ବର୍ଷ ଶେଷରେ ନୂଆ କୀର୍ତ୍ତିମାନ ରଚିଲା ଇସ୍ରୋ : ଉତ୍କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’
ଶ୍ରୀହରିକୋଟା : ୨୦୨୪ର ଶେଷରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଏକ ନୂଆ କୀର୍ତ୍ତିମାନ ରଚିଛି। ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟର୍ର ଲଞ୍ଚ୍ ପ୍ୟାଡ୍ରୁ PSLV-C60 ରକେଟ୍ ଦ୍ବାରା ‘ସ୍ପେଡେକ୍ସ’ ଉତ୍କ୍ଷେପଣ କରାଯାଇଛି। ୨୨୦ କିଲୋ ଓଜନର ୨ଟି ‘ଚେଜର ଓ ଟାର୍ଗେଟ’ ସ୍ପେଶ୍କ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । #WATCH | Indian Space Research Organisation (ISRO) […]

ଶ୍ରୀହରିକୋଟା : ୨୦୨୪ର ଶେଷରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଏକ ନୂଆ କୀର୍ତ୍ତିମାନ ରଚିଛି। ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିଛି ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟର୍ର ଲଞ୍ଚ୍ ପ୍ୟାଡ୍ରୁ PSLV-C60 ରକେଟ୍ ଦ୍ବାରା ‘ସ୍ପେଡେକ୍ସ’ ଉତ୍କ୍ଷେପଣ କରାଯାଇଛି। ୨୨୦ କିଲୋ ଓଜନର ୨ଟି ‘ଚେଜର ଓ ଟାର୍ଗେଟ’ ସ୍ପେଶ୍କ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ ।
#WATCH | Indian Space Research Organisation (ISRO) launches PSLV-C60 with SpaDeX and innovative payloads from Sriharikota, Andhra Pradesh. First stage performance normal
SpaDeX mission is a cost-effective technology demonstrator mission for the demonstration of in-space docking… pic.twitter.com/ctPNQh4IUO
— ANI (@ANI) December 30, 2024
ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିଛି ଇସ୍ରୋ । ଏହି ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ। ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ । ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ।