ବିଶ୍ୱ ସୁନ୍ଦରୀର କ୍ରାଉନ ପିନ୍ଧିଲେ ଓପାଲ ସୁଚାତା, ହ୍ୟୁମାନିଟାରିଆନ୍ ଆୱାର୍ଡ ପାଇଲେ ସୋନୁ ସୁଦ
ନୂଆଦିଲ୍ଲୀ: ୨୦୨୫ର ବିଶ୍ୱ ସୁନ୍ଦରୀ ହେଲେ ଥାଇଲ୍ୟାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରୀ। ସେ ୭୨ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇ କ୍ରାଉନ ପିନ୍ଧିଛନ୍ତି। ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ ସେଣ୍ଟରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୨୪ର ବିଶ୍ୱ ସୁନ୍ଦରୀ ହୋଇଥିବା କ୍ରିଷ୍ଟିନା ପିସ୍ଜକୋଭା ସୁଚାତାଙ୍କୁ କ୍ରାଉନ ପିନ୍ଧାଇଥିଲେ। ଏହି ପ୍ରତିଯୋଗିତାରେ ଇଥିଓପିଆର ହାସେଟ୍ ଡେରେଜେ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ, ପୋଲାଣ୍ଡର ମାଜା କ୍ଲାଜଦା ଦ୍ୱିତୀୟ ରନର୍ସଅପ୍ ଟାଇଟଲ ଜିତିଛନ୍ତି। ମାର୍ଟିନିକ୍ର ଅର୍ଲି ଜୋଆଚିମ୍ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଛନ୍ତି। ଥାଇଲାଣ୍ଡର ଫୁକେଟ ସହରରେ ବଢ଼ିଥିବା ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଜଣେ ଇଣ୍ଟରନ୍ୟାସନାଲ ରିଲେସନର ଛାତ୍ରୀ ଓ ସେ ଜଣେ ମଡେଲ ମଧ୍ୟ। ଇଣ୍ଡେନେସିଆରେ ସ୍ତନ କର୍କଟ ସମ୍ପର୍କରେ ସଚେତନତାର ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ତାଙ୍କ ଜୀବନରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥିଲା। ମାତ୍ର ୧୬ ବର୍ଷ ବୟସରେ, ସେ ତାଙ୍କ ସ୍ତନରେ ଏକ ମାଂସ ଗଣ୍ଠି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଥାଇଲ୍ୟାଣ୍ଡରେ ସ୍ତନ କର୍କଟ ଏବଂ ପ୍ରାରମ୍ଭିକ ଚିହ୍ନଟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରେରଣା ପାଇଥିଲେ। ତେବେ ଓପାଲ ଏହା ପୂର୍ବରୁ ୨୦୨୪ରେ ମେକ୍ସିକୋ ସିଟିରେ ଆୟୋଜିତ ଆନ୍ତର୍ଜାତୀୟ ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ମଧ୍ୟ ଥାଇଲ୍ୟା
ନୂଆଦିଲ୍ଲୀ: ୨୦୨୫ର ବିଶ୍ୱ ସୁନ୍ଦରୀ ହେଲେ ଥାଇଲ୍ୟାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରୀ। ସେ ୭୨ ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇ କ୍ରାଉନ ପିନ୍ଧିଛନ୍ତି। ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ ସେଣ୍ଟରରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୨୪ର ବିଶ୍ୱ ସୁନ୍ଦରୀ ହୋଇଥିବା କ୍ରିଷ୍ଟିନା ପିସ୍ଜକୋଭା ସୁଚାତାଙ୍କୁ କ୍ରାଉନ ପିନ୍ଧାଇଥିଲେ। ଏହି ପ୍ରତିଯୋଗିତାରେ ଇଥିଓପିଆର ହାସେଟ୍ ଡେରେଜେ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ, ପୋଲାଣ୍ଡର ମାଜା କ୍ଲାଜଦା ଦ୍ୱିତୀୟ ରନର୍ସଅପ୍ ଟାଇଟଲ ଜିତିଛନ୍ତି। ମାର୍ଟିନିକ୍ର ଅର୍ଲି ଜୋଆଚିମ୍ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଛନ୍ତି।
ଥାଇଲାଣ୍ଡର ଫୁକେଟ ସହରରେ ବଢ଼ିଥିବା ଓପାଲ ସୁଚାତା ଚୁଆଙ୍ଗଶ୍ରୀ ଜଣେ ଇଣ୍ଟରନ୍ୟାସନାଲ ରିଲେସନର ଛାତ୍ରୀ ଓ ସେ ଜଣେ ମଡେଲ ମଧ୍ୟ। ଇଣ୍ଡେନେସିଆରେ ସ୍ତନ କର୍କଟ ସମ୍ପର୍କରେ ସଚେତନତାର ସୃଷ୍ଟି କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ତାଙ୍କ ଜୀବନରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥିଲା। ମାତ୍ର ୧୬ ବର୍ଷ ବୟସରେ, ସେ ତାଙ୍କ ସ୍ତନରେ ଏକ ମାଂସ ଗଣ୍ଠି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଥାଇଲ୍ୟାଣ୍ଡରେ ସ୍ତନ କର୍କଟ ଏବଂ ପ୍ରାରମ୍ଭିକ ଚିହ୍ନଟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରେରଣା ପାଇଥିଲେ।
