ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…
କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ ବୃକ୍ଷ, ୬୪ ପ୍ରକାର ଔଷଧୀୟ ବୃକ୍ଷ ଅଛି। ଲୁଣା କୁମ୍ଭୀର ଗୋରୀ, ଶ୍ୱେତା, ମଲ୍ଲୀ ସହିତ ୨୦ରୁ ଅଧିକ ଧଳା କୁମ୍ଭୀର ରହିଛନ୍ତି। ପ୍ରାୟ ୨୦୦୦ କୁମ୍ଭୀର ଏଠାରେ ବସବାସ କରୁଥିବା ବେଳେ ଡଲ୍ଫିନ, ବିରଳ ଅଲିଭ ରିଡ୍ଲେ କଇଁଛ, ବିଭିନ୍ନ ପ୍ରଜାତିର ମାଛ ସହିତ ଦେଶୀ ବିଦେଶୀ ପକ୍ଷୀଙ୍କ […] The post ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା… appeared first on Dharitri Odia News.
କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ ବୃକ୍ଷ, ୬୪ ପ୍ରକାର ଔଷଧୀୟ ବୃକ୍ଷ
ଅଛି। ଲୁଣା କୁମ୍ଭୀର ଗୋରୀ, ଶ୍ୱେତା, ମଲ୍ଲୀ ସହିତ ୨୦ରୁ ଅଧିକ ଧଳା କୁମ୍ଭୀର ରହିଛନ୍ତି। ପ୍ରାୟ ୨୦୦୦ କୁମ୍ଭୀର ଏଠାରେ ବସବାସ କରୁଥିବା ବେଳେ ଡଲ୍ଫିନ, ବିରଳ ଅଲିଭ ରିଡ୍ଲେ କଇଁଛ, ବିଭିନ୍ନ ପ୍ରଜାତିର ମାଛ ସହିତ
ଦେଶୀ ବିଦେଶୀ ପକ୍ଷୀଙ୍କ ସମାହାର ସବୁ ଋତୁରେ ଦେଖିବାକୁ ମିଳେ। ଭୁବନେଶ୍ୱରଠାରୁ ୧୬୭ କିଲେମିଟର ଦୂରରେ ଥିବା ଏହି ଜାତୀୟ ଉଦ୍ୟାନ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଅଛି।
The post ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା… appeared first on Dharitri Odia News.