ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ

ପାଟଣା,୧୦ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ସମ୍ମାନିତ ଅତିଥି ଭାବେ ପାଟଣା ଏବିଇଓ ବିଜୟ କୁମାର ଓଝା, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ଅଭିଷେକ ସାହୁ, ଜନସାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ, ବିପିଏମ୍‌ ଦୀପକ କୁମାର ନାୟକ, ପାଟଣା […] The post ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ appeared first on Dharitri Odia News.

ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ

ପାଟଣା,୧୦ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ, ସମ୍ମାନିତ ଅତିଥି ଭାବେ ପାଟଣା ଏବିଇଓ ବିଜୟ କୁମାର ଓଝା, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ. ଅଭିଷେକ ସାହୁ, ଜନସାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ, ବିପିଏମ୍‌ ଦୀପକ କୁମାର ନାୟକ, ପାଟଣା ସିଆରସିସି ଜ୍ୟୋତିର୍ମୟ ତ୍ରିପାଠୀ, ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା କମଳାକାନ୍ତ ପତି, ଶିକ୍ଷକ ପ୍ରକାଶ ମିଶ୍ର, ଶିକ୍ଷୟିତ୍ରୀ ସସ୍ମିତା ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କୃମି ନାଶକ ଔଷଧ ସୋମବାର ସେବନ କରି ନ ଥିବା ଲୋକେ ଫେବୃଆରୀ ୧୭ରେ ସେବନ କରିପାରିବେ। ସ୍କୁଲ ଓ କଲେଜ ଯାଉଥିବା ୧ବର୍ଷରୁ ୧୯ବର୍ଷର ଛାତ୍ରୀଛାତ୍ର ଓ କଲେଜ ଯାଉ ନ ଥିବା ୨୦ରୁ ୨୪ବର୍ଷ ଯୁବତୀ ଓ ଯୁବକ ଏହି ଔଷଧ ସେବନ କରିବେ। ପାଟଣା ବ୍ଲକର ମୋଟ୍‌ ୩୩ ହଜାର ୬୯୬ ଜଣ ଲୋକ ଏହି କୃମିନାଶକ ଔଷଧ ସେବନ କରିବେ ବୋଲି ଧାର୍ଯ୍ୟ ହୋଇଛି।

The post ବିଶ୍ୱ କୃମି ନାଶକ ଦିବସ: ୩୩ ହଜାରରୁ ଅଧିକ ଲୋକ ସେବନ କରିବେ ଔଷଧ appeared first on Dharitri Odia News.