ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ
ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):ଭବାନୀପାଟଣାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର କଳାହାଣ୍ଡି ଜିଲାସ୍ତରୀୟ ସପ୍ତମ ଜାତୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଜିଲାରେ ଏହି କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ୍ ହୋଇ ଦାୟିତ୍ୱ ତୁଲାଇବା ପାଇଁ ଜିଲାପାଳ […] The post ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ appeared first on Dharitri Odia News.
ଭବାନୀପାଟଣା,୨୭ା୯ (ଉତ୍ତମ କୁମାର ଦାଶ):ଭବାନୀପାଟଣାସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର କଳାହାଣ୍ଡି ଜିଲାସ୍ତରୀୟ ସପ୍ତମ ଜାତୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଜିଲାରେ ଏହି କାର୍ଯ୍ୟକ୍ରମ କିପରି ସଫଳ ରୂପାୟନ ହୋଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ୍ ହୋଇ ଦାୟିତ୍ୱ ତୁଲାଇବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଚେତା ପାଣି, ଜିଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା, ଜିଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା, ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଜନୀକାନ୍ତ ରଥ, ଜିଲା ମତ୍ସ୍ୟଚାଷ ଅଧିକାରିଣୀ ଦ୍ରୌପଦୀ ମାଝି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ଉପସ୍ଥିତ ଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା ପୋଷଣ ମାସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ, ଲୌହସାର ଯୁକ୍ତ ଖାଦ୍ୟ, ମା’ ପାଇଁ ଗଛଟିଏ, ସକ୍ଷମ ଅଙ୍ଗନୱାଡି କେନ୍ଦ୍ରର ନମୁନା, କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ଖାଦ୍ୟ, ବେଟି ବଚାଓ ବେଟି ପଢାଓ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ରାଷ୍ଟ୍ରୀୟ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତରମାନଙ୍କ ସହଯୋଗରେ ରକ୍ତ ପରୀକ୍ଷା ଶିବିରର ଆୟୋଜିତ ହୋଇଥିଲା। ଜିଲାର ସ୍ଥିତି ରାଜ୍ୟସ୍ତରରେ ଭଲଥିବା ଜଣାଇ ରାଜ୍ୟରେ ପ୍ରଥମ ହେବାପାଇଁ ଚେଷ୍ଟା କରିବାକୁ ଜିଲାପାଳ ଉତ୍ସାହିତ କରିଥିଲେ। ଜିଲା କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଜୟ ବିହାର ଧନ୍ୟବାଦ ଦେଇଥିଲେ।
The post ରାଜ୍ୟରେ ପ୍ରଥମ ହେବା ପାଇଁ ଉତ୍ସାହିତ କଲେ ଜିଲାପାଳ appeared first on Dharitri Odia News.