ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା

ଭୁବନେଶ୍ୱର,୨୦।୪: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ଶନିବାର ତୁଳନାରେ ତାପମାତ୍ରା ବୃଦ୍ଧି ଘଟିଥିବାବେଳେ ଦିନ ତମାମ ଆଦ୍ରତା ୬୦% ରୁ ଅଧିକ ରହିଥିବା ହେତୁ ଗରମ ଏବଂ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଇଥିଲା। ସେହିଭଳି ଅପରାହ୍ନରେ ନୟାଗଡ, ବୌଦ୍ଧ, ଗଞ୍ଜାମ, ରାୟଗଡା, ନବରଙ୍ଗପୁର, […] The post ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା appeared first on Dharitri Odia News.

ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା

ଭୁବନେଶ୍ୱର,୨୦।୪: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ରବିବାର ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସମେତ କଟକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ଭୁବନେଶ୍ୱରରେ ଶନିବାର ତୁଳନାରେ ତାପମାତ୍ରା ବୃଦ୍ଧି ଘଟିଥିବାବେଳେ ଦିନ ତମାମ ଆଦ୍ରତା ୬୦% ରୁ ଅଧିକ ରହିଥିବା ହେତୁ ଗରମ ଏବଂ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଇଥିଲା।

ସେହିଭଳି ଅପରାହ୍ନରେ ନୟାଗଡ, ବୌଦ୍ଧ, ଗଞ୍ଜାମ, ରାୟଗଡା, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ରେ କଳାବୈଶାଖୀ ଝଟକା ପବନ ୪୦ ରୁ ୫୦ କିମି, କୁଆପଥର ବର୍ଷା ସମ୍ଭାବନା ରହିଛି।

ସେହିଭଳି ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବରଗଡ, ଏବଂ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା | ପ୍ରଭାବରେ ବିଜୁଳି, ଘଡ଼ଘଡ଼ି, ପବନ ୪୦ ରୁ ୫୦ ତଥା କୁଆପଥର ବର୍ଷା ସମ୍ଭାବନା ଅଛି।

ତେବେ ଆସନ୍ତାକାଲି ଠାରୁ ଦେଶର ପୂର୍ବଭାଗରେ କାଳବୈଶାଖୀ ପ୍ରଭାବ କମିବା ସହ ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୪ ରୁ ୬ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ହେବା ସମ୍ଭାବନା ରହିଛି l

ଚଳିତ ବର୍ଷ ପ୍ରାକ ମୌସୁମୀ ଋତୁରେ ୧ ମାର୍ଚ୍ଚ ରୁ ୧୯ ଅପ୍ରେଲ ୨୦୨୫ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ୩୮.୯ ମିମି ତୁଳନାରେ ୬୦.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ଠାରୁ ୫୫% ଅଧିକ ବର୍ଷା ଅନୁଭୂତ ହୋଇଛି।

The post ଟ୍ୱିନ୍ ସିଟି ମୁହାଁ କାଳବୈଶାଖୀ: ପ୍ରବଳ ବର୍ଷା, ପବନ ସହିତ ବିଜୁଳି ଘଡଘଡି ସମ୍ଭାବନା appeared first on Dharitri Odia News.