ମହିଳାଙ୍କୁ ପଥରରେ ଛେଚି ହତ୍ୟା!

ମୃତ ମହିଳାଙ୍କ ଶାଢ଼ିରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି।

ମହିଳାଙ୍କୁ ପଥରରେ ଛେଚି ହତ୍ୟା!

ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ସାତମାଇଲ ଛକ ନିକଟ ଏକ ପଡିଆରେ ଥିବା ଗଛ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶାଢ଼ୀରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି।

ଆଜି ସକାଳେ ଗଛ ନିକଟରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ମହିଳା ଜଣଙ୍କ ତଳକୁ ମୁହଁ କରି ଗଛ ନିକଟରେ ପଡ଼ିଥିଲେ।  ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୁଇଁତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରାଯାଉଛି। ତେବେ ମହିଳାଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି।