ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା

ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ । ପେଣ୍ଟିଂକୁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସଂରକ୍ଷିତ ରଖାଯାଇଥିବାରୁ ଏହାକୁ କୌଣସି କ୍ଷତି ହୋଇ ନ ଥିଲା । ବିକ୍ଷୋଭକାରୀମାନେ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟକର ତଥା ସୁଲଭ ଖାଦ୍ୟର ମହତ୍ତ୍ୱ ଉପରେ ଜୋର୍‌ ଦେଇଥିଲେ । ଏହି […] The post ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା appeared first on KNews Odisha.

ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା
mona

ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ । ପେଣ୍ଟିଂକୁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସଂରକ୍ଷିତ ରଖାଯାଇଥିବାରୁ ଏହାକୁ କୌଣସି କ୍ଷତି ହୋଇ ନ ଥିଲା ।

ବିକ୍ଷୋଭକାରୀମାନେ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟକର ତଥା ସୁଲଭ ଖାଦ୍ୟର ମହତ୍ତ୍ୱ ଉପରେ ଜୋର୍‌ ଦେଇଥିଲେ । ଏହି ଘଟଣା ପରେ ସଂଗ୍ରହାଳୟରେ ନିୟୋଜିତ ସୁରକ୍ଷାକର୍ମୀମାନେ ପେଣ୍ଟିଂ ସମ୍ମୁଖରେ କଳା ପରଦା ଘୋଡାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ଘଟଣା ପ୍ୟାରିସରେ କୃଷକମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଘଟିଛି । ଏଠାରେ କ୍ରମାଗତ ଭାବେ ଇନ୍ଧନର ମୂଲ୍ୟ ବୃଦ୍ଧି ଏବଂ ନିୟମାବଳୀକୁ ସରଳ କରିବାକୁ ଦାବି କରାଯାଉଛି ।

୧୯୫୦ ଦଶକ ଆରମ୍ଭରେ ମୋନାଲିସା ପେଣ୍ଟିଂକୁ ସୁରକ୍ଷା ଗ୍ଲାସ୍ ଭିତରେ ରଖାଯାଇଥିଲା । ଥରେ ଜଣେ ବ୍ୟକ୍ତି ଏହି ପେଣ୍ଟିଂ ଉପରେ ଏସିଡ୍ ପିଙ୍ଗି ଦେଇଥିଲେ, ଯଦ୍ଦ୍ଵାରା ପେଣ୍ଟିଂକୁ କ୍ଷତି ହୋଇଥିଲା । ଏହାପରେ ଏହାକୁ ଅଧିକ ସୁରକ୍ଷିତ ରଖିବା ପାଇଁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ ସ୍ଥାପନ କରାଯାଇଥିଲା ।

ତେବେ ୧୯୧୧ ମସିହାରେ ସଂଗ୍ରହାଳୟର ଜଣେ କର୍ମଚାରୀ ଏଠାରୁ ପେଣ୍ଟିଂ ଚୋରି ଘଟଣାରେ ସାମିଲ ଥିଲେ । ୧୯୧୩ରେ ଏହି ପେଣ୍ଟିଂକୁ ପୁନରୁଦ୍ଧାର କରାଯାଇଥିଲା । ଇଟାଲୀର ଏକ ବଜାରରେ ଏହାକୁ ବିକ୍ରି କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଥିଲା ।

The post ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍‌, ଚାଷୀ ଆନ୍ଦୋଳନ ବେଳେ ଫ୍ରାନ୍ସରେ ହଙ୍ଗାମା appeared first on KNews Odisha.