SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ଗୌତମ ବୁଦ୍ଧ ଦାସ
ନନ୍ଦିଘୋଷ ବ୍ୟୁରୋ: ଶୂନ୍ୟକାଳରେ SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ... The post SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ଗୌତମ ବୁଦ୍ଧ ଦାସ appeared first on .
ନନ୍ଦିଘୋଷ ବ୍ୟୁରୋ: ଶୂନ୍ୟକାଳରେ SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । କୋଭିଡ ସମୟରେ SCB ମେଡିକାଲକୁ କେନ୍ଦ୍ର ସରକାର ୫୦ଟି ଭେଣ୍ଟିଲେଟର ଯୋଗାଇ ଥିଲେ । ଏଥିରୁ ୪୪ଟି ମେଡିସିନ ବିଭାଗ ପାଇଁ ଓ ଅବଶିଷ୍ଟ ୬ଟିକୁ ଅନ୍ୟ ବିଭାଗକୁ ଦିଆଯାଇଥିଲା । ହେଲେ ଏହାକୁ ୧୦ ଥର ଏକ ଘରୋଇ ସଂସ୍ଥା ସଜାଡ଼ିବା ପରେ ବି ଅଚଳ ହୋଇ ପଡିରହିଛି । ଏପରି ସ୍ଥିତିରେ ଗୌତମ ପ୍ରଶ୍ନ କରିଛନ୍ତି, ସରକାର କଣ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ? ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତର ସହ ନେବାକୁ ଦାବି କରିଛନ୍ତି ଗୌତମ । ପୂର୍ବ ନବୀନ ସରକାର ୪ହଜାର ୫ଶହ କୋଟି ଦେଇ SCB ନବୀକରଣ କାମ ଆରମ୍ଭ କରିଥିଲେ । ଏହାକୁ AIIMS ପ୍ଲୁସ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏବେ ଅଚଳାବସ୍ଥାରେ ୬୦ ଭେଣ୍ଟିଲେଟର । ନୂଆ ଭେଣ୍ଟିଲେଟର ଅଣାଯାଉ ରୋଗୀଙ୍କ ଜୀବନ ସହିତ ଖେଳା ନଯାଉ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ।
The post SCB ମେଡିକାଲ କଲେଜର ଅଚଳ ଭେଣ୍ଟିଲେଟର ନେଇ ଆପତ୍ତି ଉଠାଇଲେ ଗୌତମ ବୁଦ୍ଧ ଦାସ appeared first on .