ସ୍ବିଗିରେ ବଡ଼ ଧରଣର ହେରଫେର୍; ନିମ୍ନ କର୍ମଚାରୀଙ୍କ ଦ୍ବାରା ୩୩ କୋଟି ଟଙ୍କା ହଡ଼ପ !

ନୂଆଦିଲ୍ଲୀ: ସ୍ବିଗିରେ ବଡ଼ ଧରଣର ଘୋଟାଲା । କମ୍ପାନିର କନିଷ୍ଠ କର୍ମଚାରୀଙ୍କ ଦ୍ବାରା କୋଟି କୋଟି ଟଙ୍କା ଲୁଟ୍ । ଜଣେ ପୂର୍ବତନ ଷ୍ଟାଫ୍ ୩୩ କୋଟି ଟଙ୍କାର ହେରଫେର କରି କମ୍ପାନିଙ୍କୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି । ଆଇପିଓ ପାଇଁ ପ୍ରସ୍ତୁତ ହେଉଥିବା ସ୍ବିଗି ପାଇଁ ଏହା ଏକ ବଡ଼ ଝଟକା । ବେଙ୍ଗାଲୁରୁର ଫୁଡ୍ ଡେଲିଭରୀ କମ୍ପାନି ୨୦୨୩-୨୪ରେ ବାର୍ଷିକ ରିପୋର୍ଟରେ ଏହି ସୂଚନା ଦେଇଛି । କମ୍ପାନି ଏହି ପୂର୍ବତନ କର୍ମଚାରୀଙ୍କ ନାଁରେ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଜଣେ ତଳ ସ୍ତରର କର୍ମଚାରୀ ଏତେ ବଡ଼ ଘୋଟାଲା କରିଥିବା ନେଇ କମ୍ପାନି କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ସ୍ବିଗି ଅନୁଯାୟୀ, ଏହି ଅର୍ଥ ହଡ଼ପ କାରବାର ଅନ୍ୟ ଏକ ସହାୟକ କମ୍ପାନି ସହିତ ହୋଇଛି । ବାର୍ଷିକ ରିପୋର୍ଟରେ କୁହାଯାଇଛି, ପୂର୍ବତନ କର୍ମଚାରୀ ଜଣଙ୍କ ପ୍ରାୟ ୩୨.୬୭ କୋଟି ଟଙ୍କାର ଚୂନା କମ୍ପାନିକୁ ଲଗାଇଛନ୍ତି । ଏନେଇ କମ୍ପାନି କର୍ତ୍ତୃପକ୍ଷ ଜଣିବା ପରେ ତୁରନ୍ତ ଅଭିଯୁକ୍ତ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଜୋମାଟୋର ମୁଖ୍ୟ ପ୍ରତିଦ୍ବିନ୍ଦ୍ବୀ ସ୍ବିଗି ପାଇଁ ଏହା ଚିନ୍ତା କଲାଭଳି ଖବର । ଜଣେ ନିମ୍ନ ସ୍ତରର କର୍ମୀଚାରୀ କିଭଳି ଏବେ ବଡ଼ ଘୋଟଲା କଲେ । ଏଥିରେ କମ୍ପାନିର ବଡ଼ କର୍ମଚାରୀଙ୍କୁ ହାତ ଥାଇପାରେ ବୋଲି ଲୋକେ ପ୍ରଶ୍ନ

ସ୍ବିଗିରେ ବଡ଼ ଧରଣର ହେରଫେର୍; ନିମ୍ନ କର୍ମଚାରୀଙ୍କ ଦ୍ବାରା ୩୩ କୋଟି ଟଙ୍କା ହଡ଼ପ !

