ୍ଥଳୀ । ଏଠାରେ ବିଶ୍ବାବସୁଙ୍କ ଘରର କୌଣସି ଚିହ୍ନବର୍ଣ୍ଣ ନାହିଁ । କନା ପଡିଛି କର୍ପୁର ଉଡିଗଲା ପରି ଏକ ଶିଆଳି ଲଟା ଅନାବନା ହୋଇ ପଡିରହିଛି । ଆଦିବାସୀମାନେ ସବୁବେଳେ ବୃକ୍ଷତଲାକୁ ପୂଜା କରିଥାନ୍ତି । ଏହିସ୍ଥାନକୁ ଯେତିକି ଗୁରୁତ୍ବ ଦିଆଯିବା କଥା ସେତିକି ଗୁରୁତ୍ବ ମିଳିନାହିଁ । ଏହିସ୍ଥାନକୁ ଅବହେଳା କରିବା ନିଜ ମାକୁ ଅବହେଳା କରିବା ଭଳି । ଏହି ଅଞ୍ଚଳର ବିକାଶ ଆମ ସମସ୍ତଙ୍କ ଦାୟିତ୍ବ । ଏହା ହୋଇପାରିଲେ ଆଦି ସେବକ ବିଶ୍ବାବସୁ ଓ ଶବର ସମାଜକୁ ଶ୍ରେଷ୍ଠ ସମ୍ମାନ ବୋଲି ସେ କହିଥିଲେ । ଶବର ସମାଜ ଗାଁ ଗାଁରେ ବିଶ୍ବଶାନ୍ତି ମହାଯଜ୍ଞ କରିବା ଅତ୍ୟନ୍ତ ଗୌରବର କଥା । କିନ୍ତୁ ଯେଉଁଠି ଯଜ୍ଞ ହେଉଥିଲା ତାହା ଅତ୍ୟନ୍ତ ଅବହେଳିତ ହୋଇ ରହିଛି । ଏହାର ଉନ୍ନତିକରଣ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଏହି ପୀଠ ମହାପ୍ରଭୁ ଜଗନ୍ନାଥ ଏବଂ ଆଧ୍ୟାତ୍ମିକ ଭାବ ସହ ଜଡିତ ହୋଇଥିବାରୁ ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମହାମହିମ । କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଏବଂ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ସଭାପତି ଏବଂ ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

The post ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ଉଦବେଗ appeared first on .