ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇନାଙ୍କୁ ରୌପ୍ୟ ପଦକ
ନୂଆଦିଲ୍ଲୀ (କେନ୍ୟୁଜ୍) ଓଡ଼ିଆ ମହିଳା ଚେସ୍ ତାରକା ସାଇନା ସଲୋନିକା ଉଗାଣ୍ଡା ଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି । ମୋଟ ୯ ରାଉଣ୍ଡରୁ ସାଇନା ୬.୫ ପଏଣ୍ଟ ପାଛନ୍ତି । ଭାରତର ଆକାଂକ୍ଷା ହେଗେଓ୍ଵାନେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୨୨ ମସିହା ଜୁନ ମାସରେ ସେ ମାତ୍ର ୧୮ ବର୍ଷ ବୟସରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ) ଟାଇଟଲ ହାସଲ କରିଥିଲେ ସାଇନା। ଏହି ଟାଇଟଲ ହାସଲ […] The post ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇନାଙ୍କୁ ରୌପ୍ୟ ପଦକ appeared first on KNews Odisha.

ନୂଆଦିଲ୍ଲୀ (କେନ୍ୟୁଜ୍) ଓଡ଼ିଆ ମହିଳା ଚେସ୍ ତାରକା ସାଇନା ସଲୋନିକା ଉଗାଣ୍ଡା ଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି । ମୋଟ ୯ ରାଉଣ୍ଡରୁ ସାଇନା ୬.୫ ପଏଣ୍ଟ ପାଛନ୍ତି । ଭାରତର ଆକାଂକ୍ଷା ହେଗେଓ୍ଵାନେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
୨୦୨୨ ମସିହା ଜୁନ ମାସରେ ସେ ମାତ୍ର ୧୮ ବର୍ଷ ବୟସରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ) ଟାଇଟଲ ହାସଲ କରିଥିଲେ ସାଇନା। ଏହି ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ ମହିଳା । ପୂର୍ବରୁ ପଦ୍ମିନୀ ରାଉତ ଏବଂ କିରଣ ମନୀଷା ମହାନ୍ତି ଡବଲ୍ୟୁଆଇଏମ୍ ହୋଇଛନ୍ତି । ୨୦୧୦ରୁ ସାଇନା ଜାତୀୟ ପ୍ରତିଯୋଗିତାରେ ୭ ବର୍ଷରୁ କମ୍ ବର୍ଗରେ ଚାମ୍ପିଅନ୍ ହେବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତି ।
The post ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସାଇନାଙ୍କୁ ରୌପ୍ୟ ପଦକ appeared first on KNews Odisha.