ଇସ୍ରାଏଲରେ ପୁଣି ବଡ଼ ଧରଣରୁ ଗୁଳିମାଡ଼: ୧ ମୃତ, ୧୦ ଆହତ
ନୂଆଦିଲ୍ଲୀ: ଇସ୍ରାଏଲରେ ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ନିକଟରେ ଏକ ରେଳ ଷ୍ଟେସନ ନିକଟରେ ଗୁଳିକାଣ୍ଡ ହୋଇଥିବା ବେଳେ ଏବେ ଏକ ବସ୍ ଭିତରେ ଗୁଳିମାଡ଼ ହୋଇଛି। ରବିବାର ଇସ୍ରାଏଲ ବୀରଶେବା ସେଣ୍ଟ୍ରାଲ ବସ୍ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀକୁ ଇସ୍ରାଏଲ ପୁଲିସ ଗୁଳି କରି ନିପାତ କରିଛି। ଇସ୍ରାଏଲର ଜାତୀୟ ଜରୁରୀକାଳୀନ ଚିକିତ୍ସା, ବିପର୍ଯ୍ୟୟ, ଆମ୍ବୁଲାନ୍ସ ଏବଂ ରକ୍ତ ସେବା ଯୋଗାଉଥିବା ମାଗେନ ଡେଭିଡ ଆଡମ (ଏମଡିଏ) ସଂସ୍ଥା ଜେରୁଜେଲମ ପୋଷ୍ଟକୁ ଆହତଙ୍କ ବିଷୟରେ ସୂଚନା ଦେଇଛି। ଘଟଣାରେ ଆହତ ହୋଇଥିବା ୯ ଜଣଙ୍କୁ ଚିକିତ୍ସା କରାଯାଉଛି ବୋଲି ଏମଡିଏ କହିଛି। ଏମଡିଏର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ମଧ୍ୟମରୁ ଗୁରୁତର ଅବସ୍ଥାରେ ଥିବା ବେଳଏ ଚାରିଜଣ ମଧ୍ୟମ ଧରଣ ରହିଛି। ଏବଂ ସାମାନ୍ୟ ଆହତ ହୋଇଥିବା ତିନିଜଣଙ୍କୁ ବେରଶେବାସ୍ଥିତ ସୋରୋକା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଗୋଟିଏ ସପ୍ତାହ ମଧ୍ୟରେ ଇସ୍ରାଏଲରେ ଏହା ଦ୍ୱିତୀୟ ସମୁହ ଗୁଳିମାଡ଼ ଘଟଣା। ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ତେଲ ଅଭିବ୍ରେ ଏକ ଗୁଳିକାଣ୍ଡ ହୋଇଥିଲା। ଜାଫାଠାରେ ହୋଇଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଥିଲେ। ମେଟ୍ରୋ ଷ୍ଟେସନ ନିକଟର ଜେରୁଜେଲମ ଷ୍ଟ୍ରୀଟ୍ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ କରିଥି
ନୂଆଦିଲ୍ଲୀ: ଇସ୍ରାଏଲରେ ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ନିକଟରେ ଏକ ରେଳ ଷ୍ଟେସନ ନିକଟରେ ଗୁଳିକାଣ୍ଡ ହୋଇଥିବା ବେଳେ ଏବେ ଏକ ବସ୍ ଭିତରେ ଗୁଳିମାଡ଼ ହୋଇଛି। ରବିବାର ଇସ୍ରାଏଲ ବୀରଶେବା ସେଣ୍ଟ୍ରାଲ ବସ୍ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀକୁ ଇସ୍ରାଏଲ ପୁଲିସ ଗୁଳି କରି ନିପାତ କରିଛି।
ଇସ୍ରାଏଲର ଜାତୀୟ ଜରୁରୀକାଳୀନ ଚିକିତ୍ସା, ବିପର୍ଯ୍ୟୟ, ଆମ୍ବୁଲାନ୍ସ ଏବଂ ରକ୍ତ ସେବା ଯୋଗାଉଥିବା ମାଗେନ ଡେଭିଡ ଆଡମ (ଏମଡିଏ) ସଂସ୍ଥା ଜେରୁଜେଲମ ପୋଷ୍ଟକୁ ଆହତଙ୍କ ବିଷୟରେ ସୂଚନା ଦେଇଛି। ଘଟଣାରେ ଆହତ ହୋଇଥିବା ୯ ଜଣଙ୍କୁ ଚିକିତ୍ସା କରାଯାଉଛି ବୋଲି ଏମଡିଏ କହିଛି। ଏମଡିଏର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ମଧ୍ୟମରୁ ଗୁରୁତର ଅବସ୍ଥାରେ ଥିବା ବେଳଏ ଚାରିଜଣ ମଧ୍ୟମ ଧରଣ ରହିଛି। ଏବଂ ସାମାନ୍ୟ ଆହତ ହୋଇଥିବା ତିନିଜଣଙ୍କୁ ବେରଶେବାସ୍ଥିତ ସୋରୋକା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗୋଟିଏ ସପ୍ତାହ ମଧ୍ୟରେ ଇସ୍ରାଏଲରେ ଏହା ଦ୍ୱିତୀୟ ସମୁହ ଗୁଳିମାଡ଼ ଘଟଣା। ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ତେଲ ଅଭିବ୍ରେ ଏକ ଗୁଳିକାଣ୍ଡ ହୋଇଥିଲା। ଜାଫାଠାରେ ହୋଇଥିବା ଏହି ଗୁଳିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଥିଲେ। ମେଟ୍ରୋ ଷ୍ଟେସନ ନିକଟର ଜେରୁଜେଲମ ଷ୍ଟ୍ରୀଟ୍ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ କରିଥିବା ଦୁଇ ଆତଙ୍କବାଦୀଙ୍କୁ ଇସ୍ରାଏଲ୍ ପୁଲିସ ଗୁଳି କରି ନିପାତ କରିଥିଲା।