ତେବେ ଓପାଲ ଏହା ପୂର୍ବରୁ ୨୦୨୪ରେ ମେକ୍ସିକୋ ସିଟିରେ ଆୟୋଜିତ ଆନ୍ତର୍ଜାତୀୟ ମିସ୍ ୟୁନିଭର୍ସ ୨୦୨୪ ପ୍ରତିଯୋଗିତାରେ ମଧ୍ୟ ଥାଇଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଥିଲେ। ହେଲେ ଗତ ଥର ତାଙ୍କୁ ତୃତୀୟ ରନର୍ସ ଅପ୍ ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଚଳିତ ବର୍ଷ, ବିଶ୍ୱର ବିଭିନ୍ନ ସ୍ଥାନରୁ ୧୦୮ ଜଣ ପ୍ରତିଯୋଗୀ ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତ ପକ୍ଷରୁ ମଡେଲ ନନ୍ଦିନୀ ଗୁପ୍ତା ଭାଗ ନେଇଥିଲେ। ମିସ୍ ୱାର୍ଲ୍ଡ ୨୦୨୫ ଟାଇଟଲ ଦୌଡ଼ରେ ନନ୍ଦିନୀ ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
୭୨ତମ ମିସ୍ ୱାର୍ଲ୍ଡ ଫାଇନାଲ୍ କୁ ଷ୍ଟେଫାନି ଡେଲ୍ ଭାଲେ (ମିସ୍ ୱାର୍ଲ୍ଡ ୨୦୧୬) ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସେ ସଚିନ୍ କୁମ୍ଭାରଙ୍କ ସହିତ ଏକ ପାରମ୍ପରିକ ଭାରତୀୟ ଲେହେଙ୍ଗା ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଈଶାନ ଖଟ୍ଟର ମଧ୍ୟ ମଡେଲିଂର ପ୍ରଦର୍ଶନ କରିଥିଲେ।
୭୨ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ବିଚାରକ ପ୍ୟାନେଲରେ ଅଭିନେତା ସୋନୁ ସୁଦ ରହିଥିଲେ। ସେ ମଧ୍ୟ ଏହି ପ୍ରତିଯୋଗିତାରେ ସେ ହ୍ୟୁମାନିଟାରିଆନ୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଭାରତୀୟ ସିନେମା ଷ୍ଟାର୍ ରାଣା ଡାଗୁବାଟ୍ଟି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। କୋଭିଡ୍ ସମୟରେ ତାଙ୍କର ମାନବୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସୋନୁଙ୍କ ସହିତ ୨୦୨୫ ମସିହାର ଗ୍ଲୋବାଲ୍ ଆମ୍ବାସାଡର ଫର୍ ବ୍ୟୁଟି ୱିଥ୍ ଏ ପର୍ପସ୍ ସୁଧା ରେଡ୍ଡୀ ମଧ୍ୟ ବିଚାରକ ଦାୟିତ୍ୱରେ ଥିଲେ। ୨୦୧୪ ମସିହାର ମିସ୍ ଇଂଲଣ୍ଡ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ଚିକିତ୍ସକ ଡକ୍ଟର କାରିନା ଟୁରେଲ୍ ମଧ୍ୟ ପ୍ୟାନେଲରେ ଥିଲେ। ୨୦୨୪ ମସିହାର ମିସ୍ ୱାର୍ଲ୍ଡ କ୍ରିଷ୍ଟିନା ପିସ୍ଜକୋଭା ମଧ୍ୟ ବିଶ୍ୱ ସୁନ୍ଦରୀ ଚୟନରେ ଅଂଶଗ୍ରହଣ କରିଥିଲେ। ପୂରା ଜୁରିର ନେତୃତ୍ୱ ନେଇଥିଲେ ମିସ୍ ୱାର୍ଲ୍ଡର ଚେୟାରଓମେନ୍ ଜୁଲିଆ ମୋର୍ଲି CBE।

ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ଅଭିନେତା ଓ ରାଜନେତା ଚିରଞ୍ଜିବୀ, ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର, ଅଭିନେତା ରାଣା ଦଗୁବାଟି ଏବଂ ନମ୍ରତା ଶିରୋଡକର ଆଦି ବିଶ୍ୱ ସୁନ୍ଦରୀ ଫାଇନାଲ ପ୍ରତିଯୋଗିତାରେ ଉପସ୍ଥିତ ଥିଲେ।
ସୂଚନା ଥାଉକି, ଲଗାତାର ଦୁଇ ବର୍ଷ ହେଲା ଭାରତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଆୟୋଜନ କରି ଆସୁଛି। ଏହି ପ୍ରତିଯୋଗିତାର ୭୧ତମ ସଂସ୍କରଣ ଗତବର୍ଷ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଗତବର୍ଷ ଚେକ୍ ଗଣରାଜ୍ୟର କ୍ରିଷ୍ଟିନା ପିସ୍ଜକୋଭାଙ୍କୁ ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଥିଲେ। ଏହା ପୂର୍ବରୁ ୧୯୯୬ରେ ବେଙ୍ଗାଲୁରୁରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେତେବେଳେ ରିଚାର୍ଡ ଷ୍ଟେନମେଟଜ୍ ଏବଂ ରୁବି ଭାଟିଆ ଦୁହେଁ ବିଶ୍ୱ ସୁନ୍ଦରୀ ହୋଇଥିଲେ।
ଭାରତର ମୋଟ ୬ ଜଣ ବିଶ୍ୱ ସୁନ୍ଦରୀ କ୍ରାଉନ ବିନ୍ଧିଛନ୍ତି। ସେମାନେ ହେଲେ- ରୀତା ଫାରିଆ (୧୯୬୬), ଐଶ୍ୱର୍ଯ୍ୟା ରାୟ (୧୯୯୪), ଡାଏନା ହେଡେନ (୧୯୯୭), ଯୁକ୍ତା ମୋଖି (୧୯୯୯), ପ୍ରିୟଙ୍କା ଚୋପ୍ରା (୨୦୦୦) ଏବଂ ମାନୁଶି ଛିଲ୍ଲର (୨୦୧୭)