ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ପଟାୟା ( ଥାଇଲାଣ୍ଡ) : ଏଠାରେ ଚାଲିଥିବା ପାରା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ହାସଲ କରିଛନ୍ତି ଆଉ ଏକ ସମ୍ମାନଜନକ ଆନ୍ତର୍ଜାତିକ ଟାଇଟଲ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ ।ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥଲଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି। ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍‌ ଜିତିବାର କୃତିତ୍ତ୍ୱ ହାସଲ କରିଛନ୍ତି। ଚାମ୍ପିଅନସିପର […]

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ
Pramod Bhagat wins Men’s Singles Gold Medal at BWF Para Badminton World Championships

ପଟାୟା ( ଥାଇଲାଣ୍ଡ) : ଏଠାରେ ଚାଲିଥିବା ପାରା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ହାସଲ କରିଛନ୍ତି ଆଉ ଏକ ସମ୍ମାନଜନକ ଆନ୍ତର୍ଜାତିକ ଟାଇଟଲ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ ।ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥଲଙ୍କୁ ହରାଇ ଚାମ୍ପିଅନ୍‌ ହୋଇଛନ୍ତି। ଏହି ବିଜୟ ସହ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍‌ ଜିତିବାର କୃତିତ୍ତ୍ୱ ହାସଲ କରିଛନ୍ତି।

ଚାମ୍ପିଅନସିପର ଏସଏଲ-୩ ଶ୍ରେଣୀ ଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଭଗତ, ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୧୪-୨୧, ୨୧-୧୫ ଓ ୨୧ -୧୪ରେ ହରାଇ ଟାଇଟଲ ହାସଲ କରିଛନ୍ତି। ଏଥିସହ ଲଗାତର ତିନିଟି ପାରା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରି ହ୍ୟାଟ୍ରିକ କରିଛନ୍ତି ପ୍ରମୋଦ ଭଗତ। ପୂର୍ବରୁ ସେ ୨୦୧୫ରେ ମଣ୍ଡେଭିଲ୍ଲେ ଓ ୨୦୧୯ରେ ବସେଲରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଏଥରର ଚାମ୍ପିଅନସିପରେ ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ମଧ୍ୟ ନିଜ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁହାସ ୟତିରାଜ ଓ କ୍ରିଷ୍ଣା ନାଗର ନିଜ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।