ନିଜ ଦେଶ ପ୍ରତି କମୁଛି ଆଦର, ଦେଶ ଛାଡ଼ି ପଳାଉଛନ୍ତି ଭାରତୀୟ ନାଗରିକ: କାହିଁକି ପଚାରିବାରୁ ମନ୍ତ୍ରୀ କହିଲେ...
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ଜନସଂଖ୍ୟା ବଢୁଛି, ଅନ୍ୟପଟେ ଭାରତ ଛାଡ଼ି ପଳାଉଛନ୍ତି ଲୋକେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୩ରେ ୨,୧୬,୦୦୦ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ଗୁରୁବାର ଖୋଦ କେନ୍ଦ୍ର ସରକାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷ ଭିତରେ କେତେ ନାଗରିକ ଭାରତ ଛାଡ଼ିଛନ୍ତି ବୋଲି ତଥ୍ୟ ଦେବାକୁ ରାଜ୍ୟସଭାରେ ପ୍ରଶ୍ନ କରାଯାଇଥିଲା। ଯାହାର ଲିଖିତ ଉତ୍ତର ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତୀ ବର୍ଦ୍ଧନ ସିଂହ। ୨୦୧୧ରୁ ୨୦୧୮ ମଧ୍ୟରେ କେତେ ଲୋକ ଛାଡ଼ିଛନ୍ତି ତାର ଡାଟା ବି ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୩ରେ ୨,୧୬,୨୧୯ ଜଣ ଭାରତୀୟ ନାଗରିକ ଛାଡ଼ିଛନ୍ତି। ପୂର୍ବବର୍ଷ ଅର୍ଥାତ ୨୦୨୨ରେ ଆହୁରି ଅଧିକ ୨,୨୫,୬୨୦ ନାଗରିକ ଦେଶ ଛାଡ଼ିଥିବା ବେଳେ ୨୦୨୧ରେ ୧,୬୩,୩୭୦ ଜଣ, ୨୦୨୦ ମସିହାରେ ୮୫,୨୫୬ ଜଣ ଏବଂ ୨୦୧୯ ମସିହାରେ ୧,୪୪,୦୧୭ ଜଣ ଲୋକ ଭାରତ ଛାଡ଼ିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏତେ ମାତ୍ରାରେ ନାଗରିକ ପଳାୟନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଆପ୍ ସାଂସଦ ରାଘବ ଚଢା। କାହିଁକି ଏତେ ସଂଖ୍ୟାରେ ଲୋକ ଦେଶ ଛାଡ଼ୁଛନ୍ତି ଓ ଖୁବ୍ ଅଳ୍ପ ସଂଖ୍ୟାର ଲୋକ ନାଗରିକତା ଆପଣାଉଛନ୍ତି ଭାରତ ସରକାର ତାର ତଦନ୍ତ କରିଛନ୍ତି କି ନା ସେ ବିଷୟରେ ପ୍ରଶ୍ନ କରିଥିଲେ। ବହୁ ସଂଖ୍ୟାରେ ଦେଶ ଛାଡ଼ୁଥିବାରୁ ହେଉଥିବା ଆର୍ଥିକ ଓ ବୌଧିକ କ୍ଷତିର କୌଣସି ଆକଳନ ହ
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ଜନସଂଖ୍ୟା ବଢୁଛି, ଅନ୍ୟପଟେ ଭାରତ ଛାଡ଼ି ପଳାଉଛନ୍ତି ଲୋକେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୩ରେ ୨,୧୬,୦୦୦ ଲୋକ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ଗୁରୁବାର ଖୋଦ କେନ୍ଦ୍ର ସରକାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷ ଭିତରେ କେତେ ନାଗରିକ ଭାରତ ଛାଡ଼ିଛନ୍ତି ବୋଲି ତଥ୍ୟ ଦେବାକୁ ରାଜ୍ୟସଭାରେ ପ୍ରଶ୍ନ କରାଯାଇଥିଲା। ଯାହାର ଲିଖିତ ଉତ୍ତର ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତୀ ବର୍ଦ୍ଧନ ସିଂହ। ୨୦୧୧ରୁ ୨୦୧୮ ମଧ୍ୟରେ କେତେ ଲୋକ ଛାଡ଼ିଛନ୍ତି ତାର ଡାଟା ବି ଦେଇଥିଲେ ମନ୍ତ୍ରୀ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୩ରେ ୨,୧୬,୨୧୯ ଜଣ ଭାରତୀୟ ନାଗରିକ ଛାଡ଼ିଛନ୍ତି। ପୂର୍ବବର୍ଷ ଅର୍ଥାତ ୨୦୨୨ରେ ଆହୁରି ଅଧିକ ୨,୨୫,୬୨୦ ନାଗରିକ ଦେଶ ଛାଡ଼ିଥିବା ବେଳେ ୨୦୨୧ରେ ୧,୬୩,୩୭୦ ଜଣ, ୨୦୨୦ ମସିହାରେ ୮୫,୨୫୬ ଜଣ ଏବଂ ୨୦୧୯ ମସିହାରେ ୧,୪୪,୦୧୭ ଜଣ ଲୋକ ଭାରତ ଛାଡ଼ିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଏତେ ମାତ୍ରାରେ ନାଗରିକ ପଳାୟନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଆପ୍ ସାଂସଦ ରାଘବ ଚଢା। କାହିଁକି ଏତେ ସଂଖ୍ୟାରେ ଲୋକ ଦେଶ ଛାଡ଼ୁଛନ୍ତି ଓ ଖୁବ୍ ଅଳ୍ପ ସଂଖ୍ୟାର ଲୋକ ନାଗରିକତା ଆପଣାଉଛନ୍ତି ଭାରତ ସରକାର ତାର ତଦନ୍ତ କରିଛନ୍ତି କି ନା ସେ ବିଷୟରେ ପ୍ରଶ୍ନ କରିଥିଲେ। ବହୁ ସଂଖ୍ୟାରେ ଦେଶ ଛାଡ଼ୁଥିବାରୁ ହେଉଥିବା ଆର୍ଥିକ ଓ ବୌଧିକ କ୍ଷତିର କୌଣସି ଆକଳନ ହୋଇଛି କି ସେ ନେଇ ବି ପ୍ରଶ୍ନ କରିଥିଲେ। ତେବେ ବ୍ୟକ୍ତିଗତ କାରଣରୁ ଲୋକେ ଦେଶ ଛାଡ଼ୁଛନ୍ତି ବୋଲି ମନ୍ତ୍ରୀ ଜବାବ ଦେଇଥିଲେ।
ହେଲେ ଏକ୍ସପର୍ଟ କିନ୍ତୁ ଏହାର ଅନ୍ୟ କାରଣ ଦର୍ଶାଇଛନ୍ତି। ଉନ୍ନତ ଅର୍ଥନୈତିକ ସୁଯୋଗ, ଉତ୍ତମ ଜୀବନଯାପନ ଶୈଳୀ ଏବଂ ବିଦେଶରେ ମିଳୁଥିବା ଉନ୍ନତ ଶିକ୍ଷା ପାଇଁ ଲୋକେ ଦେଶ ଛାଡ଼ୁଛନ୍ତି ବୋଲି ଏକ୍ସପର୍ଟମାନେ କହୁଛନ୍ତି। ସେପଟେ ହେନଲେ ପାସ୍ପୋର୍ଟ ଇଣ୍ଡେକ୍ସ ନିକଟରେ ଶକ୍ତିଶାଳୀ ପାସ୍ପୋର୍ଟ ତାଲିକା ଜାରି କରିଛି। ଜାପାନକୁ ପଛରେ ପକାଇ ସିଂଗାପୁର ନମ୍ବର ୱାନ୍ ହୋଇଥିବା ବେଳେ ଭାରତ ୮୦ ସ୍ଥାନରୁ ତଳକୁ ଖସି ୮୨ତମ ସ୍ଥାନରେ ରହିଛି।
ଭାରତୀୟ ପାସ୍ପୋର୍ଟ ଧାରି ୫୮ ଦେଶକୁ ବିନା ଭିସାରେ ଯାଇପାରିବେ। ସେହି ଦେଶଗୁଡ଼ିକ ହେଲା-
ଅଙ୍ଗୋଲା, ବାରବାଡୋସ, ଭୁଟାନ, ବୋଲିଭିଆ, ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ, ବୁରୁଣ୍ଡି, କାମ୍ବୋଡିଆ, କେପ ଭର୍ଡେ ଆଇଲ୍ୟାଣ୍ଡ, କୋମୋରୋ ଆଇଲ୍ୟାଣ୍ଡ,ଦ କୁକ ଆଇଲ୍ୟାଣ୍ଡ, ଜିବୁଟି, ଡୋମିନିକା, ଇଥିଓପିଆ, ଫିଜି, ଗ୍ରେନାଡା, ଗୁଇନିଆ-ବିସାଉ, ହାଇତି, ଇଣ୍ଡୋନେସିଆ, ଇରାନ, ଜାମାଇକା, ଜୋର୍ଡାନ, କାଜାଖସ୍ତାନ, କେନିଆ, କିରିବାଟି, ଲାଓସ, ମକାଓ (SAR ଚାଇନା), ମାଡାଗାସ୍କର, ମାଲେସିଆ, ମାଲଦ୍ୱୀପ, ମାର୍ଶଲ ଆଇଲ୍ୟାଣ୍ଡ, ମୌରିସିଆନିଆ, ମରିସସ, ମାଇକ୍ରୋନେସିଆ, ମୋଣ୍ଟସେରାଟ, ମୋଜାମ୍ବିକ୍ୟୁ, ମିଆଁମାର, ନେପାଳ, ନିୟୁ, ପାଲା ଆଇଲ୍ୟାଣ୍ଡ, କତାର, ରୱାଣ୍ଡା, ସାମୋଆ, ସେନେଗାଲ୍, ସେଚେଲସ୍, ସିଏରା ଲିଓନି, ସୋମାଲିଆ, ଶ୍ରୀଲଙ୍କା, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍ସେଣ୍ଟ ଏଣ୍ଡ ଗ୍ରେନାଡାଇନ୍ସ, ତାଞ୍ଜାନିଆ, ଥାଇଲ୍ୟାଣ୍ଡ, ତିମୋର-ଲେଷ୍ଟେ, ତ୍ରିନିଦାଦ ଏଣ୍ଡ ଟୋବାଗୋ, ଟ୍ୟୁନିସିଆ, ଟୁଭାଲୁ, ଭାନୌତୁ, ଏବଂ ଜିମ୍ବାୱେ।