ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ

ନୂଆଦିଲ୍ଲୀ,୫।୨: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକ ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆମଦାନୀରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ୨୦୧୪ରେ ଆମର ୨ଟି ମୋବାଇଲ ଉତ୍ପାଦନ […] The post ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ appeared first on Dharitri Odia News.

ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ

ନୂଆଦିଲ୍ଲୀ,୫।୨: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକ ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆମଦାନୀରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି। ୨୦୧୪ରେ ଆମର ୨ଟି ମୋବାଇଲ ଉତ୍ପାଦନ ୟୁନିଟ୍‌ ଥିଲା। ଆଜି ଭାରତରେ ୩୦୦ରୁ ଅଧିକ ଉତ୍ପାଦନ ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି, ଯାହା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାରକୁ ଦର୍ଶାଉଛି। ବିଗତ ଦଶନ୍ଧି ମଧ୍ୟରେ ଭାରତର ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଆସିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ୨୦୧୪-୧୫ରେ ଭାରତର ବିକ୍ରି ହେଉଥିବା ମୋବାଇଲ ଫୋନ୍‌ର ପ୍ରାୟ ୨୬% ଭାରତୀୟ ବଜାରରେ ନିର୍ମିତ ହେଉଥିଲାବେଳେ ଅବଶିଷ୍ଟ ଆମଦାନୀ କରାଯାଉଥିଲା।
ସେହିପରି ଆଜି ଭାରତରେ ବିକ୍ରି ହେଉଥିବା ୯୯.୨% ମୋବାଇଲ୍‌ ଫୋନ୍‌ ଭାରତରେ ନିର୍ମିତ ଏବଂ ମୋବାଇଲ ଫୋନର ଉତ୍ପାଦନ ମୂଲ୍ୟ ୨୦୧୪ ଆର୍ଥିକ ବର୍ଷରେ ୧୮,୯୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪ ଆର୍ଥିକ ବର୍ଷରେ ୪,୨୨,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତରେ ପ୍ରତି ବର୍ଷ ୩୨୫ରୁ ୩୩୦ ନିୟୁତରୁ ଅଧିକ ମୋବାଇଲ୍‌ ଫୋନ୍‌ ଉତ୍ପାଦିତ ହେଉଛି। ଭାରତରେ ହାରାହାରି ପ୍ରାୟ ୧ ବିଲିୟନ ମୋବାଇଲ ଫୋନ୍‌ ବ୍ୟବହାର ହେଉଛି। ଭାରତ ନିର୍ମିତ ମୋବାଇଲ ଫୋନ ଘରୋଇ ବଜାରକୁ ପ୍ରାୟତଃ ପରିପୂର୍ଣ୍ଣ କରିଦେଇଛି। ସେଥିପାଇଁ ମୋବାଇଲ ଫୋନର ରପ୍ତାନି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୧୪ ରେ ରପ୍ତାନି ପ୍ରାୟ ଶୂନ ଥିଲା, ଯାହା ବର୍ତ୍ତମାନ ୧,୨୯,୦୦୦ କୋଟି ଟଙ୍କାକୁ ଅତିକ୍ରମ କରିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଦୃଷ୍ଟିକୋଣ ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ଦେବା ସହିତ ପରିଣତ କରିବାରେ ମଧ୍ୟ ସହାୟକ ହେଉଛି। ଏହାର ଶୁଭାରମ୍ଭର ଗୋଟିଏ ଦଶନ୍ଧି ମଧ୍ୟରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମ କେବଳ ଦେଶର ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରୁନାହିଁ ବରଂ ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟ କରୁଛି। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ସମ୍ପ୍ରସାରଣ ମଧ୍ୟ ରୋଜଗାରର ଏକ ପ୍ରମୁଖ ଉତ୍ସରେ ପରିଣତ ହୋଇଛି। ବିଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ପ୍ରାୟ ୧୨ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ନିଯୁକ୍ତି ସୁଯୋଗଗୁଡ଼ିକ କେବଳ ଅଗଣିତ ପରିବାରର ଆର୍ଥିକ ସ୍ଥିତିକୁ ଉନ୍ନତ କରିନାହିଁ ବରଂ ଦେଶର ସାମାଜିକ-ଆର୍ଥିକ ଢାଞ୍ଚାରେ ମଧ୍ୟ ଯୋଗଦାନ ଦେଇଛି। ଏହି ମାଇଲଖୁଣ୍ଟ ହାସଲ କରିବାରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

The post ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ appeared first on Dharitri Odia News.