ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ

ସମ୍ବଲପୁର : ସମ୍ବଲପୁର ଯୁଯୁମୁରା ରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଜଣକ ହେଲେ ଯୁଯୁମୁରା ବ୍ଲକ ବୀରସିଂହଗଡ ପଞ୍ଚାୟତ ଅଧୀନ ବସିଆପଡ଼ାର ଜିନ ବାଦି । ଜିନ ନିକଟସ୍ଥ ରାୟ କଣ୍ଟା ଜଙ୍ଗଲକୁ ସକାଳୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି  କରିଥିଲେ  l  ଅପରାହ୍ନ ପ୍ରାୟ 4.30 ସମୟରେ ଜିନଙ୍କ ମୃତ ଦେହ ଏକ ଗଛ ତଳେ […] The post ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ appeared first on KNews Odisha.

ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ
sbp

ସମ୍ବଲପୁର : ସମ୍ବଲପୁର ଯୁଯୁମୁରା ରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଜଣକ ହେଲେ ଯୁଯୁମୁରା ବ୍ଲକ ବୀରସିଂହଗଡ ପଞ୍ଚାୟତ ଅଧୀନ ବସିଆପଡ଼ାର ଜିନ ବାଦି । ଜିନ ନିକଟସ୍ଥ ରାୟ କଣ୍ଟା ଜଙ୍ଗଲକୁ ସକାଳୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି  କରିଥିଲେ  l  ଅପରାହ୍ନ ପ୍ରାୟ 4.30 ସମୟରେ ଜିନଙ୍କ ମୃତ ଦେହ ଏକ ଗଛ ତଳେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ  l   ତୁରନ୍ତ ଏନେଇ ବନ ବିଭାଗକୁ ଜଣାଇଥିଲେ  l ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ଦେହକୁ ଜବତ କରି ସମ୍ବଲପୁର ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l

 

The post ହାତୀ ଆକ୍ରମଣରେ ଜଣେ ମୃତ, ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ appeared first on KNews Odisha.