ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି

ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । କାଲିର ଘଟଣା ପରେ ପୋଲିସ ଆକ୍ସନ ଉପରେ ନଜର ରହିଛି । ବର୍ଦ୍ଦିରେ ହାତ ଦେଇଥିବା ଅସମାଜିକଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ପୋଲିସ ଡିଜି । ସୂଚନା ଅନୁସାରେ ଗତକାଲି ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି । ଧସ୍ତାଧସ୍ତି, ଚେୟାର ପିଙ୍ଗା ଓ ପଥରମାଡ଼ରେ ୧୨ରୁ ଅଧିକ […] The post ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି appeared first on KNews Odisha.

ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି
POLICE Q

ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । କାଲିର ଘଟଣା ପରେ ପୋଲିସ ଆକ୍ସନ ଉପରେ ନଜର ରହିଛି । ବର୍ଦ୍ଦିରେ ହାତ ଦେଇଥିବା ଅସମାଜିକଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ପୋଲିସ ଡିଜି ।

ସୂଚନା ଅନୁସାରେ ଗତକାଲି ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି । ଧସ୍ତାଧସ୍ତି, ଚେୟାର ପିଙ୍ଗା ଓ ପଥରମାଡ଼ରେ ୧୨ରୁ ଅଧିକ ପୋଲିସ କର୍ମଚାରୀଙ୍କ ସହ କିଛି କଂଗ୍ରେସ କର୍ମୀ ଆହତ ହୋଇଥିଲେ। ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଥିଲେ ଡିଜିପି ୱାଇବି ଖୁରାନିଆ। କହିଥିଲେ, ଆହତଙ୍କୁ ଭେଟିବାକୁ ଆସିନି। ଦେଖିବାକୁ ଆସିଥିଲି, କେମିତି ଥିଲା ଅସାମାଜିକ ଲୋକଙ୍କ କାର୍ଯ୍ୟକଳାପ। ଯେଉଁମାନେ ପୋଲିସ ବର୍ଦ୍ଦିରେ ହାତ ମାରିଛନ୍ତି, କାହାକୁ ଛଡ଼ା ଯିବ ନାହିଁ। ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ। ଖୋଜି ଖୋଜି ଜେଲରେ ପୂରାଯିବ । ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ ଡିଜି।

 

ଆହୁରି ପଢ଼ନ୍ତୁ : ଲୋୟର ପିଏମଜିରେ ଅଣାୟତ୍ତ ସ୍ଥିତି: ତାରା, ଭକ୍ତ ଓ ମୋକିମଙ୍କୁ ଉଠାଇ ନେଲା ପୋଲିସ

The post ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି appeared first on KNews Odisha.