ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ

ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍‌ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର ପଏଣ୍ଟ ୫୬.୨୫ ପ୍ରତିଶତରେ ପହଞ୍ଚତ୍ଛି। ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପ୍ୟାଟ୍‌ କୁମିନ୍ସଙ୍କ ଦଳ ରୋହିତ ଶର୍ମାଙ୍କ ଭାରତଠାରୁ ୨.୦୯ ପ୍ରତିଶତ ପଏଣ୍ଟ ଆଗରେ ରହିଛି। ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୫୪.୧୬ […] The post ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ appeared first on Dharitri Odia News.

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ

ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍‌ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର ପଏଣ୍ଟ ୫୬.୨୫ ପ୍ରତିଶତରେ ପହଞ୍ଚତ୍ଛି। ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ପ୍ୟାଟ୍‌ କୁମିନ୍ସଙ୍କ ଦଳ ରୋହିତ ଶର୍ମାଙ୍କ ଭାରତଠାରୁ ୨.୦୯ ପ୍ରତିଶତ ପଏଣ୍ଟ ଆଗରେ ରହିଛି। ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୫୪.୧୬ ପ୍ରତିଶତ ରହିଛି।

ଚଳିତ ଡବ୍ଲ୍ୟୁଟିସି ସାଇକେଲରେ ଭାରତ ଇତିମଧ୍ୟରେ ମାତ୍ର ୪ଟି ଟେଷ୍ଟ ମ୍ୟାଚ ଖେଳିସାରିଥିବା ବେଳେ ଅଷ୍ଟ୍ରେଲିଆ ୮ଟି ଖେଳି ସାରିଛି। ଚଳିତ ସପ୍ତାହ ପ୍ରାରମ୍ଭରେ କେପ୍‌ଟାଉନଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସ୍ମରଣୀୟ ୭ଉଇକେଟରେ ବିଜୟ ଦ୍ୱାରା ଭାରତ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିନେଇଥିଲା। କିନ୍ତୁ ଶନିବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଦେବା ଫଳରେ ଭାରତକୁ ପ୍ରଥମ ସ୍ଥାନରୁ ହଟାଇ ଦେଇଛି।

ଅଷ୍ଟ୍ରେଲିଆ ହେଉଛି ବର୍ତ୍ତମାନର ବିଶ୍ୱ ଟେଷ୍ଟ ଚାମ୍ପିୟନ ଅଷ୍ଟ୍ରେଲିଆ ଗତ ଗ୍ରୀଷ୍ମ ଋତୁରେ ଦି ଓଭାଲଠାରେ ଅନୁଷ୍ଠିତ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଆଗକୁ ନିଜ ଦେଶରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଥିବା ବେଳେ ଇଂଲଣ୍ଡ ବିପକ୍ଷରେ ନିଜ ମାଟିରେ ଭାରତ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ଖେଳିବ।

The post ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ appeared first on Dharitri Odia News.