ମଧ୍ୟପ୍ରଦେଶରେ ଦଳିତ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ୬ ପୁଲିସ କର୍ମଚାରୀ ନିଲମ୍ବିତ
ଭୋପାଳ : ମଧ୍ୟପ୍ରଦେଶ ସରକାର ରେଳବାଇର ୬ ଜଣ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଷ୍ଟେସନ୍ ଇନ୍ଚାର୍ଜ ମଧ୍ୟ ଅଛନ୍ତି। କଟନୀ ଜିଲ୍ଲାରେ ଜଣେ ଦଳିତ ମହିଳା ଏବଂ ତାଙ୍କ ନାତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଉକ୍ତ ୬ ରେଳବାଇ ପୁଲିସ ନିଲମ୍ବିତ ହୋଇଛନ୍ତି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଉକ୍ତ ଘଟଣାର ଏକ ଭିଡିଓ ସେୟାର କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ଜିଆରପି କଟନୀ […]

ଭୋପାଳ : ମଧ୍ୟପ୍ରଦେଶ ସରକାର ରେଳବାଇର ୬ ଜଣ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଷ୍ଟେସନ୍ ଇନ୍ଚାର୍ଜ ମଧ୍ୟ ଅଛନ୍ତି। କଟନୀ ଜିଲ୍ଲାରେ ଜଣେ ଦଳିତ ମହିଳା ଏବଂ ତାଙ୍କ ନାତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଉକ୍ତ ୬ ରେଳବାଇ ପୁଲିସ ନିଲମ୍ବିତ ହୋଇଛନ୍ତି। ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଉକ୍ତ ଘଟଣାର ଏକ ଭିଡିଓ ସେୟାର କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ଜିଆରପି କଟନୀ ପୁଲିସ ଷ୍ଟେସନ୍ର ପୁଲିସ କାହାକୁ ପିଟୁଥିବାର ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଉକ୍ତ ଘଟଣା ସଂକ୍ରାନ୍ତରେ ମୁଁ ଜାଣିବାପରେ ଡିଆଇଜିଙ୍କୁ ଘଟଣା ସ୍ଥଳନରେ ପହଞ୍ଚି ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକ ତଦନ୍ତ ପରେ ମୁଁ ଜିଆରପି ପୁଲିସ ଷ୍ଟେସନ୍ ଇନ ଚାର୍ଜ, ଜଣେ ମୁଖ୍ୟ କନେଷ୍ଟବଳ ଏବଂ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିବାପାଇଁ ନିର୍ଦ୍ଦେଶ ଦେଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ତେବେ ଭାଇରାଲ୍ ହୋଇଥିବା ଭିଡିଓଟି ଗତବର୍ଷର ବୋଲି ଜଣାପଡ଼ିଛି।