ନୂଆଦିଲ୍ଲୀ: ସ୍ବିଗିରେ ବଡ଼ ଧରଣର ଘୋଟାଲା । କମ୍ପାନିର କନିଷ୍ଠ କର୍ମଚାରୀଙ୍କ ଦ୍ବାରା କୋଟି କୋଟି ଟଙ୍କା ଲୁଟ୍ । ଜଣେ ପୂର୍ବତନ ଷ୍ଟାଫ୍ ୩୩ କୋଟି ଟଙ୍କାର ହେରଫେର କରି କମ୍ପାନିଙ୍କୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି । ଆଇପିଓ ପାଇଁ ପ୍ରସ୍ତୁତ ହେଉଥିବା ସ୍ବିଗି ପାଇଁ ଏହା ଏକ ବଡ଼ ଝଟକା । ବେଙ୍ଗାଲୁରୁର ଫୁଡ୍ ଡେଲିଭରୀ କମ୍ପାନି ୨୦୨୩-୨୪ରେ ବାର୍ଷିକ ରିପୋର୍ଟରେ ଏହି ସୂଚନା ଦେଇଛି । କମ୍ପାନି ଏହି ପୂର୍ବତନ କର୍ମଚାରୀଙ୍କ ନାଁରେ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଜଣେ ତଳ ସ୍ତରର କର୍ମଚାରୀ ଏତେ ବଡ଼ ଘୋଟାଲା କରିଥିବା ନେଇ କମ୍ପାନି କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

ସ୍ବିଗି ଅନୁଯାୟୀ, ଏହି ଅର୍ଥ ହଡ଼ପ କାରବାର ଅନ୍ୟ ଏକ ସହାୟକ କମ୍ପାନି ସହିତ ହୋଇଛି । ବାର୍ଷିକ ରିପୋର୍ଟରେ କୁହାଯାଇଛି, ପୂର୍ବତନ କର୍ମଚାରୀ ଜଣଙ୍କ ପ୍ରାୟ ୩୨.୬୭ କୋଟି ଟଙ୍କାର ଚୂନା କମ୍ପାନିକୁ ଲଗାଇଛନ୍ତି । ଏନେଇ କମ୍ପାନି କର୍ତ୍ତୃପକ୍ଷ ଜଣିବା ପରେ ତୁରନ୍ତ ଅଭିଯୁକ୍ତ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଜୋମାଟୋର ମୁଖ୍ୟ ପ୍ରତିଦ୍ବିନ୍ଦ୍ବୀ ସ୍ବିଗି ପାଇଁ ଏହା ଚିନ୍ତା କଲାଭଳି ଖବର । ଜଣେ ନିମ୍ନ ସ୍ତରର କର୍ମୀଚାରୀ କିଭଳି ଏବେ ବଡ଼ ଘୋଟଲା କଲେ । ଏଥିରେ କମ୍ପାନିର ବଡ଼ କର୍ମଚାରୀଙ୍କୁ ହାତ ଥାଇପାରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।   

ସ୍ବିଗି ଆଇପିଓ ଆଣିବା ନେଇ ଘୋଷଣା କରିଛି । ଏନେଇ କମ୍ପାନି ପକ୍ଷରୁ ସମସ୍ତ କାଗଜପତ୍ର ‘ସେବି’ରେ ଜମା କରାଯାଇଛି ।  କମ୍ପାନି ଆଇପିଓ ଆଣିବାକୁ କନଫିଡେନ୍ସାଲ ରୁଟ୍ ମଧ୍ୟ ବ୍ୟବହାର କରିବାକୁ ଯାଉଛି । କମ୍ପାନି ଆଇପିଓ ଜରିଆରେ ପ୍ରାୟ ୧୦, ୪୧୪ କୋଟି ଟଙ୍କା ନିବେଶ କରିବ । ଏଥିରେ ୩, ୭୫୦ କୋଟି ଟଙ୍କା ଫ୍ରେସ୍ ଇସ୍ୟୁ ରହିବ ଏବଂ ଅଫର ଫର୍ ସେଲ୍ ଜରିଆରେ ୬, ୬୬୪ କୋଟି ଟଙ୍କା ରହିବ ।