ବିଶ୍ଵର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୩, ଦଶମ ସ୍ଥାନରେ ଭୁବନେଶ୍ଵର

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଶର ସର୍ବାଧିକ ଏବଂ ବିଶ୍ବର ପାଲଟିଲା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ  ସହର । ମଙ୍ଗଳବାର ବାରିପଦା ସହରର ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ବିଶ୍ବର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି । ବାରିପଦା, ବାଲେଶ୍ବର ସହ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବିଶ୍ବ ରେକର୍ଡ କରିଛି । ଆଜି ବାଲେଶ୍ବରର ତାମମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିଭଳି ଗତ ୮ ବର୍ଷ ମଧ୍ୟରେ ଏପ୍ରିଲ ମାସରେ ଭୁବନେଶ୍ବରରେ ସର୍ବାଧିକ (୪୫.୪) ତାପମାତ୍ରା ରେକର୍ଡ ହୋଇଛି । ବାରିପଦା ବିଶ୍ଵର ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୬ ଡିଗ୍ରୀ ସହ ତୃତୀୟ ଉତ୍ତପ୍ତ ସହର ବାଲେଶ୍ଵର । ସେହିଭଳି ୪୫.୪ ଡିଗ୍ରୀ ସହ ଦଶମ ସ୍ଥାନରେ ରହିଛି ଭୁବନେଶ୍ଵର । ତେବେ ୪୯.୨ ଡିଗ୍ରୀ ସହ ଓମାନର ଯୋବା ବିଶ୍ଵର ସବୁଠୁ ଉତ୍ତପ୍ତ ସହର ରହିଛି। ସବୁଠୁ ବଡ଼ କଥା ହେଉଛି, ଆଜି ଓଡ଼ିଶାର ୧୫ଟି ସହରରରେ ପାରଦ ୪୪ ଡିଗ୍ରୀ ଟପିଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବର ବ୍ୟତୀତ ଅନୁଗୁଳରେ ୪୪.୭ ଡିଗ୍ରୀ, ତାଳଚେର, ଢ଼େଙ୍କାନାଳ ଓ ଯାଜପୁରରେ ୪୪.୫, ବୌଦ୍ଧରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ା, କଟକ ଏବଂ କେନ୍ଦ୍ରାପଡ଼ାରେ ୪୪.୨ ଡିଗ୍ରୀ ଲେଖାଏଁ  ଏବଂ ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକର

ବିଶ୍ଵର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୩, ଦଶମ  ସ୍ଥାନରେ ଭୁବନେଶ୍ଵର

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଶର ସର୍ବାଧିକ ଏବଂ ବିଶ୍ବର ପାଲଟିଲା ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ  ସହର । ମଙ୍ଗଳବାର ବାରିପଦା ସହରର ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ବିଶ୍ବର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି । ବାରିପଦା, ବାଲେଶ୍ବର ସହ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବିଶ୍ବ ରେକର୍ଡ କରିଛି । 

ଆଜି ବାଲେଶ୍ବରର ତାମମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିଭଳି ଗତ ୮ ବର୍ଷ ମଧ୍ୟରେ ଏପ୍ରିଲ ମାସରେ ଭୁବନେଶ୍ବରରେ ସର୍ବାଧିକ (୪୫.୪) ତାପମାତ୍ରା ରେକର୍ଡ ହୋଇଛି । ବାରିପଦା ବିଶ୍ଵର ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୬ ଡିଗ୍ରୀ ସହ ତୃତୀୟ ଉତ୍ତପ୍ତ ସହର ବାଲେଶ୍ଵର । ସେହିଭଳି ୪୫.୪ ଡିଗ୍ରୀ ସହ ଦଶମ ସ୍ଥାନରେ ରହିଛି ଭୁବନେଶ୍ଵର । ତେବେ ୪୯.୨ ଡିଗ୍ରୀ ସହ ଓମାନର ଯୋବା ବିଶ୍ଵର ସବୁଠୁ ଉତ୍ତପ୍ତ ସହର ରହିଛି। ସବୁଠୁ ବଡ଼ କଥା ହେଉଛି, ଆଜି ଓଡ଼ିଶାର ୧୫ଟି ସହରରରେ ପାରଦ ୪୪ ଡିଗ୍ରୀ ଟପିଛି । 

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବର ବ୍ୟତୀତ ଅନୁଗୁଳରେ ୪୪.୭ ଡିଗ୍ରୀ, ତାଳଚେର, ଢ଼େଙ୍କାନାଳ ଓ ଯାଜପୁରରେ ୪୪.୫, ବୌଦ୍ଧରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ା, କଟକ ଏବଂ କେନ୍ଦ୍ରାପଡ଼ାରେ ୪୪.୨ ଡିଗ୍ରୀ ଲେଖାଏଁ  ଏବଂ ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକରେ ୪୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।  ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଆହୁରି ୩-୪ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।